Top Stories

Search here...

News

ବିମାନବନ୍ଦରରେ ବିକ୍ରି ହେଉଥିବା ଖାଦ୍ୟରେ ଯାତ୍ରୀଙ୍କୁ ଲୁଟ୍ ହେଉଥିବା ଅଭିଯୋଗ

Posted On - 1 month ago
Edited By Team BbsrReporters
LAST UPDATED Jan 18, 2022 10:39 AM

ସିଙ୍ଗଡ଼ା ଗୋଟାକୁ ଦେଢ ଶହ ଦୋଷା ଗୋଟାକୁ ୩୦୦ ଟଙ୍କାରେ ବିକ୍ରି ହେଉଥିବା ନେଇ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି କଟକର ଜଣେ ସମାଜସେବୀ ।

 

 

BBSR Reporters

 

 

କଟକ: ବିମାନବନ୍ଦରରେ ବିକ୍ରି ହେଉଥିବା ଖାଦ୍ୟରେ ଯାତ୍ରୀଙ୍କୁ ଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ସିଙ୍ଗଡ଼ା ଗୋଟାକୁ ଦେଢ ଶହ ଦୋଷା ଗୋଟାକୁ ୩୦୦ ଟଙ୍କାରେ ବିକ୍ରି ହେଉଥିବା ନେଇ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି କଟକର ଜଣେ ସମାଜସେବୀ । ଏଭଳି ମାତ୍ରାଧିକ ଦର କାହିଁକି ନିଆଯାଉଛି ବୋଲି କଟକର ସମାଜସେବୀ ଡ଼କ୍ଟର ଅଭୟ ରଂଜନ ପଟ୍ଟନାୟକ ଟୁଇଟ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇଛନ୍ତି । ସେ ଲୋଖିଛନ୍ତି ୧୪୦ କୋଟି ଭାରତୀୟଙ୍କ ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା ଅଛି । ସେ ହିଁ ଏହି ପ୍ରସଙ୍ଗରେ କିଛି କରିପାରିବେ ।

 

 

ତେଣୁ ପ୍ରଧାନମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି । ଏ ପ୍ରସଙ୍ଗରେ ଡ଼କ୍ଟର ପଟ୍ଟନାୟକ କହିଛନ୍ତି ଏକଦା ପ୍ରଧାନମନ୍ତ୍ରୀ ମୋଦୀ କହିଥଇଲେ, ହାୱାଇ ଚପଲ ପିନ୍‌ଧୁଥିବା ଲୋକଙ୍କୁ ହାୱାଇ ଜାହାଜରେ ଉଡ଼ିପାରିବା ଭଳି ବ୍ୟବସ୍ଥା କରାଇବେ । ହେଲେ ଯେଉଁ ବିମାନବନ୍ଦରରେ ସିଙ୍ଗଡ଼ା ଗୋଟା ୧୫୦ ଟଙ୍କା ଓ ଦୋସା ଗୋଟା ୩୦୦ଟଙ୍କାରେ ମିଳୁଛି , ସେଠାରେ ହାୱାଇ ଚପଲ ପିନ୍ଧୁଥିବା ସାଧାରଣ ଲୋକେ କେମିତି ଖର୍ଚ୍ଚ ଦେଇପାରିବେ । ପ୍ରଧାନମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି ।

Related News
satta king tw