Top Stories

Search here...

News

ଭାରତୀୟ ରିଜର୍ଭ ବ୍ୟାଙ୍କ ଅକ୍ତିଆରରେ ରିଲାଏନ୍ସ କ୍ୟାପିଟାଲର ବୋର୍ଡ

Posted On - 1 month ago
Edited By Team BbsrReporters
LAST UPDATED Jan 18, 2022 10:38 AM

ଖୁବ୍‌ଶୀଘ୍ର କମ୍ପାନୀ ବିରୋଧରେ ଇନସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କରପସି କୋଡ ଅଧୀନରେ ମାମଲା ରୁଜୁ କରି ବିଚାର ଚାଲିବ ।

 

 

BBSR Reporters

 

 

ନୂଆଦିଲ୍ଲୀ: ଶିଳ୍ପପତି ଅନିଲ୍ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ କ୍ୟାପିଟାଲର ବୋର୍ଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଅକ୍ତିଆରକୁ ଆଣିଛନ୍ତି । ପ୍ରଶାସନିକ ସମସ୍ୟା ଓ ଦେୟ ଦେବାରେ ବିଫଳ ହେଉଥିବାରୁ ଏହି କମ୍ପାନୀର ବୋର୍ଡକୁ ହଟାଇ ଦିଆଯାଇଛି । ଖୁବ୍‌ଶୀଘ୍ର କମ୍ପାନୀ ବିରୋଧରେ ଇନସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କରପସି କୋଡ ଅଧୀନରେ ମାମଲା ରୁଜୁ କରି ବିଚାର ଚାଲିବ ।

 

 

ରିଲାଏନ୍ସ କ୍ୟାପିଟାଲ ବୋର୍ଡକୁ ହଟାଇବା ପରେ କଂପାନିର ପରିଚାଳନା ପାଇଁ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ପୂର୍ବତନ ଇଡି ନାଗେଶ୍ୱର ରାଓ ୱାଇଙ୍କୁ ପ୍ରଶାସକ ଭାବେ ନିଯୁକ୍ତି କରାଯାଇଛି । ରିଲାଏନ୍ସ କ୍ୟାପିଟାଲ ୮୩ ହଜାର ୧୩୮ କୋଟି ଟଙ୍କା ଫେରସ୍ତ କରିପାରୁନାହିଁ । କଂପାନିର ବାର୍ଷିକ ରିପୋର୍ଟ ଅନୁସାରେ ଏହା ଅଧୀନରେ ୬୩ ହଜାର ୮୭୮ କୋଟି ଟଙ୍କାର ସମ୍ପତି ରହିଛି । ଗତ ବର୍ଷ ବିଟ୍ରେନରେ ତାଙ୍କୁ ଦେବାଳିଆ ଘୋଷଣା କରାଯାଇଥିଲା ।

Related News
satta king tw