Top Stories

Search here...

News

ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର  ବୋନସ୍ 

Posted On - 2 minutes ago
Edited By Team BbsrReporters
LAST UPDATED Oct 06, 2021 06:57 PM

କେନ୍ଦ୍ର ସରକାର ତାଙ୍କ କର୍ମଚାରୀକଙ୍କୁ ୨୮% ଡିଏ ଦେଇ ଦିୱାଲିରେ ଆଉ ୩% ଡିଏ ଦେବାକୁ ଯାଉଥିବା ବେଳେ ରାଜ୍ୟ ସରକାରୀ କର୍ମଚାରୀ ଏବେ ୧୮%  ଡିଏ ପାଉଛନ୍ତି ।

 

BBSR Reporters

 

ନୂଆଦିଲ୍ଲୀ: ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆରପିଏଫ୍ / ଆରପିଏସ୍ଏଫ୍ କର୍ମଚାରୀଙ୍କୁ ବାଦ ଦେଇ ସମସ୍ତ ଯୋଗ୍ୟ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ ଉତ୍ପାଦକତା ଲିଙ୍କ୍ ବୋନସ୍ (ପ୍ରଡକ୍ଟିଭିଟି ଲିଙ୍କ୍ ବୋନସ୍ ) ପାଉଣା କରିବାକୁ ଅନୁମୋଦନ କରାଯାଇଅଛି  ।

 

ଆର୍ଥକ ବର୍ଷ ୨୦୨୦-୨୧ ପାଇଁ ଏହା ୭୮ ଦିନର ମଜୁରୀ ସହିତ ସମାନ ହେବ  । ଆରପିଏଫ୍ କର୍ମଚାରୀଙ୍କୁ ବାଦ ଦେଇ ପ୍ରାୟ ୧୧.୫୬ ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀ ଏହି ଉତ୍ପାଦକତା ଲିଙ୍କ୍ ବୋନସ୍ ଦ୍ୱାରା ହିତାଧିକାରୀ ହେବେ  ।

 

ଯୋଗ୍ୟ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନ ପାଇଁ ସର୍ବାଧିକ ଦେୟ ହେଉଛି ୧୭,୯୫୧/- ଟଙ୍କା  । ଏହି ଉତ୍ପାଦନ ଲିଙ୍କଡ୍ ବୋନସ୍ ସମସ୍ତ ରେଳ କର୍ମଚାରୀ ଯଥା ଟ୍ରାକ ମେଣ୍ଟେନର, ଡ୍ରାଇଭର ଓ ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲପର, କଣ୍ଟ୍ରୋଲର ( ନିୟନ୍ତ୍ରକ), ପଏଣ୍ଟମ୍ୟାନ୍, କିରାଣୀ ଓ ଅନ୍ୟ ସମସ୍ତ ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ପ୍ରଦାନ କରାଯିବ  । 

 

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନ ପିଏଲବି ପାଇଁ ପ୍ରାୟ ୧୯୮୪.୭୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି  । କୋଭିଡ -୧୯ ପ୍ରତିକୂଳ ପରିସ୍ଥିତିର ଆର୍ଥôକ ସମସ୍ୟା ସତ୍ୱେ ଏହି ଡିଏ ଦେୟ ପାଇଁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି  । 

 

ନିର୍ଦ୍ଧିଷ୍ଟ ଫର୍ମୁଲା ଆଧାରରେ କାର୍ଯ୍ୟ କରାଯାଇଥିବା କାର୍ଯ୍ୟ ଦିବସ ଅପେକ୍ଷା ପିଏଲବି କାର୍ଯ୍ୟ ଦିବସ ଦିଆଯାଉଥିବା ପ୍ରକୃତ ସଂଖ୍ୟା ଅଧିକ ଅଟେ  । ରେଳବାଇର କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ରେଳ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ପିଏଲବି ଦେୟ ଏକ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରିଥାଏ  ।

 

ସୂଚନାଯୋଗ୍ୟ,  କେନ୍ଦ୍ର ସରକାର ତାଙ୍କ କର୍ମଚାରୀକଙ୍କୁ ୨୮% ଡିଏ ଦେଇ ଦିୱାଲିରେ ଆଉ ୩% ଡିଏ ଦେବାକୁ ଯାଉଥିବା ବେଳେ ରାଜ୍ୟ ସରକାରୀ କର୍ମଚାରୀ ଏବେ ୧୮%  ଡିଏ ପାଉଛନ୍ତି, ତାଙ୍କ ବକେୟା ୧୧% ଡିଏ ମିଳି ନଥିବାରୁ କର୍ମଚାରୀ ଅସନ୍ତୋଷ ରହିଛି ।

Related News
satta king tw