Top Stories

Search here...

News

ଏମଏସ୍ ଏକ୍ସମିମ୍ ଲଗିଷ୍ଟିକ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଟ୍ରକ ମାଲିକ ସଂଘ

Posted On - 3 minutes ago
Edited By Team BbsrReporters
LAST UPDATED Oct 31, 2021 10:16 PM

ଏମଏସ୍ ଏକ୍ସମିମ୍ ଲଗିଷ୍ଟିକ ଉପଯୁକ୍ତ ଭତ୍ତା ଦେଉନଥିବା ବେଳେ ଲୋଡିଂ କରୁଥିବା ଟ୍ରକ ଗୁଡିକୁ ଠିକ୍ ଭାବେ ଅଗ୍ରୀମ ପାଉଣା ଦେଉନାହିଁ । ସେହିପରି ପେମେଣ୍ଟ ଜାଗଜପତ୍ର ଜମା କରିବା ପରେ ମଧ୍ୟ ବିଳମ୍ବରେ ପାଉଣା ପୈଠ କରୁଥିବା ଅଭିଯୋଗ ଆଣିଛନ୍ତିି ରାସୋଳ  ଏବଂ ଖଣି  ଅଞ୍ଚଳର ଟ୍ରକ ମାଲିକ ସଂଘ ।

 

BBSR Reporters


ସୁକିନ୍ଦା: ଏମଏସ୍ ଏକ୍ସମିମ୍ ଲଗିଷ୍ଟିକ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାସୋଳ  ଏବଂ ଖଣି  ଅଞ୍ଚଳର ଟ୍ରକ ମାଲିକ ସଂଘ । ଏମଏସ୍ ଏକ୍ସମିମ୍ ଲଗିଷ୍ଟିକ ଉପଯୁକ୍ତ ଭତ୍ତା ଦେଉନଥିବା ବେଳେ ଲୋଡିଂ କରୁଥିବା ଟ୍ରକ ଗୁଡିକୁ ଠିକ୍ ଭାବେ ଅଗ୍ରୀମ ପାଉଣା ଦେଉନାହିଁ । ସେହିପରି ପେମେଣ୍ଟ ଜାଗଜପତ୍ର ଜମା କରିବା ପରେ ମଧ୍ୟ ବିଳମ୍ବରେ ପାଉଣା ପୈଠ କରୁଛି । ଏନେଇ ଟ୍ରକ ମାଲିକମାନେ ଅଭିଯୋଗ କଲେ ତାଙ୍କୁ ଦୁର୍ବବ୍ୟହାର କରୁଥିବା ନେଇ ରାସୋଳ  ଏବଂ ଖଣି  ଅଞ୍ଚଳର ଟ୍ରକ ମାଲିକ ସଂଘ ଅଭିଯୋଗ କରିଛି । 


ଏନେଇ ସଂଘ ପକ୍ଷରୁ କାଳିଆପାଣି ଥାନା ଏବଂ ଟିଏସଏମଏଲ ଜେନେରାଲ ମ୍ୟାନଚେରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଅସୁବିଧା ଗୁଡିକର ସମାଧାନ କରିବା ପାଇଁ ସଂଘ ଦାବି କରିବା ଏଭଳି ବେଆିନ କାର୍ଯ୍ୟ କରୁଥିବା ଏମଏସ୍ ଏକ୍ସମିମ୍ ଲଗିଷ୍ଟିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ଯଦି ଆଗାମୀ ଦିନରେ ଏହି ଅସୁବିଧା ଗୁଡିକର ସମାଧାନ ନହୁଏ, ତେବେ ସଂଘ ପକ୍ଷରୁ ଜୋରଦାର ପ୍ରତିବାଦ କରାଯିବ ବୋଲି କୁହାଯାଇଛି । 
 

Related News
satta king tw