Top Stories

Search here...

News

ପ୍ରିଣ୍ଟ ମିଡିଆର ୧୪୭ କୋଟିର ବିଜ୍ଞାପନ ଟଙ୍କା ବାକି ରଖିଛନ୍ତି କେନ୍ଦ୍ର ସରକାର

Posted On - 1 minute ago
Edited By Team BbsrReporters
LAST UPDATED Jul 26, 2021 11:38 AM

୨୦୨୦-୨୧ରେ କେନ୍ଦ୍ର ସରକାର ବିଜ୍ଞାପନ ବାବଦରେ ମୋଟ୍ ୧୧୮ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିବା  ବେଳେ ମାତ୍ର ୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି  ।

 

BBSR Reporters

 

ନୂଆଦିଲ୍ଲୀ: ପ୍ରିଣ୍ଟ ଣ୍ଟ ମିଡିଆର ୧୪୭ କୋଟିର ବିଜ୍ଞାପନ ଟଙ୍କା ବାକି ରଖିଛନ୍ତି କେନ୍ଦ୍ର ସରକାର । ଆରଟିଆଇ ତଥ୍ୟ ଜରିଆରେ ଏହି ବକେୟା ବିଲ୍ ୨୦୦୪ ମସିହାରୁ ରହିଥିବା ଜଣେ ଆଇନ୍ ଛାତ୍ର ଅଙ୍କିତ ଗୌରବ ଆରଟିଆଇ ଜରିଆରେ ଜାଣିବାକୁ ପାଇଛନ୍ତି ।

 

ଆରଟିଆଇ ସୂଚନା ଅନୁସାରେ, ଗତ ୧୭ ବର୍ଷ ହେଲା ସରକାର ଅନେକ ବିଜ୍ଞାପନ ଦେୟ ଦେଇ ନାହାନ୍ତି । ମୁଖ୍ୟତଃ ପ୍ରତିରକ୍ଷା ମନ୍ତ୍ରାଳୟ ସବୁଠୁ ଅଧିକ ବାକି ରଖିଛି । ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରିଣ୍ଟ ମିଡିଆକୁ ସର୍ବାଧିକ ଟଙ୍କା ଦେବ ବୋଲି ଜଣାପଡ଼ିଛି । ପ୍ରିଣ୍ଟ୍ ମିଡ଼ିଆ ପାଇଁ ଏହାର ମୋଟ୍ ୧୨,୨୭୧,୧୬ଟି ବିଲ୍ ବାକି ରହିଛି, ଯାହାର ମୂଲ୍ୟ ୧୬ କୋଟି ଟଙ୍କା । 

 

ସେହିପରି ଅର୍ଥ ମନ୍ତ୍ରାଳୟ ୧୩ କୋଟି ଟଙ୍କାର ବିଜ୍ଞାପନ ବକେୟା ରଖିଛି । ୨୦୨୧ ଜୁନ୍ ୨୧ ସୁଦ୍ଧା ଏହି ବକେୟା ରହିଛି । ଅନ୍ୟ ପକ୍ଷରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କହିଛି ଯେ ବୈଦ୍ୟୁତିକ ଗଣମାଧ୍ୟମ ଗୁଡ଼ିକର ବିଜ୍ଞାପନ ବାବଦରେ କେତୋଟି ବିଲ୍ ବାକି ରହିଛି ଓ ବିଲ୍ର ତାରିଖ ସମ୍ବନ୍ଧରେ କିଛି ରେକର୍ଡ ରଖାଯାଇ ନାହିଁ । ହେଲେ ୬୭ କୋଟିରୁ ଅଧିକ ଟଙ୍କା ବକେୟା ରହିଛି ।

 

ସୂଚନାଯୋଗ୍ୟ, ୨୦୨୦-୨୧ରେ କେନ୍ଦ୍ର ସରକାର ବିଜ୍ଞାପନ ବାବଦରେ ମୋଟ୍ ୧୧୮ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିଲେ । ହେଲେ ଉଭୟ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି  । ଡିଏଭିପି ୱେବସାଇଟରେ ଏହି ସୂଚନା ଉପଲବ୍ଧ ରହିଛି । 

Related News
satta king tw