Top Stories

Search here...

News

ପ୍ଲାଷ୍ଟିକ ବସ୍ତାରେ ବାଘ ଚମଡ଼ା  ବିକ୍ରି ବେଳେ ଧରିଦେଲା ଏସଟିଏଫ୍‌

Posted On - 1 month ago
Edited By Team BbsrReporters
LAST UPDATED Dec 03, 2021 07:18 PM

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଛକରେ। ଏସ୍‌ଟିଏ‍ଫ୍‌ ଟିମ୍‌ ଦୁଇଟି ଚିତା ବାଘ ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଲୁଣ୍ଡୁରୁ ଗାଁର ଜୀବର୍ଦ୍ଧନ ଭୋଇ।

 

 

BBSR Reporters

 

 

ସୋନପୁର: ଜଣେ ବେପାରୀ ପ୍ଲାଷ୍ଟିକ ବସ୍ତାରେ ବାଘ ଚମଡ଼ା ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ଧରିଦେଲା ଏସଟିଏଫ୍‌ l ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଛକରେ। ଏସ୍‌ଟିଏ‍ଫ୍‌ ଟିମ୍‌ ଦୁଇଟି ଚିତା ବାଘ ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଲୁଣ୍ଡୁରୁ ଗାଁର ଜୀବର୍ଦ୍ଧନ ଭୋଇ।

 

 

ଏହାପରେ ଏସ୍‌ଟିଏ‍ଫ୍‌ ଟିମ୍‌ ତାଙ୍କ ବସ୍ତା ଯାଞ୍ଚ କରିବାରୁ ଦୁଇଟି ଚିତା ବାଘ ଛାଲ ବାହାରିଥିଲା। ପ୍ରାଣୀ ସୁରକ୍ଷା  ଆକ୍ଟ ୧୯୭୨ ନିୟମ ଭଙ୍ଗ ଅନୁଯାୟୀ ଅଭିଯୁକ୍ତ ଜୀବର୍ଦ୍ଧନଙ୍କୁ ଗିରଫ କରାଯାଇ ବୌଦ୍ଧ ଡି‌ଏଫଓଙ୍କୁ ଏସଟିଏଫ ହସ୍ତାନ୍ତର କରିଛି। ଏନେଇ ବନ ବିଭାଗ ମନମୁଣ୍ଡାରେ ଏକ ମାମଲା  ରୁଜୁ କରାଯାଇଛି ଓ ଆଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ।

 

 

କପାସିରା ଛକରେ ବାଘ ଛାଲ ଚୋରାଚାଲାଣ ହେଉଥିବା ଏସ୍‌ଟିଏ‍ଫ୍‌ ଟିମ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଏସ୍‌ଟିଏ‍ଫ୍‌ର ଜଣେ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଜଗି ରହିଥିଲା। ଗତକାଲି ରାତିରେ କପାସିରା ଛକଠାରେ ଜୀବର୍ଦ୍ଧନ କିଛି ଜିନିଷ ଭର୍ତ୍ତି ଥିବା ଏକ ପ୍ଲାଷ୍ଟିକ ବସ୍ତା ଧରି ଛିଡ଼ା ହୋଇଥିଲେ। ଏହା ଦେଖି ଏସ୍‌ଟିଏ‍ଫ୍‌ ଟିମ୍‌ର ତାଙ୍କ ଉପରେ  ସନ୍ଦେହ ଉପୁଜିଥିଲା।

 

Related News
satta king tw