Top Stories

Search here...

News

ମାସକରେ ଆଦାୟ ହେଲା ୧,୧୬,୩୯୩ କୋଟିର ଜିଏସଟି; ଓଡ଼ିଶାରେ ୫୪% ବୃଦ୍ଧି

Posted On - 2 minutes ago
Edited By Team BbsrReporters
LAST UPDATED Aug 02, 2021 01:35 PM

ଧିରେ ଧିରେ ଅର୍ଥନୀତିରେ ସୁଦ୍ଧାର ଆସୁଥିବା ବେଳେ ଆଗାମୀ ଦିନରେ ଜିଏସଟି ଆଦାୟର ପରିମାଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

 

BBSR Reporters


ନୂଆଦିଲ୍ଲୀ: କରୋନା କଟକଣା ଯୋଗୁ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିଲେ ମଧ୍ୟ ୨୦୨୧ ଜୁଲାଇ ମାସରେ ସାରା ଦେଶରୁ ମୋଟ ୧,୧୬,୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି । ଯେଉଁଥିରେ ଓଡ଼ିଶାରୁ ୩,୬୧୫ କୋଟି ଟଙ୍କା ରହିଛି । ୨୦୨୦ ଜୁଲାଇରେ ଓଡ଼ିଶାରୁ ୨,୩୪୮ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା । ଏହାକୁ ଅନୁଦ୍ଧାନ କଲେ  ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜିଏସଟି ଆଦାୟ ୫୪% ବୃଦ୍ଧି ପାଇଛି । ଧିରେ ଧିରେ ଅର୍ଥନୀତିରେ ସୁଦ୍ଧାର ଆସୁଥିବା ବେଳେ ଆଗାମୀ ଦିନରେ ଜିଏସଟି ଆଦାୟର ପରିମାଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।


ଆଦାୟ ହୋଇଥିବା ମୋଟ୍ ଜିଏସଟି ପରିମାଣରୁ  ୨୨,୧୯୭ କୋଟି ଟଙ୍କାର ସିଜିଏସଟି, ୨୮,୫୪୧ କୋଟି ଟଙ୍କାର ଏସଜିଏସଟି, ୫୭,୮୬୪ କୋଟି ଟଙ୍କାର ଆଇଜିଏସଟି ଏବଂ ୭,୭୯୦ କୋଟି ଟଙ୍କାର ସେସ୍  ରହିଛି । ୨୦୨୧ ଜୁଲାଇ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ଦାଖଲ ହୋଇଥିବା ରିଟର୍ଣ୍ଣରୁ ହାସଲ କରାଯାଇଥିବା ୪,୯୩୭ କୋଟି ଟଙ୍କାକୁ ୨୦୨୧ ଜୁନ ମାସ ପାଇଁ ଉଦ୍ଧିଷ୍ଟ ପ୍ରେସ ଇସ୍ତାହାରରେ ଦର୍ଶାଯାଇଥିବା ଜିଏସଟି ସଂଗ୍ରହରେ ମଧ୍ୟ ସାମିଲ କରାଯାଇଥିଲା, କାରଣ କୋଭିଡ ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ୫ କୋଟି ଟଙ୍କା ପର୍ଯ୍ୟନ୍ତ ମୋଟ କାରବାର କରୁଥିବା ଟିକସଦାତାଙ୍କ ନିମନ୍ତେ ୨୦୨୧ ଜୁନ୍ ମାସ ଲାଗି ୧୫ ଦିନ ବିଳମ୍ବିତ ରିଟର୍ଣ୍ଣ ଫାଇଲିଂ ପାଇଁ ଉଦ୍ଧିଷ୍ଟ ସୁଧ ଛାଡ଼/ହ୍ରାସ ଆକାରରେ ଟିକସଦାତାଙ୍କୁ ବିଭିନ୍ନ ରିହାତି ପ୍ରଦାନ କରାଯାଇଥିଲା ।


କେନ୍ଦ୍ର ସରକାର ନିୟମିତ ସମାଧାନ ସ୍ୱରୂପ ଆଇଜିଏସଟିରୁ ସିଜିଏସଟିକୁ ୨୮,୦୮୭ କୋଟି ଓ ଏସଜିଏସଟିକୁ ୨୪,୧୦୦ କୋଟି ଟଙ୍କା ଥଇଥାନ କରିଛନ୍ତି  । ୨୦୨୧ ଜୁଲାଇ ମାସ ନିମନ୍ତେ ଉଦ୍ଧିଷ୍ଟ ନିୟମିତ ଥଇଥାନ ପରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ମୋଟ ରାଜସ୍ୱ ସିଜିଏସଟି ପାଇଁ ୫୦,୨୮୪ କୋଟି ଟଙ୍କା ଓ ଏସଜିଏସଟି ନିମନ୍ତେ ୫୨,୬୪୧ କୋଟି ଟଙ୍କା ରହିଛି  । 

 

୨୦୨୧ ଜୁଲାଇ ମାସ ନିମନ୍ତେ ସଂଗ୍ରହ ହୋଇଥିବା ରାଜସ୍ୱ ପରିମାଣ ଗତବର୍ଷ ସମାନ ମାସରେ ଆଦାୟ ହୋଇଥିବା ଜିଏସଟି ରାଜସ୍ୱଠାରୁ ୩୩% ଅଧିକ  । ଏହି ସମୟରେ ଉତ୍ପାଦ ଆମଦାନିରୁ ହାସଲ ହୋଇଥିବା ରାଜସ୍ୱ ୩୬% ଅଧିକ ହୋଇଥିବା ବେଳେ ଘରୋଇ ନେଣଦେଣରୁ ଆଦାୟ ହୋଇଥିବା ରାଜସ୍ୱ ପରିମାଣ ଗତବର୍ଷ ସମାନ ମାସରେ ଉକ୍ତ ଉତ୍ସରୁ ଆସିଥିବା ରାଜସ୍ୱ ତୁଳନାରେ ୩୨% ଅଧିକ ହୋଇଛି  ।

 

ମାସିକ ଜିଏସଟି ଆଦାୟ ଲଗାତର ୮ ମାସ ପାଇଁ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରୁଥିଲା ବେଳେ ୨୦୨୧ ଜୁନରେ ଏହା ୧ ଲକ୍ଷ କୋଟି ଟଙ୍କା ତଳକୁ ଖସିଥିଲା, କାରଣ ୨୦୨୧ ଜୁନ ମାସ ପାଇଁ ଆଦାୟ ହେଉଥିବା ଜିଏସଟି ରାଜସ୍ୱ ଆଦାୟ ମୁଖ୍ୟତଃ ୨୦୨୧ ମେ ମାସ ସହ ଜଡ଼ିତ ଥାଏ, କିନ୍ତୁ କୋଭିଡ ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଅଧିକାଂଶ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଲକଡାଉନରେ ରହିଥିଲା  ।
 

Related News
satta king tw