Top Stories

Search here...

News

ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷିତ କଲେ ଲଣ୍ଡନ ହାଇକୋର୍ଟ

Posted On - 2 minutes ago
Edited By Team BbsrReporters
LAST UPDATED Jul 27, 2021 12:46 PM

ମାଲ୍ୟାକୁ ଦେବାଳିଆ ଘୋଷଣା କରାଯିବା ପରେ ଏବେ ତାଙ୍କ ପାଖରୁ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଋଣ ଟଙ୍କା ଆଦାୟ କରିବାକୁ ଅନୁମତି ମିଳିପାରିବ ।

 

BBSR Reporters


ଲଣ୍ଡନ: ପଳାତାକ ଘୋଷିତ ହୋଇଥିବା ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି ଲଣ୍ଡନ ହାଇକୋର୍ଟ । ଏହି ନିଷ୍ପତ୍ତି ପରେ ବିଜୟ ମାଲ୍ୟାଙ୍କ ସମ୍ପତି ଜବତ କରିବା ରାସ୍ତା ସଫା ହୋଇଛି । ଭାରତୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ କୋର୍ଟରେ ଲଢ଼ୁଥିବା ଓକିଲମାନେ ମାଲ୍ୟାକୁ ଦେବାଳିଆ ଘୋଷଣା ପାଇଁ ଦାବି କରିଥିଲେ । ସେପଟେ ମାଲ୍ୟାର ଓକିଲ ଫିଲିପ ମାର୍ଶଲ ଶୁଣାଣି ଏବଂ ନିଦେ୍ର୍ଧଶକୁ ସ୍ଥଗିତ ରଖିବାକୁ କହିଥିଲେ । ଏହାକୁ ଖାରଜ କରିବା ସହ ଜଜ୍ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଖୁବଶୀଘ୍ର ଋଣ ଟଙ୍କା ଫେରସ୍ତ କରିବାକୁ ନିଦେ୍ର୍ଧଶ ଦେଇଥିଲେ ।

 

ମାଲ୍ୟାକୁ ଦେବାଳିଆ ଘୋଷଣା କରାଯିବା ପରେ ଏବେ ତାଙ୍କ ପାଖରୁ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଋଣ ଟଙ୍କା ଆଦାୟ କରିବାକୁ ଅନୁମତି ମିଳିପାରିବ । ଆବେଦନକର୍ତ୍ତା ବ୍ୟାଙ୍କଗୁଡ଼ିକ ମଧ୍ୟରେ ୧୩ ଭାରତୀୟ ବ୍ୟାଙ୍କ ରହିଛି  । ବ୍ୟାଙ୍କ ସହଜରେ ମାଲ୍ୟାଙ୍କ ବିଦେଶୀ ଆକାଉଣ୍ଟକୁ ଫ୍ରିଜ୍ କରିପାରିବ ।

 


ସୂଚନାଯୋଗ୍ୟ, କିଙ୍ଗ ଫିସର୍ ସମେତ ଅନ୍ୟ ବିଜନେସ୍ ପାଇଁ ୧୩ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଗୁଡିକରୁ ୯,୦୦୦ କୋଟି ଟଙ୍କାର ଋଣ ଆଣିଥିଲେ ମାଲ୍ୟା । କିନ୍ତୁ କମ୍ପାନୀ କ୍ଷତି ସହିବାରୁ ଋଣ ପରିଶୋଧ କରିବାକୁ ଫାଙ୍କିବା ସହ ବାକିଥିବା ଟ୍ୟାକ୍ସ ମଧ୍ୟ ଫାଙ୍କିଥିଲେ । ଫଳରେ ଦୀର୍ଘ ଦିନ ହେବ ଲଣ୍ଡନରେ ଶରଣାର୍ଥୀ ଭାବେ ରହିଆସୁଥିଲେ । ତାଙ୍କ ବିରୋଧରେ ଭାରତ ପକ୍ଷରୁ ଏକାଧିକ ମାମଲା ଦାଏର ହେବା ପରେ ଏହି ମାମଲା ଲଣ୍ଡନ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା ।

 

ବିଜୟ ମାଲ୍ୟ ବର୍ତ୍ତମାନ ବ୍ରିଟେନ୍ରେ ଜାମିନରେ ଅଛନ୍ତି । କୁହାଯାଉଛି ଯେ ଦେଶରେ ଆଶ୍ରୟ ପ୍ରସଙ୍ଗରେ ଥିବା ଗୋପନୀୟ ଆଇନଗତ ପ୍ରକ୍ରିୟାରେ ପ୍ରତ୍ୟର୍ପଣ ପ୍ରକ୍ରିୟା ସହ ଜଡିତ ପୃଥକ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ସେ ଜାମିନରେ ରହିପାରନ୍ତି । ତାଙ୍କ ଓକିଲ ଫିଲିପ ମାର୍ଶଲ ଏହି ମାମଲାକୁ ସ୍ଥଗିତ ରଖିବା ସହ ନିଦେ୍ର୍ଧଶ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ତେବେ ଜଜ୍ ଏହି ଅନୁରୋଧକୁ ପ୍ରତ୍ୟାଖାନ କରିଛନ୍ତି ।
 

Related News
satta king tw