Top Stories

Search here...

News

କାର୍ ଯାତ୍ରୀଙ୍କ  ସୁରକ୍ଷା ପାଇଁ ୬ ଏୟାର ବ୍ୟାଗ ବାଧ୍ୟତାମୂଳକ ସପକ୍ଷରେ ଯୁକ୍ତି ବାଢ଼ିଲେ କେନ୍ଦ୍ରମନ୍ତ୍ରୀ  ନିତୀନ ଗଡକରୀ 

Posted On - 1 minute ago
Edited By Team BbsrReporters
LAST UPDATED Aug 04, 2021 05:23 PM

ଦେଶରେ ଫ୍ଲେକ୍ସ-ଫୁଏଲ ଗାଡି ତିଆରି କରିବା ପାଇଁ ବ୍ୟବସ୍ଥା ବିକଶିତ କରିବା ଉପରେ ଗଡକରୀ ଜୋର ଦେଇଛନ୍ତି । 

 

BBSR Reporters


ନୂଆଦିଲ୍ଲୀ: କାର୍ ଯାତ୍ରୀଙ୍କ ସୁରକ୍ଷାକୁ କଡାକଡି କରିବା ଲାଗି ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ  କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ  । ଭାରତୀୟ ଅଟୋମୋବାଇଲ ର୍ନିମାତା ସଂଘ (ସିଆମ୍) ର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାବେଳେ ସେ ଏୟାରବ୍ୟାଗ ବାଧ୍ୟତାମୂଳକ ବିଷୟରେ କହିଥିଲେ । ଦେଶରେ ଫ୍ଲେକ୍ସ-ଫୁଏଲ ଗାଡି ତିଆରି କରିବା ପାଇଁ ବ୍ୟବସ୍ଥା ବିକଶିତ କରିବା ଉପରେ ଗଡକରୀ ଜୋର ଦେଇଛନ୍ତି । ଏହି ପ୍ରକାର ଗାଡି ଗୁଡିକରେ ଇଥାନଲ ମିଶା ଇନ୍ଧନ ଓ ପେଟ୍ରୋଲ କିମ୍ବା ଡିଜେଲ୍ ବ୍ୟବହାରର ବିକଳ୍ପ ରହିବ । ଗ୍ରାହକମାନେ ନିଜକୁ ସୁହାଇବା ଭଳି ତେଲ ପକାଇ ସେହି ଗାଡି ଗୁଡିକୁ ଚଳାଇପାରିବେ । 

 

ଇଥାନଲ ମିଶା ଇନ୍ଧନ ବ୍ୟବହାର ଦ୍ୱାରା ପ୍ରଦୂଷଣ ଅଧିକାଶଂରେ ହ୍ରାସ ପାଇବ । ବ୍ରାଜିଲ୍ ରେ ଏହି ମଡେଲ୍ ବେଶ୍ ସଫଳ ହୋଇଛି । ଇନ୍ଧନ ବ୍ୟୟକୁ ନେଇ ସରକାର ଯେଉଁ କଠୋର ନିୟମ କରିଛନ୍ତି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଆଉ ଗୋଟିଏ ବର୍ଷ ବଢ଼ାଇବା ଲାଗି ସିଆମ୍ ପକ୍ଷରୁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । କରୋନା ମହାମାରୀ ପ୍ରଭାବ ଦୂର ହୋଇନଥିବା ବେଳେ ଏତେ କଠୋର ନିୟମ ପାଳନ କରିବା କଷ୍ଟ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଆସନ୍ତା ଏପ୍ରିଲରୁ ଏହି ନିୟମ ଲାଗୁ ହେବାର କାର୍ଯ୍ୟକ୍ରମ ରହିଛି ।

Related News
satta king tw