Top Stories

Search here...

News

ସବୁଠି ମିଳିବ କୋରାପୁଟ କଫି; ବିକ୍ରି ପାଇଁ ସହମତି ପ୍ରକାଶ କଲା ‘ଟାଟା କଫି’

Posted On - 1 day ago
Edited By Team BbsrReporters
LAST UPDATED Aug 11, 2021 07:52 AM

କୋରାପୁଟରେ କଫି ଚାଷକୁ ବ୍ୟାପକ ଓ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି ।

 

BBSR Reporters


ଭୁବନେଶ୍ୱର: ଓଡ଼ିଶାର କୋରାପୁଟ୍ କଫିର ସ୍ୱାଦ ନିଆରା । କିନ୍ତୁ ଏହାର ସଠିକ୍ ବ୍ରାଣ୍ଡିଂ ହୋଇ ନପାରିବାରୁ ତାହା ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏଣିକି କୋରାପୁଟ କଫିର ବିକ୍ରି ପାଇଁ ଆଉ ଅସୁବିଧାର ସାମ୍ନା କରିବାକୁ ପଡିବନି । ସାରା ଦେଶ ଏବଂ  ବିଦେଶର ମଧ୍ୟ ମିଳିବ କୋରାପୁଟ କଫି ।  ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରି ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି । 

କୋରାପୁଟ କଫିର ସ୍ୱତନ୍ତ୍ରତା ବଜାୟୀ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି ।  ଓଡ଼ିଶାରୁ କଫି କ୍ରୟ କରି ଟାଟା କଫି ନାଁରେ ସେଗୁଡିକୁ ବଜାରକୁ ଛଡାଯିବ । ଫଳରେ ଅଧିକରୁ ଅଧିକ ଲୋକ ଏହି କଫି ପାଇପାରିବେ ଏବଂ କୋରାପୁଟ କଫିର ଚାହିଦା ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି ।


ଏପରି ସ୍ଥଳେ କୋରାପୁଟରେ କଫି ଚାଷକୁ ବ୍ୟାପକ ଓ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଟିଡିସିସିଓଏଲକୁ ୨୦୦ କେଜିରୁ ଊର୍ଦ୍ଧ୍ୱ କଫି ଫଳ ବିକ୍ରି କରି ସୁଲୋଚନା ଖର ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । ‘କୋରାପୁଟ କଫି’ର ଚାହିଦା ପୂରଣରେ ତାଙ୍କ ପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ ।

Related News
satta king tw