Top Stories

Search here...

News

ପୁଣି ବଢୁୂଛି ଖାଇବା ତେଲ ଦର; ଜାଣନ୍ତୁ ଏବେ କେତେ ରହିଛି ମୂଲ୍ୟ 

Posted On - 6 minutes ago
Edited By Team BbsrReporters
LAST UPDATED Aug 01, 2021 11:29 AM

କଟକ ମାଲଗୋଦାମରେ ଦୈନିକ ପ୍ରାୟ ୫ କୋଟିର ଖାଇବା ତେଲ କାରବାର ହୋଇଥାଏ । ଯାହା ଏବେ ୩୦ ପ୍ରତିଶତ କମିଥିବା କହଛନ୍ତି କଟକ ମାଲଗୋଦାମ ବ୍ୟବସାୟୀ  ।

 

BBSR Reporters


ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଖାଇବା ତେଲ ସମେତ ଅତ୍ୟାବଶକୀୟ ଖାଦ୍ୟ ଦ୍ରବ୍ୟଗୁଡ଼ିକର ମୂଲ୍ୟବୃଦ୍ଧି ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସୋରିଷତେଲ, ପାମୋଲିନ ତେଲ, ସୂର୍ଯ୍ୟମୁଖୀ ତେଲ ଦରରେ ଗତ ଦେଢ଼ ମାସ ପୂର୍ବରୁ କମୁଥିବା ଦେଖିବାକୁ ମିଳିଥିବା ବେଲେ ଏବେ ତାହା ପୁଣି  ବୃଦ୍ଧି ପାଉଛି । ଖୁଚୁରା ବଜାରରେ ଗତ ଏକ ସପ୍ତାହ ମଧ୍ୟରେ ଲିଟର ପ୍ରତି ଏସବୁ ତେଲ ଲିଟର ପ୍ରତି ୩ରୁ ୧୦ଟଙ୍କା ପର୍ଯ୍ୟନ୍ତ ବଢ଼ିଥିବା ଦେଖିବାକୁ ମିଳିଛି । 

 

ପାମୋଲିନ ତେଲ ଗତ କିଛି ଦିନ ତଳେ ଲିଟର ପ୍ରତି ୧୧୫ ଟଙ୍କାକୁ ଖସି ଆସିଥିଲା । ହେଲେ ୫-୬ଦିନ ଭିତରେ ଏହି ଦର ଲିଟରପ୍ରତି ୧୨୫ଟଙ୍କା ହେଲାଣି । ସୋରିଷତେଲ ଲିଟର ପ୍ରତି ୧୫୫ରୁ ୧୫୭ଟଙ୍କା ଥିଲା । ଏବେ ଏହା ୧୬୦ଟଙ୍କା ହୋଇଛି । ସୂର୍ଯ୍ୟମୁଖୀ ତେଲ ଲିଟର ପ୍ରତି ୧୫୦ଟଙ୍କା ରହିଥିଲା ହେଲେ ଏବେ ଏହା ୧୫୫ଟଙ୍କା ହୋଇଯାଇଛି । ଗତ ୬ମାସ ରେ ଖାଇବା ତେଲ ଦର ବୃଦ୍ଧି ଚିନ୍ତାଜନକ ରହିଥିଲା । ଏପରିକି ଏହା ସର୍ବୋଚ୍ଚ ୨୦୦ଟଙ୍କା ଲିଟର ଛୁଇଁଥିଲା । ମାଲେସିଆରେ ବିଗତ ୬ମାସ ମଧ୍ୟରେ ପାମୋଲିନ ତେଲ ଉତ୍ପାଦନ କମିଥିବାରୁ ଏହାର ପ୍ରଭାବ ପଡ଼ୁଥିବା କୁହାଯାଉଛି ।

 

 କଟକ ମାଲଗୋଦାମରେ ଦୈନିକ ପ୍ରାୟ ୫କୋଟିର ଖାଇବା ତେଲ କାରବାର ହୋଇଥାଏ । ଯାହା ଏବେ ୩୦ ପ୍ରତିଶତ କମିଥିବା କହଛନ୍ତି କଟକ ମାଲଗୋଦାମ ବ୍ୟବସାୟୀ  । କିନ୍ତୁ ହୋଲସେଲ ମାର୍କେଟରେ ତେଲଦର ସ୍ଥିର ରହିଛି ।ଡିଜେଲ ଦର ଅହେତୁକ ଭାବେ ବଢ଼ିଚାଲିବା ପରିବହନ ଖର୍ଚ୍ଚକୁ ଯଥେଷ୍ଟ ବଢ଼ାଇ ଦେଇଛି । ଲୋଡିଂ ଅନଲୋଡିଂରେ ନିୟୋଜିତ ଶ୍ରମିକଙ୍କ ମଜୁରି ମଧ୍ୟ ପୂର୍ବାପେକ୍ଷା ବଢ଼ିଛି । ନିକଟରେ କେନ୍ଦ୍ର ସରକାର ଆମଦାନୀ କର ୧୦ ପ୍ରତିଶତ କମାଇବା ପରେ ଦର କମିଥିଲା । ଏବେ ଏକ ସପ୍ତାହ ଧରି ପୁଣି ବୃଦ୍ଧି ପରିଲକ୍ଷିତ ହୋଇଛି । ବ୍ୟବସାୟୀଙ୍କ କହିବାନୁସାରେ, ତେଲଦର ବଢ଼ିବାର ଆମଦାନୀ ଉପରେ ପ୍ରଭାବ ରହିଛି । କରୋନା ପରଠାରୁ ମାଲଗୋଦାମ ବ୍ୟବସାୟ ୩୦ ପ୍ରତିଶତ ଖସିଆସିଛି ।
 

Related News
satta king tw