Top Stories

Search here...

News

୨୦୮୩ କୋଟି ଟଙ୍କାର ୭ଟି ଶିଳ୍ପ ପ୍ରକଳ୍ପକୁ ମଂଜୁରୀ

Posted On - 1 minute ago
Edited By Team BbsrReporters
LAST UPDATED Jul 31, 2021 10:20 AM

ଏହି ଶିଳ୍ପ ପ୍ରକଳ୍ପ ଦ୍ୱାରା ୨୧୪୪ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି । ପଢନ୍ତୁ ପୁରା ଖବର

 

BBSR Reporters


ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ୧୦୨ ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୨୦୮୩ କୋଟି ଟଙ୍କା ମୂଲ୍ୟର ୭ଟି ଶିଳ୍ପ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି  । ଏହି ଶିଳ୍ପ ପ୍ରକଳ୍ପ ଦ୍ୱାରା ୨୧୪୪ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି ।

 

ଏହି ୭ଟି ପ୍ରକଳ୍ପ ମଧ୍ୟରେ ରହିଛି ବାଲେଶ୍ୱରର ବାଳଗୋପାଳପୁରଠାରେ ୮୭୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଇଥାନଲ ପାଣ୍ଟ  । ଏହି ପ୍ରକଳ୍ପରେ ୧୯୪ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  । ସେହିପରି ନବରଙ୍ଗପୁରର ଉମରକୋଟଠାରେ ୫୦୦ କୋଟି ଟଙ୍କା ବିନିଯୋଗରେ ଏକ ଇଥାନଲ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି  । ଏହି ପ୍ରକଳ୍ପରେ ୨୪୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  । ଅନୁଗୁଳ ଜିଲ୍ଲାର ବନ୍ତଳାଠାରେ ୧୨୫ କୋଟି ଟଙ୍କା ବିନିଯୋଗରେ ଆଉ ଏକ ଇଥାନଲ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି  । ଏହି ପ୍ରକଳ୍ପରେ ୬୫୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  ।


ଅନ୍ୟପକ୍ଷରେ କୁଜଙ୍ଗଠାରେ ଏକ ମଲଟିମୋଡାଲ ଲଜିଷ୍ଟିକ୍ସ ପାର୍କ ନିର୍ମାଣ କରାଯିବ  । ଏହି ପ୍ରକଳ୍ପରେ ୧୦୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  । ବଲାଙ୍ଗୀରର ସଇଁତଳାଠାରେ ଆଦିତ୍ୟ ବିରଳା ପକ୍ଷରୁ ଏକ ସୋଲାର ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ  । ଅନ୍ୟପକ୍ଷରେ ଭୁବନେଶ୍ୱରରେ ଏକ ପଂଚ ତାରକା ହୋଟେଲ, ଖୋର୍ଦ୍ଧାର ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଠାରେ ଏକ ପଂଚ ତାରକା ହୋଟେଲ ପ୍ରତିଷ୍ଠାକୁ ଅନୁମତି ଦିଆଯାଇଛି  ।

Related News
satta king tw