Top Stories

Search here...

News

ବିଏମସିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ସୁବିଧାସଖୀ’:ମିଳିବ ସରକାରୀ ଯୋଜନାର ସୁବିଧା

Posted On - 14 minutes ago
Edited By Team BbsrReporters
LAST UPDATED Nov 09, 2021 03:38 PM

ସହରାଂଚଳରେ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ନାଗରିକମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଯୋଗାଇଦେବା ପାଇଁ ଏହି ନୂତନ ଉପାୟ ଅବଲମ୍ବନ କରିଛନ୍ତି ବିଏମସି କର୍ତୃପକ୍ଷ  ।

 

BBSR Reporters


ଭୁବନେଶ୍ୱର: ଆଜି ସ୍ଥାନୀୟ ବଡ଼ଗଡ଼ କଲ୍ୟାଣମଣ୍ଡପ ଠାରେ ଉଦ୍ୟାପିତ ହୋଇଛି ୭ ଦିନିଆ ଆଧାର ସଂଶୋଧନ କାର୍ଯ୍ୟକ୍ରମ । ବିଭିନ୍ନ ଯୋଜନା ନିମନ୍ତେ ଏବଂ ସରକାରୀ ସହାୟତା ପାଇଁ ଆଧାର କାଡର଼୍ ସଂଶୋଧନକୁ ତ୍ୱରାନ୍ୱିତ କରିବା ବିଶେଷ କରି ସହରୀ ଗରିବ ଶ୍ରେଣୀ ବ୍ୟକ୍ତିଙ୍କୁ ଏହି ସହାୟତା ଯୋଗାଇ ଦେବାର ଲକ୍ଷ୍ୟରେ ଆଧାର ସଂଶୋଧନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗତ ୭ ଦିନ ଧରି •ଲିଥିବା ଉକ୍ତ କାର୍ଯ୍ୟକ୍ରମ ପରୀକ୍ଷାମୂଳକ ଭାବେ ଚୟନ ହୋଇଥିବା ସୁବିଧାସଖୀଙ୍କ ଦ୍ୱାରା କରାଯାଇଛି । କମିଶନର ଶ୍ରୀ ସଂଜୟ କୁମାର ସିଂହଙ୍କ ନିଦେ୍ର୍ଧଶ କ୍ରମେ କରାଯାଉଥିବା ଏହି ସୁବିଧାସଖି ବ୍ୟବସ୍ଥା ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି) ର ଏକ ନୂତନ ପ୍ରୟାସ ।    

 


ସହରାଂଚଳରେ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ନାଗରିକମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଯୋଗାଇଦେବା ପାଇଁ ଏହି ନୂତନ ଉପାୟ ଅବଲମ୍ବନ କରିଛନ୍ତି ବି ଏମ୍ ସି କର୍ତୃପକ୍ଷ । ନାଗରିକ ମାନଙ୍କର ସୁବିଧା ନିମନ୍ତେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାର ଉପଯୋଗ ପାଇଁ ସରକାରୀ ବ୍ୟବସ୍ଥା ରହିଛି ଏବଂ ଅନେକ ନାଗରିକ ଏହାଦ୍ୱାରା ଉପକୃତ ହେଉଛନ୍ତି । ତଥାପି ସୂଚନା ଅଭାବରୁ ଏବଂ ଆଧୁନିକ ଅନ୍ଲାଇନ୍ ବ୍ୟବସ୍ଥାରେ ଯୋଜନା ଗୁଡ଼ିକ ବାବଦରେ ଅନେକ ନାଗରିକ ଜାଣିନପାରି ଦ୍ୱନ୍ଦରେ ପଡ଼ିଥାନ୍ତି । ଏପରିକି ଏହି ନାଗରିକମାନେ ବିଭିନ୍ନ ଠକାମିର ଶିକାର ମଧ୍ୟ ହୋଇପାରନ୍ତି; କହିଛନ୍ତି ଅତିରିକ୍ତ କମିଶନର ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ  ।

 


ଏହାକୁ ଦୃଷ୍ଟିରେ ରଖି ବି ଏମ୍ ସି ପକ୍ଷରୁ ପରୀକ୍ଷାମୂଳକ ଭାବେ କରାଯାଇଛି ସୁବିଧାସଖି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମିଶନ୍ ଶକ୍ତି ସଦସ୍ୟା ମାନଙ୍କୁ ନେଇ କରାଯାଇଛି । ମିଶନ୍ ଶକ୍ତି ଅଧିନରେ ହୋଇଥିବା ଅଂଚଳ ସ୍ତରୀୟ ମହାସଂଘ ବା ଏରିଆ ଲେବଲ୍ ଫେଡେ଼ରେସନ୍ ରୁ ଚୟନ ହୋଇଥିବା ସଦସ୍ୟା ସୁବିଧାସଖି ଭାବେ କାର୍ଯ୍ୟ କରୁଛନ୍ତି । ମୌଳିକ ଭାବେ ନିଜ ଗୋଷ୍ଠୀରେ ଥିବା ସଦସ୍ୟା ମାନଙ୍କ ପାଖକୁ ଯାଇ ଜଣେ ସୁବିଧାସଖୀ ନିଜର ମୋବାଇଲ୍ ଫୋନ୍ ବ୍ୟବହାର କରି ସ୍ୱତନ୍ତ୍ର ଆପ୍ଲିକେସନ୍ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କର ବିବରଣୀକୁ ନେଇ ଉପସ୍ଥାପନ କଲାପରେ ସମ୍ପୃକ୍ତ ବ୍ୟକ୍ତି କେଉଁସବୁ ଯୋଜନା ପାଇଁ ଯୋଗ୍ୟ ତାହା ଜଣାପଡ଼ିଥାଏ ଯଦ୍ୱାରା ଯୋଜନା ଚୟନ କରିବା ସୁବିଧା ହୋଇଥାଏ । 

 

 

ଦ୍ୱିତୀୟରେ ଏକ ସ୍ୱତନ୍ତ୍ର ଯୋଜନା ପାଇଁ କୌଣସି ବ୍ୟକ୍ତିଙ୍କର ସୂଚନାକୁ ସମ୍ପୃକ୍ତ ଆପ୍ଲିକେସନ୍ ମାଧ୍ୟମରେ ଉପସ୍ଥାପନ କରିବା ଏବଂ ଏହି ଯୋଜନା ପାଇବା ପାଇଁ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଆବେଦନ କରିବା ନିମନ୍ତେ ସୁବିଧାସଖିଙ୍କୁ କିଛି ପରିମାଣର ରୋଜଗାର ମିଳିଥାଏ । ଏହି ରୋଜଗାର ଯୋଜନାକୁ ଯୋଜନା ଭିନ୍ନ ହୋଇଥିବା ବେଳେ ଜଣେ ସୁବିଧାସଖି କେତୋଟି ଯୋଜନା ପାଇଁ ଆବେଦନ କରାଇଛନ୍ତି ଏବଂ ତାଙ୍କର ରୋଜଗାର କେତେ ହୋଇଛି, କେତେ ଜଣ ହିତାଧିକାରୀଙ୍କ ନିମନ୍ତେ ଆବେଦନ କରାଯାଇଛି ଇତ୍ୟାଦି ସମସ୍ତ ବିବରଣୀ ଏକ ନିର୍ଦ୍ଧିଷ୍ଟ ଡ଼୍ୟାସ୍ବୋଡର଼୍ରେ ରହୁଛି । ଫଳରେ ଏଥିରେ କୌଣସି ପ୍ରକାରର ସନେ୍ଦହ ରହୁନାହିଁ ଏବଂ ସ୍ୱଚ୍ଛତା ବଜାୟ ରହୁଛି ଯାହାକି ସରକାରଙ୍କର “୫ ଟି”କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହଯୋଗୀ ହୋଇପାରିଛି । 

 


ତେବେ ଏହି କାର୍ଯ୍ୟକ୍ରମକୁ ବି ଏମ୍ ସି ଇଲାକାରେ ତ୍ୱରାନ୍ୱିତ କରିବା ପାଇଁ ମହାନଗର ନିଗମ କର୍ତୃପକ୍ଷଙ୍କୁ ଷ୍ଟେଟ୍ ଅର୍ବାନ୍ ଡେ଼ଭେଲପ୍ମେଂଟ ଏଜେନ୍ସି (ସୁଡ଼ା) ମାଧ୍ୟମରେ ବୈଷୟିକ ସହାୟତା ଯୋଗାଉଛନ୍ତି ଅର୍ବାନ୍ ମ୍ୟାନେଜ୍ମେଂଟ ସେଂଟର ନାମକ ସ୍ୱେଚ୍ଛାସେବୀ ସଂଗଠନ । ଏହି କାର୍ଯ୍ୟ ପନ୍ଥା ଆଗକୁ ବଜାୟ ରଖିବା ପାଇଁ ନାଗରିକ ମାନଙ୍କ ସହଯୋଗ ଲୋଡ଼ିଛନ୍ତି କର୍ତୃପକ୍ଷ ।
 

Related News
satta king tw