Top Stories

Search here...

News

ହୀରାକୁଦକୁ ପର୍ଯ୍ୟଟନ ପ୍ରବେଶ ପଥରେ ପରିଣତ କରାଯିବ: ଅସିତ୍ ତ୍ରିପାଠୀ

Posted On - 2 minutes ago
Edited By Team BbsrReporters
LAST UPDATED Jul 29, 2021 12:28 PM

ଚଳିତ ଡିସେମ୍ବର ଶେଷ ସୁଦ୍ଧା ବିଳାସପୂର୍ଣ୍ଣ ବୋଟ୍ ଓ ଭାସମାନ ରେଷ୍ଟୁରାଣ୍ଟ କାର୍ଯ୍ୟକାରୀ ହେବ ଏବଂ ଜବାହର ମିନାର୍ ନିକଟସ୍ଥ ଅଞ୍ଚଳ ରେ  island resort କରାଯିବାକୁ ଯୋଜନା ରହିଛି ବୋଲି ଅସିତ୍ ତ୍ରିପାଠୀ କହିଥିଲେ। 

 

BBSR Reporters

 

ସମ୍ବଲପୁର: ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଏକ ପ୍ରବେଶ ପଥରେ ବିକଶିତ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ସମ୍ବଲପୁର ଗସ୍ତ ସମୟରେ ପ୍ରକାଶ କରିଛନ୍ତି। 


     

 ଶ୍ରୀ ତ୍ରିପାଠୀ  ହୀରାକୁଦ ସ୍ଥିତ ବୋଟିଂ କ୍ଲବ, ଦେବ୍ରିଗଡ ଅଭୟାରଣ୍ୟ, ବାଦୁଡ଼ି ଦ୍ଵୀପ (bat island) ଆଦି ସ୍ଥାନ ପରିଦର୍ଶନ କରିଥିଲେ। ସେହିଭଳି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଠାରେ ନିର୍ମାଣାଧୀନ ପ୍ରେକ୍ଷାଳୟ ଏବଂ ରାଣୀ ବଖରୀ ଓ ଭିକ୍ଟୋରିଆ ମେମୋରିଆଲ ହଲ ର କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟ ଉନ୍ନୟନ ତନଖି କରିଥିଲେ। ହୋଟେଲ୍ ମାଲିକ ଏବଂ ପର୍ଯ୍ୟଟନ ଶିଳ୍ପ ସହ ସଂପୃକ୍ତ ଟୁର୍ ଅପରେ ଟ ର ଓ କମ୍ପାନୀ ମାନଙ୍କ ସହ ଜିଲ୍ଲାର ପର୍ଯ୍ୟଟନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। 


   

ପରେ ପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ହୀରାକୁଦ ଜଳଭଣ୍ଡାର ମଧ୍ୟରେ ନୌକା ବିହାର, cruise boat, ବ୍ୟବସ୍ଥା କରାଯିବା ସମ୍ପର୍କରେ କହିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୩ ଟି ବୋଟ୍ ନେଇ ଏହା ଆରମ୍ଭ କରାଯିବ। ପର୍ଯ୍ୟଟନ ବିଭାଗ ଦ୍ଵାରା ବୋଟିଂ କ୍ଲବ ପ୍ରତିଷ୍ଠା କରାଯିବ। ସେହିପରି ଚଳିତ ଡିସେମ୍ବର ଶେଷ ସୁଦ୍ଧା ବିଳାସପୂର୍ଣ୍ଣ ବୋଟ୍ ଓ ଭାସମାନ ରେଷ୍ଟୁରାଣ୍ଟ କାର୍ଯ୍ୟକାରୀ ହେବ ଏବଂ ଜବାହର ମିନାର୍ ନିକଟସ୍ଥ ଅଞ୍ଚଳରେ  island resort କରାଯିବାକୁ ଯୋଜନା ରହିଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।  ହୀରାକୁଦ ଜଳଭଣ୍ଡାର ନିକଟରେ ଉପଯୁକ୍ତ ସ୍ଥାନ ନିରୂପଣ କରି ହୋଟେଲ୍ କମ୍ପାନୀ ମାନଙ୍କୁ ସାମିଲ କରି ହୋଟେଲ୍ ଶିଳ୍ପ ର ବିକାଶ ନିମନ୍ତେ ଯୋଜନା ରହିଛି। ଏଥି ନିମନ୍ତେ master plan ମଧ୍ୟ ହବ। ଏଥିରେ laser show, Aquarium,Safari, water fly park, yoga garden ଆଦିର ବ୍ୟବସ୍ଥା କରାଯିବାର ଯୋଜନା ରହିଛି। 
   

ସେହିପରି ସମଲେଇ ଯୋଜନା ରେ  heritage corridor,  ତୀର୍ଥଯାତ୍ରୀ ମାନଙ୍କ ନିମନ୍ତେ ରହିବା ସ୍ଥଳୀ, ଶୌଚାଳୟ ବ୍ୟବସ୍ଥା, ମହାନଦୀରେ ଆଳତି ବ୍ୟବସ୍ଥା, ରିଂ ରୋଡ ର ବିକାଶ ଆଦି ସମ୍ପର୍କରେ ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ।
ତାଙ୍କର ଏହି ଗସ୍ତ ସମୟରେ ପ୍ରମୁଖ ସଚିବ,ପର୍ଯ୍ୟଟନ ବିଭାଗ, ଶ୍ରୀ ବିଶାଳ ଦେବ୍, ଭାର ପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସୁକାନ୍ତ ତ୍ରିପାଠୀ, ସଦର ଉପଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ତଥା ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Related News
satta king tw