Top Stories

Search here...

News

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ଆରଟିଓ ଯିବାକୁ ପଡିବନି; ଏହି ସ୍ଥାନରୁ ମିଳିପାରିବ ଲାଇସେନ୍ସ

Posted On - 3 minutes ago
Edited By Team BbsrReporters
LAST UPDATED Aug 06, 2021 11:44 AM

ସଡ଼କ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନିୟମରେ ପରିବର୍ତ୍ତନ ହୋଇଥିବା ନେଇ ସୂଚନା ଦେଇଛି ।

 

BBSR Reporters


ନୂଆଦିଲ୍ଲୀ: ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ଆରଟିଓ ଯିବାକୁ ପଡିବନି । ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ଅଟୋମୋବାଇଲ କମ୍ପାନୀ, ଅଟୋମୋବାଇଲ୍ ଆସୋସିଏସନ୍, ଏନଜିଓ କିମ୍ବା ଆଇନଗତ ଭାବରେ ଅନୁମତି ପ୍ରାପ୍ତ ବେସରକାରୀ ସଂସ୍ଥା ସମେତ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ତାଲିମ କେନ୍ଦ୍ର ଏହି ଡ୍ରାଇଭିଂ ଲାଇସେନ୍ସ ଦେଇ ପାରିବେ । କିନ୍ତୁ ଆରଟିଓରେ ଯେମିତି ଡିଏଲ ପ୍ରଦାନ ପ୍ରକ୍ରିୟା ଚାଲିଥିଲା ଏବେ ବି ସମାନ ଜାରି ରହିବ ବୋଲି କୁହାଯାଇଛି । ସଡ଼କ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନିୟମରେ ପରିବର୍ତ୍ତନ ହୋଇଥିବା ନେଇ ସୂଚନା ଦେଇଛି ।


ଏବେ ଆପଣଙ୍କୁ ଆରଟିଓରେ ଯାଇ ଲମ୍ୱା ଧାଡ଼ିରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ପଡିବ ନାହିଁ । ଅନ୍ୟ ସ୍ଥାନରୁ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ । ନୂଆ ନିୟମ ଅନୁଯାୟୀ ଏବେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ପାଇଁ ଆବେଦନ କରିବା ଆହୁରି ସହଜ ହେବ । ଏନଜିଓ ବ୍ୟତୀତ ବେସରକାରୀ ଅନୁଷ୍ଠାନ ଯେଉଁ ମାନେ କି ଡ୍ରାଇଭିଂ ପ୍ରଶିକ୍ଷଣ ଦେଉଛନ୍ତି ସେମାନେ ସମସ୍ତେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରି ପାରିବେ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି । 


ଲାଇସେନ୍ସ ପ୍ରଦାନ କରିବାକୁ ଥିବା ସଂସ୍ଥା ପାଇଁ  ପରିବହନ ମନ୍ତ୍ରାଳୟ କିଛି ସର୍ତ୍ତ ରଖିଛନ୍ତି । ଏହା ଅଧୀନରେ ଆବେଦନ କରୁଥିବା ଆଇନଗତ ସଂସ୍ଥା କେନ୍ଦ୍ରୀୟ ମୋଟର ଯାନ ନିୟମ (ଉଗଠ) ନିୟମ, ୧୯୮୯ ଅନୁଯାୟୀ ଯେଉଁଠି ଏହି ସଂସ୍ଥା ଖୋଲାଯାଇଥିବ ସେଠାରେ ଆବଶ୍ୟକ ଭିତ୍ତିଭୂମି କିମ୍ବା ସୁବିଧା ରହିବ ।  ଏଥିସହ ସଂସ୍ଥା ଖୋଲିବାକୁ ଆବେଦନ କରିଥିବା ବ୍ୟକ୍ତି ତାଙ୍କର ଆର୍ଥôକ କ୍ଷମତା ମଧ୍ୟ ଦର୍ଶାଇବାକୁ ହେବ । 


ନିଦେ୍ର୍ଧଶାବଳୀ ଅନୁଯାୟୀ, ରାଜ୍ୟ ସରକାରଙ୍କୁ ସ୍ୱୀକୃତିପ୍ରାପ୍ତ ଡ୍ରାଇଭର ତାଲିମ କେନ୍ଦ୍ରର ବ୍ୟବସ୍ଥା ଏବଂ ସ୍ୱୀକୃତି ପ୍ରଣାଳୀକୁ ମଧ୍ୟ ବ୍ୟାପକ ପ୍ରଚାର କରିବାକୁ ହେବ । ମନ୍ତ୍ରାଳୟ କହିଛି ଯେ ଆବେଦନକାରୀ ଆବେଦନ ତାରିଖ ଠାରୁ ୬୦ ଦିନ ମଧ୍ୟରେ ଜିଲ୍ଲା ପରିବହନ କାର୍ଯ୍ୟାଳୟ ମାନ୍ୟତା ପାଇଁ ଅନୁମୋଦନ ପ୍ରଦାନର ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବ ।
 

Related News
satta king tw