Top Stories

Search here...

News

ମିସ୍ କଲ କରନ୍ତୁ ମାଗଣାରେ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର; ଇଣ୍ଡିଆନ୍ ଅଏଲ୍ ଆଣିଲା ଏପରି ସୁବିଧା

Posted On - 6 minutes ago
Edited By Prabir Kumar
LAST UPDATED Dec 12, 2021 04:56 PM

ମିସ୍ କଲ୍ ପାଇଁ ଆଇଓସି ନମ୍ବର ୮୪୫୪୯୫୫୫୫୫କୁ  ଆପଣଙ୍କୁ କେବଳ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ଏହି ନମ୍ବରକୁ କଲ କରିବାକୁ ପଡିବ  ।


BBSR Reporters

 

ନୂଆଦିଲ୍ଲୀ: ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଗ୍ୟାସ୍ ସିଲିଣ୍ଡର ବୁକ୍ କରିବା ପାଇଁ ଆପଣଙ୍କୁ କେବଳ ଏକ ମିସ୍ କଲ୍ ଦେବାକୁ ପଡିବ ଏବଂ ଏଲପିଜି ସିଲିଣ୍ଡର ଆପଣଙ୍କ ଦ୍ୱାରରେ ଯାଇ ପହଞ୍ଚିଯିବ । ଇଣ୍ଡିଆନ୍ ଅଏଲ୍ (ଆଇଓସି) ନିଜର ଗ୍ରାହକମାନଙ୍କୁ ଏହି ସେବା ଯୋଗାଉଛି ।


ଦେଶର ଯେକୌଣସି ଅଞ୍ଚଳରୁ ଆପଣ ମିସକଲ ଦେଇ ଏଲପିଜି ସିଲିଣ୍ଡର ବୁକ୍ କରିପାରିବେ । ଆଇଓସି ଚଳିତ ବର୍ଷ ଫେବ୍ରୁଆରିରେ ମିସ୍ କଲ୍ ମାଧ୍ୟମରେ ଏଲପିଜି ସିଲିଣ୍ଡର ବୁକିଂ କରିବାର ସୁବିଧା ଆରମ୍ଭ କରିଥିଲା  । ପୂର୍ବରୁ ଗ୍ରାହକଙ୍କୁ କଷ୍ଟମର କେୟାରକୁ ଯାଇ କଲକୁ ଅନେକ ସମୟ ପର୍ଯ୍ୟନ୍ତ ହୋଲ୍ଡ ରଖିବାକୁ ପଡ଼ୁଥିଲା । 


ଆଇଓସି ଏଲପିଜି ଗ୍ରାହକଙ୍କୁ ଏଥିପାଇଁ ଏକ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛି । ମିସ୍ କଲ୍ ପାଇଁ ଆଇଓସି ନମ୍ବର ମଧ୍ୟ ଉଲ୍ଲେଖ କରିଛି, ଯାହା ହେଉଛି ୮୪୫୪୯୫୫୫୫୫ । ଆପଣଙ୍କୁ କେବଳ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ଏହି ନମ୍ବରକୁ କଲ କରିବାକୁ ପଡିବ  । ଆଇଓସି ଏହାର ଟ୍ୱିଟରେ କହିଛି ଯେ ବର୍ତ୍ତମାନ ଆପଣ ଏହି ନମ୍ବରରେ ଏକ ମିସ୍ କଲ୍ ଦେଇ ଏକ ନୂତନ ଗ୍ୟାସ୍ ସଂଯୋଗ ବୁକ୍ କରିପାରିବେ  । ଗ୍ରାହକଙ୍କୁ ଏଥିପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ  ।


ଯଦି ଆପଣ ଜଣେ ଇଣ୍ଡେନ୍ ଗ୍ରାହକ ତେବେ ଆପଣ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୭୭୧୮୯୫୫୫୫୫କୁ କଲ କରି ଏଲପିଜି ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ  । ଅନ୍ୟ ଏକ ଉପାୟ ହେଉଛି ହ୍ୱାଟସଆପରେ ଆପଣ ରିଫିଲ ଲେଖି ୭୫୮୮୮୮୮୮୨୪ରେ ହ୍ୱାଟସ ଆପ୍ କରିପାରିବେ  ।

 

ମିସକଲ ବ୍ୟତୀତ ଗ୍ୟାସ୍ ବୁକିଂ କରିବାର ଅନ୍ୟ ଉପାୟ ବି ରହିଛି  । ଆଇଓସି, ଏଚପିସିଏଲ ଏବଂ ବିପିସିଏଲର ଗ୍ରାହକମାନେ ମଧ୍ୟ ଏସଏମଏସ ଏବଂ ହ୍ୱାଟସ ଆପ୍ ମାଧ୍ୟମରେ ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ  ।


 

Related News
satta king tw