Top Stories

Search here...

News

ଝାରସୁଗୁଡ଼ାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଅସିତ ତ୍ରିପାଠୀ

Posted On - 2 minutes ago
Edited By Team BbsrReporters
LAST UPDATED Oct 06, 2021 06:46 PM

ଜିଲ୍ଲାରେ ଆଲୁମିନିୟମ ପ୍ରକ୍ରିୟାକରଣ ଶିଳ୍ପ ଏବଂ କୃଷି ଉଦ୍ୟୋଗ ବିକାଶ ପାଇଁ ନିଦେ୍ର୍ଧଶ  । ଏବଂ ମହିଳା ଓ ଯୁବ ବର୍ଗମାନଙ୍କୁ କୌଶଳ ବିକାଶ ମାଧ୍ୟମରେ ରୋଜଗାରକ୍ଷମ କରିବା ଉପରେ ଗୁରୁତ୍ୱ  ।

 

BBSR Reporters

 

ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା  ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ଆଜି ଝାରସୁଗୁଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ  । ଶ୍ରୀ ତ୍ରିପାଠୀ ଝାରସୁଗୁଡ଼ାରେ ପହଂଚିବା ପରେ ପ୍ରଥମେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ  । ବୈଠକରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ  । 

 

ଝାରସୁଗୁଡ଼ାରେ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇଥିବାରୁ ଜିଲ୍ଲାରେ ପ୍ରକ୍ରିୟାକରଣ ଶିଳ୍ପର ପର୍ଯ୍ୟାପ୍ତ ସମ୍ଭାବନା ଓ ସୁଯୋଗ ରହିଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ  । ସେଥି ପାଇଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ନିମନ୍ତେ ସ୍ୱତନ୍ତ୍ର ଲ୍ୟାଣ୍ଡବ୍ୟାଙ୍କ ପ୍ରସ୍ତୁତ ପାଇଁ ନିଦେ୍ର୍ଧଶ ଦେଇଥିଲେ  । ଜିଲ୍ଲାରେ ଅଦା , ଲଙ୍କା , ସବୁଜ ପନିପରିବା , ତୈଳବୀଜ , ଲଘୁ ଶସ୍ୟ , ଫଳ ଓ ଫୁଲ ଚାଷ ଆଦି ଉତ୍ପାଦନ ନିମନ୍ତେ ପ୍ରକୃଷ୍ଟ ଜଳବାୟୁ ରହିଛି  । ଏଥି ପାଇଁ ନିର୍ଦ୍ଧିଷ୍ଟ କୃଷି ଯୋଜନା ପ୍ରସ୍ତୁତ କରିବା ପାଇଁ ଶ୍ରୀ ତ୍ରିପାଠୀ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ  ।

 

କୃଷିଜାତ ଦ୍ରବ୍ୟର ଅମଳ ପରବର୍ତ୍ତି ଏକତ୍ରିକରଣ , ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି - ବିପଣି ଆଦି ଉଦ୍ୟୋଗ ନିମନ୍ତେ ପ୍ରୋତ୍ସାହନ ଯୋଗାଇବା ପାଇଁ ମଧ୍ୟ ଶ୍ରୀ ତ୍ରିପାଠୀ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେଇଥିଲେ  । ଜିଲ୍ଲାର ଶିକ୍ଷିତ ଯୁବବର୍ଗ ଏବଂ ମହିଳାମାନଙ୍କୁ ବିଭିନ୍ନ ପ୍ରକାର କୌଶଳ ବିକାଶ ତାଲିମ ମାଧ୍ୟମରେ ରୋଜଗାରକ୍ଷମ ଓ ଶସକ୍ତ କରିବା ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଥିଲେ  । ଜିଲ୍ଲାରେ ଶିଳ୍ପ ଓ କୃଷି ଉଦ୍ୟୋଗର ବିକାଶ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମ୍ଭବ ହେବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ  । 


 
 ସମୀକ୍ଷା ବୈଠକ ପରେ ଶ୍ରୀ ତ୍ରିପାଠୀ ଭାସ୍କର ଟେକ୍ସଟାଇଲ ମିଲ ପରିସରସ୍ଥିତ ସରକାରୀ ଜମି , ବାଞ୍ଝିବୋରାସ୍ଥିତ ବୃହତ ଉଠା ଜଳସେଚନ ପ୍ରକଳ୍ପ , ଏଚ .କଟାପାଲିରେ ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ , ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ଜି . ଏଲ . ହାଇସ୍କୁଲ ରୂପାନ୍ତରିକରଣ ପ୍ରକଳ୍ପ , ବଂଜାରୀ ଗ୍ରାମ ପଂଚାୟତରେ ଫଳ ଏବଂ ଫୁଲ ଚାଷ ଫାର୍ମ , ବେଲପାହାଡ଼ସ୍ଥିତ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ଆଦି ପ୍ରକଳ୍ପ ପରିଦର୍ଶନ କରିଥିଲେ  । ବିଟିଏମ୍ ପରିସର ମଧ୍ୟରେ ଥିବା ସରକାରୀ ଜମିର ବିନିଯୋଗ ନିମନ୍ତେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦକୁ ନିଦେ୍ର୍ଧଶ ଦେଇଥିଲେ  । 

 

 

 ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ତପିରାମ ମାଝୀ , ଉପ ଜିଲ୍ଲାପାଳ ଶିବ ଟପ୍ପୋଙ୍କ ସମେତ କୃଷି , ଶିଳ୍ପ , ଶିକ୍ଷା ଓ କୌଶଳ ବିକାଶ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ସୂଚନା ପ୍ରଦାନ କରିଥିଲେ  ।

Related News
satta king tw