Top Stories

Search here...

News

କ’ଣ ପାଇଁ ଧନ୍ତେରାସରେ ଘରକୁ ସୁନା ଆଣନ୍ତି ଲୋକେ ?

Posted On - 2 months ago
Edited By Team BbsrReporters
LAST UPDATED Jan 18, 2022 10:35 AM

ଆଜି ଧନ୍ତେରାସରେ ଭଲ ବ୍ୟବସାୟ କରିବେ ବୋଲି ଆଶା ରଖିଛନ୍ତି ସୁନା ବ୍ୟବସାୟୀ ।

 

BBSR Reporters

 

ଭୁୁବନେଶ୍ୱର : ଆଜି ଧନ୍ତେରାସ୍ । ଏହି ଦିନ ସୁନା, ରୁପା ଓ ଅନ୍ୟ ଅଳଙ୍କାର କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ଓ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଉଠେ ବୋଲି ବିଶ୍ୱାସ ରହିଛି । ତେଣୁ ପ୍ରତିବର୍ଷ ଲୋକମାନେ ଧନ୍ତେରାସ୍ରେ ସୁନା ଗହଣା କିଣିବାକୁ ଆଗ୍ରହ ଦେଖାଇଥାନ୍ତି । କୋଭିଡ୍ ମହାମାରୀ ନିୟନ୍ତ୍ରଣ ସ୍ଥିତିକୁ ଆସିଛି । ବଜାର ମଧ୍ୟ ଖୋଲିଛି । ବିବାହ ପର୍ବକୁ ନେଇ ମଧ୍ୟ ଉତ୍ସାହ ବଢିଛି । ଯାହାକି ଦେଶର ଅଳଙ୍କାର ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଆଶା ବଢାଇଛି ।

 

 

ସୁନା ମୂଲ୍ୟ ଗତବର୍ଷ ତୁଳନାରେ ଅପେକ୍ଷାକୃତ କମ୍ ଥିବାରୁ ଗ୍ରାହକଙ୍କ ସଂଖ୍ୟାରେ ବଡ଼ ଧରଣର ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଗହଣା ଦୋକାନୀ ମଧ୍ୟ ଆକର୍ଷିତ ଅଫର ଦେଉଛନ୍ତି । ନବରାତ୍ର ପରଠାରୁ ସୁନାର ଚାହିଦା ବଢିବାରେ ଲାଗିଛି । ଅକ୍ଟୋବର ମାସରେ ଆଖିଦୃଶିଆ ଗହଣା ବିକ୍ରି ହୋଇଥିଲା । ତେଣୁ ଆଜି ଧନ୍ତେରାସ୍ରେ ଭଲ ବ୍ୟବସାୟ କରିବେ ବୋଲି ଆଶା ରଖିଛନ୍ତି ସୁନା ବ୍ୟବସାୟୀ ।

Related News
satta king tw