Top Stories

Search here...

News

ବିଏମସି ନିୟମକୁ ଟେଣ୍ଟ, ଫୁଲ, ଲାଇଟ, ସାଉଣ୍ଡ ଏବଂ କ୍ୟାଟରିଂ ସଂଘର କଡ଼ା ବିରୋଧ 

Posted On - 2 minutes ago
Edited By Team BbsrReporters
LAST UPDATED Oct 05, 2021 06:46 PM

 ପିପିଲି ଉପ ନିର୍ବାଚନରେ ହଜାର ହଜାର ଲୋକ ଏକାଠୀ ହେଲେ କରୋନା ହେଉନିି କେବଳ କଣ ବାହାଘର ଭୋଜିରେ କରୋନା ହେଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

 

BBSR Reporters


ଭୁବନେଶ୍ୱର: ଶୀତ ଋତୁ  ଆସୁଥିବାରୁ କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଜାରି କରାଯାଇଥିବା ନିୟମକୁ କଡା ବିରୋଧ କରିଛି ଟେଣ୍ଟ, ଫୁଲ, ଲାଇଟ, ସାଉଣ୍ଡ ଏବଂ କ୍ୟାଟରିଂ ସଂଘ । ବିବାହ, ବ୍ରତ ଆଦି ଆଦି  ସାମାଜିକ କାର୍ଯ୍ୟରେ ୫୦ ଜଣଙ୍କ ପାଇଁ ଅନୁମତି ନିୟମକୁ ସେମାନେ ବିରୋଧ କରିବା ସହ ନିଷ୍ପତ୍ତିରେ ପରିବର୍ତନ ପାଇଁ ଦାବି କରିଛନ୍ତି । 

 

ସେମାନଙ୍କ ଅଭିଯେଗ ଅନୁଯାୟୀ, ଏସଆରସି ଘୋଷଣା କରିଥିବା ନିୟମ ଅନୁଯାୟୀ ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମରେ ୨୫୦ ଲୋକ ଯୋଗଦାନ କରିପାରିବେ । ଏଥିପାଇଁ ସେମାନେ ଲୋକମାନଙ୍କୁ ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ  ଅଗ୍ରୀମ ରାଶି ନେଇ ସାରିଛନ୍ତି ।  ଏବେ ୫୦ ଜଣଙ୍କୁ ଅନୁମତି ନିୟମ ପରେ ଟଙ୍କା କିପରି ଫେରାଇବାକୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତିି ।

 

କରୋନା କ’ଣ କେବଳ ବାହାଘରରେ ଯୋଗ ଦେଲେ, ଭୋଜି ଖାଇଲେ ହେଉଛି । ମଲ୍‌, ପବ୍‌, ହୋଟେଲ କୋର୍ଟରେ ହଜାର ହଜାର ଲୋକ ଏକାଠି ହେଉଛନ୍ତି, ସେଠାରେ କିଛି ହେଉନି । ଯଦି ବନ୍ଦ କରିବାକୁ ଚାହୁଁଛନ୍ତି, ସବୁ ବନ୍ଦ କରନ୍ତୁ । ପିପିଲି ଉପ ନିର୍ବାଚନରେ ହଜାର ହଜାର ଲୋକ ଏକାଠୀ ହେଲେ କରୋନା ହେଉନିି କେବଳ କଣ ବାହାଘର ଭୋଜିରେ କରୋନା ହେଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । 


ଏନେଇ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି, ନିୟମ ଯାହା କରୁଛୁ, ସମସ୍ତଙ୍କ ପାଇଁ ସମାନ କର । ରାଜନୀତି କରି ଆମ ସଂସ୍ଥା କେବଳ ବନ୍ଦ କରନ୍ତୁ ନାହିଁ । ଭୁବନେଶ୍ୱରରେ ଟେଣ୍ଡ ଓ କ୍ୟାଟରିଂ, ଫୁଲ, ଲାଇଟ ଉପରେ ୨୦ ଲକ୍ଷ ପରିବାର ନିର୍ଭର କରୁଛନ୍ତି । କିନ୍ତୁ ହଠାତ୍ ଗତକାଲି ଯେଉଁ ନିଷ୍ପତ୍ତି ନିଆଗଲା ତାକୁ ଆମେ ଗ୍ରହଣ କରିପାରୁନୁ । ଭୁବନେଶ୍ୱରରେ କରୋନା ସଂକ୍ରମଣ ସେପରି କିଛି ବଢ଼ି ନାହିଁ । ଆମେ ଆଡଭାନ୍ସ ଉଠାଇ ତାହାକୁ ମାର୍କେଟରେ ବିଭିନ୍ନ ଜାଗାରେ ଦେଇ ସାରିଛୁ । ତେଣୁ ନିୟମ ନ ବଦଳାଇଲେ ଆମେ କିପରି ଟଙ୍କା ଫେରସ୍ତ କରିବୁ ।


ଆଜି ବିଏମ୍‌ସି ଅଫିସ ସମ୍ମୁଖରେ ଟେଣ୍ଟ, ଫୁଲ, ଲାଇଟ ଆଣ୍ଡ ସାଉଣ୍ଡ ଏବଂ କ୍ୟାଟରିଂ ସଂଘ । କେବଳ ସେତିକି ନୁହେଁ, ଦୀର୍ଘ ସମୟ ପର୍ଯ୍ୟନ୍ତ ବିକ୍ଷୋଭ ସହ ରାସ୍ତା ଅବରୋଧ କରିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ବିଏମ୍‌ସି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିବା ସହ କମିଶନରଙ୍କ ସହ ବୈଠକ କରାଇଦେବାର ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀ ରାସ୍ତା ଅବରୋଧରୁ ହଟିଥିବା ଜଣାଯାଇଛି ।

 

ସୂଚନାଯୋଗ୍ୟ, ଶୀତ ଦିନ ଆସୁଥିବାରୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି ବିଏମସି ପକ୍ଷରୁ ଗତକାଲି ନୂଆ ଗାଇଡଲାଇନ ଜାରି କରାଯାଇଛି । ଏଥିରେ ବିବାହ, ବ୍ରତଘର ଓ ଶୁଦ୍ଧିକାର୍ଯ୍ୟ ପାଇଁ ହେଉଥିବା ଭୋଜି ଆୟୋଜନରେ ଲୋକଙ୍କ ସଂଖ୍ୟା ୫୦ ମଧ୍ୟରେ ସୀମିତ ରଖିବାକୁ ନିୟମ କରାଯାଇଛି । କାର୍ଯ୍ୟକ୍ରମ ଆୟୋଜକ ପ୍ରବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବେ । କେବଳ ଖାଇବା ସମୟ ଛଡ଼ା ସମସ୍ତ ଲୋକ ସବୁବେଳେ ମାସ୍କ ପିନ୍ଧିବେ । ଗାଇଡଲାଇନ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍ ମାଲିକ ଦାୟୀ ରହିବେ ବୋଲି କଡା ନିର୍ଦ୍ଦେଶ ଜାରି କରିଛି ବିଏମସି । ହଲ ଗୁଡିକରେ ୫୦ ପ୍ରତିଶତ କ୍ଷମତାରେ ଲୋକଙ୍କୁ ନେଇ ସଭା, ଭୋଜି ଆୟୋଜନ କରିହେବ ବୋଲି ନିର୍ଦ୍ଦେଶ ରହିଛି ।


 

Related News
satta king tw