Top Stories

Search here...

News

‘ପିଏମ୍ ଗତି ଶକ୍ତି’ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ; ଜାଣନ୍ତୁ କଣ ରହିଛି ଏହାର ମହତ୍ୱ

Posted On - 1 week ago
Edited By Team BbsrReporters
LAST UPDATED Oct 21, 2021 08:46 AM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଲ୍ଟି ମୋଡାଲ ସଂଯୋଗୀକରଣ ନିମନ୍ତେ ୧୦୦ ଲକ୍ଷ କୋଟିର ନ୍ୟାଶନାଲ ମାଷ୍ଟର ପ୍ଲାନ ଶୁଭାରମ୍ଭ କରିଛନ୍ତି । ଯାହା ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ସହ ଅର୍ଥନୀତିର ଅଗ୍ରଗତି ପାଇଁ ସହାୟକ ହେବ ।

 

BBSR Reporters

 

ନୂଆଦିଲ୍ଲୀ: ପ୍ରଗତି ମୈଦାନରେ ‘ପିଏମ୍ ଗତି ଶକ୍ତି’ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ପିଏମ ଗତି ଶକ୍ତି ଯୋଜନା ଏକ ପ୍ଲାଟଫର୍ମ ଯେଉଁଠି ବିଭିନ୍ନ ମନ୍ତ୍ରଣାଳୟ / ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ପ୍ରଭାବଶାଳୀ ଢ଼ଙ୍ଗରେ ଯୋଜନା କାର୍ଯ୍ୟକାରୀ ହୋଇପାରିବ ।

 

ପ୍ରାୟ ୧୬ଟି କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗଦ୍ୱାରା ଆରମ୍ଭ ହୋଇଥିବା ଏହି ଭିତ୍ତିଭୂମୀୟ ଯୋଜନାକୁ ‘ପିଏମ୍ ଗତିଶକ୍ତି’ ଏକତ୍ର କରିବ ବୋଲି ଆଶା କରାଯାଉଛି ।  ପ୍ରଧାନମନ୍ତ୍ରୀ ଆଜି ମଲ୍ଟି ମୋଡାଲ ସଂଯୋଗୀକରଣ ନିମନ୍ତେ ୧୦୦ ଲକ୍ଷ କୋଟିର ନ୍ୟାଶନାଲ ମାଷ୍ଟର ପ୍ଲାନ ଶୁଭାରମ୍ଭ କରିଛନ୍ତି । ଯାହା ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ସହ ଅର୍ଥନୀତିର ଅଗ୍ରଗତି ପାଇଁ ସହାୟକ ହେବ । ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ, କାର୍ଗୋ ନିୟନ୍ତ୍ରଣ କ୍ଷମତା ବୃଦ୍ଧି କରିବାରେ ପ୍ରଧାନମନ୍ତ୍ରୀ ଗତି ଶକ୍ତିର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

 


ଏହି ଯୋଜନାରେ ସମସ୍ତ ସଂପୃକ୍ତ ବିଭାଗକୁ ଗୋଟିଏ ପ୍ଲାଟଫର୍ମରେ ସଂଯୋଗ କରି ପ୍ରକଳ୍ପଗୁଡିକୁ କ୍ରିୟାଶୀଳ କରାଯାଇପାରିବ ବୋଲି ସେ କହିଛନ୍ତ  । ତେବେ ଏହାଦ୍ୱାରା ୫-ଟ୍ରିଲିୟନ୍ ଅର୍ଥନିତୀ ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ ବୋଲି ଆଶା କରାଯାଉଛି ।


 

Related News
satta king tw