Top Stories

Search here...

News

ଆଗେଇବ ବରମୁଣ୍ଡା ବସ ଟର୍ମିନାଲ କାର୍ଯ୍ୟ; ୨ ଦିନରେ ୧୧ ହଜାର ବର୍ଗଫୁଟ ଜମି ଜବରଦଖଲ ମୁକ୍ତ କଲା ବିଡିଏ

Posted On - 7 minutes ago
Edited By Team BbsrReporters
LAST UPDATED Dec 28, 2021 08:55 PM

ଗତକାଲି ୨୦ଟି ଟିଣ ନିର୍ମିତ ଦୋକାନ ଭଙ୍ଗାଯାଇଥିବା ବେଳେ ଆଜି ୨୭ଟି ଛୋଟ ବଡ଼ ହୋଟେଲ ଗୁଡ଼ିକୁ ଭଙ୍ଗାଯାଇଛି ।

 

BBSR Reporters

 

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡରେ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ  ନିର୍ମାଣ କାର୍ଯ୍ୟରେ ବାଧକ ସାଜୁଥିଲା ପୁରୁଣା ଦୋକାନ  ସେଠାରେ ବସ ଟର୍ମିନାଲ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଜବରଦଖଲ ଉଚ୍ଛେଦ କରାଯାଇପାରିନି  ଦୁଇଦିନ ଭିତରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପ୍ରାୟ ୧୧ ହଜାର ବର୍ଗଫୁଟର ଜମିକୁ ଜବରଦଖଲମୁକ୍ତ କରିବା ସହିତ ଉକ୍ତ ଜମିକୁ ଠିକା ସଂସ୍ଥାକୁ ହସ୍ତାନ୍ତର କରିଛି ।

 


ବିଡିଏ ପକ୍ଷରୁ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ପୁରୁଣା ଦୋକାନ ଓ ହୋଟେଲଗୁଡ଼ିକୁ  ଉଚ୍ଛେଦ କରାଯାଇଥିଲା  ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ନିର୍ମାଣ ଜୋରସୋରରେ ଆଗେଇ ଚାଲିଛି  ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖତ୍ ପର୍ଯ୍ୟାୟକ୍ରମେ ପୁରୁଣା ଦୋକାନଗୁଡ଼ିକୁ ହଟାଯାଉଛି  ଗତକାଲି ୨୦ଟି ଟିଣ ନିର୍ମିତ ଦୋକାନ ଭଙ୍ଗାଯାଇଥିବା ବେଳେ ପ୍ରାୟ ୫ ହଜାର ବର୍ଗଫୁଟ ଜମିକୁ ଜବରଦଖଲମୁକ୍ତ କରିଥିଲା ବିଡିଏ  
ସେହିପରି ଆଜି(ମଙ୍ଗଳବାର) ବିଡିଏ ପକ୍ଷରୁ ୨୭ଟି ଛୋଟ ବଡ଼ ହୋଟେଲ ଗୁଡ଼ିକୁ ଭଙ୍ଗାଯାଇଥିଲା  ।

 

ଏଠାରେ ପ୍ରାୟ ୬୦୦୦ ବର୍ଗଫୁଟ ଜମିକୁ ମୁକ୍ତ କରାଯାଇଥିଲା  ଦୁଇଦିନରେ ସମୁଦାୟ ୧୧ ହଜାର ବର୍ଗଫୁଟ ଜମି ମୁକ୍ତ କରାଯାଇ ଠିକା ନିର୍ମାଣକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି  ଚଳିତ ମାସ ୩୧ ତାରିଖରେ ବାକିଥିବା ଆଉ କିଛି ଦୋକାନଗୁଡ଼ିକୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି  ଆଇନଶୃଙ୍ଖଳା ପରିସ୍ଥିିତି ପାଇଁ ଏକ ପ୍ଲାଟୁନ ରିର୍ଜଭ ପୋଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁୂତୟନ କରାଯାଇଥିଲା  ଉଚ୍ଛେଦ ବେଳେ ବିଡିଏ ଏନ୍େଫାର୍ସମେଣ୍ଟ ଅଫିସର ପ୍ରମୋଦ ପାତ୍ର, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଜୋନ୍ ଇଉଚ, ରଜତ କୁମାର ରାୟ ଓ ଭରତପୁର ଆଇଆଇସି ଜେ ଆର ପତି ଉପସ୍ଥିତ ଥିଲେ ।


 

Related News
satta king tw