Top Stories

Search here...

News

କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି; ଦୁଇ ଭାଗ ହେବ ପିଏଫ ଆକାଉଣ୍ଟ

Posted On - 2 minutes ago
Edited By Team BbsrReporters
LAST UPDATED Sep 03, 2021 10:10 AM

ପିଏଫ ଜମା ଉପରେ ମିଳିବାକୁ ଥିବା ସୁଧର ଗଣନା ପାଇଁ ଗୋଟିଏ ପୃଥକ ଆକାଉଣ୍ଟ ରହିବ । ନୂଆ ବିଜ୍ଞପ୍ତି ପରେ ସମସ୍ତ ମହଜୁଦ କର୍ମଚାରୀ ଭବିଷ୍ୟତ ନିଧି(ଇପିଏଫ) ଆକାଉଣ୍ଟ ଗୁଡ଼ିକ ଟିକସ ଯୁକ୍ତ ଓ ଟିକସ ମୁକ୍ତ, ଏପରି ଦୁଇଟି ଖାତାରେ ବିଭକ୍ତ ହେବ ।

 

BBSR Reporters


ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନୂଆ ଆୟକର ଟିକସ ନିୟମ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନୂଆ ନିୟମ ଅନୁସାରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ(ପିଏଫ) ଆକାଉଣ୍ଟ ଦୁଇ ଭାଗରେ ବିଭକ୍ତ କରାଯିବ । ଅର୍ଥାତ ପିଏଫ ଆକାଉଣ୍ଟ ପାଇଁ ଦୁଇଟି ଖାତାର ବ୍ୟବସ୍ଥା ହେବ । ଏହି ନିୟମ କେବଳ ବର୍ଷକରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ଜମା ହେଉଥିବା ଆକାଉଣ୍ଟଧାରୀଙ୍କ ପାଇଁ ଲାଗୁ ହେବ  ।

 

 ପିଏଫ ଜମା ଉପରେ ମିଳିବାକୁ ଥିବା ସୁଧର ଗଣନା ପାଇଁ ଗୋଟିଏ ପୃଥକ ଆକାଉଣ୍ଟ ରହିବ । ନୂଆ ବିଜ୍ଞପ୍ତି ପରେ ସମସ୍ତ ମହଜୁଦ କର୍ମଚାରୀ ଭବିଷ୍ୟତ ନିଧି(ଇପିଏଫ) ଆକାଉଣ୍ଟ ଗୁଡ଼ିକ ଟିକସ ଯୁକ୍ତ ଓ ଟିକସ ମୁକ୍ତ, ଏପରି ଦୁଇଟି ଖାତାରେ ବିଭକ୍ତ ହେବ ।

 

ସିବିଡିଟିର ବିଜ୍ଞପ୍ତି ଅନୁଯାୟୀ, ୨୦୨୧ ମସିହା ମାର୍ଚ୍ଚ ୩୧ ଯାଏ କୌଣସି ବି ଯୋଗଦାନ ଉପରେ ଟିକସ ଲାଗିବ ନାହିଁ । କିନ୍ତୁ ୨୦୨୦-୨୧ ଆର୍ଥôକ ବର୍ଷ ପରେ ପିଏଫ ଆକାଉଣ୍ଟରେ ମିଳିଥିବା ସୁଧ ଉପରେ ଟିକସ ଲାଗୁ ହେବ ଓ ଏହାର ଗଣନା ପୃଥକ ପୃଥକ ଭାବେ କରାଯିବ ।

 

ସିବିଡିଟି ଏହାର ବିଜ୍ଞପ୍ତିରେ କହିଛି ଯେ ୨୦୨୨ ଏପ୍ରିଲ ୧ରୁ ଏହା ଲାଗୁ ହେବ । କିନ୍ତୁ ଆର୍ଥôକ ବର୍ଷ ୨୦୨୧-୨୨ ଯାଏ ଯଦି ଆପଣଙ୍କ ଆକାଉଣ୍ଟରେ ବାର୍ଷିକ ଜମା ୨.୫ ଲକ୍ଷରୁ ଅଧିକ ହେବ, ତା’ହେଲେ ଏଥିରେ ମିଳିଥିବା ସୁଧ ଟିକସ ଯୁକ୍ତ ହେବ । ଏହାର ଅର୍ଥ ଏହି ରାଶି ଉପରେ ଆପଣଙ୍କୁ ଟିକସ ଦେବାକୁ ପଡ଼ିବ । ଲୋକମାନଙ୍କୁ ଆସନ୍ତା ବର୍ଷର ଆୟକର ରିଟର୍ଣ୍ଣ ଫାଇଲ ସମୟରେ ସୁଧ ବାବଦରେ ସୂଚନା ଦେବାକୁ ପଡ଼ିବ ।
 

Related News
satta king tw