Top Stories

Search here...

News

ରାଜ୍ୟରେ ଶିଳ୍ପ, ନିଯୁକ୍ତି ନେଇ ସରକାର ୫ ବର୍ଷ ହେବ ମିଛ ସ୍ୱପ୍ନ ଦେଖାଉଛନ୍ତି: କଂଗ୍ରେସ

Posted On - 6 minutes ago
Edited By Team BbsrReporters
LAST UPDATED Aug 07, 2021 10:00 AM

ମେକଇନ ଓଡ଼ିଶା କନକ୍ଲେଭରେ ମୋଟ ୮ଲକ୍ଷ ୧୯ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଥିଲା ବେଳେ ୯ ଲକ୍ଷ ନିଯୁକ୍ତି  ସୃଷ୍ଟି ହେବ ବୋଲି କୁହାଯାଇଥିଲା କିନ୍ତୁ ବାସ୍ତବରେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି ।

 

BBSR Reporters


ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଥମ ମେକଇନ ଓଡ଼ିଶା କନକ୍ଲେଭ ୨୦୧୬ ନଭେମ୍ବର ୩୦  ୨୦୧୬ ଡିସେମ୍ବର ୨ ରେ ଭୁବନେଶ୍ୱରରେ କରାଯାଇଥିଲା । ଏହି ମେକଇନ କନକ୍ଲେବ ଶିଳ୍ପ ଯୋଜନା ଓ  ଶିଳ୍ପାୟନ ସଂସ୍ଥା ଏବଂ ଭାରତ ସରକାର, ଭାରତୀୟ ଶିଳ୍ପ ସମୂହ ସଂଘ । ରାଜ୍ୟ ସରକାର ଏହି ମେକଇନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟକୁ ପୁଞ୍ଜି ଆଣିବା ପୁଞ୍ଜି ବିନିଯୋଗର ପର୍ଯ୍ୟପ୍ତ ସୃଷ୍ଟିକରିବା ମୁଳ ଉଦେ୍ଧଶ୍ୟ ଥିଲା । ବସ୍ତୁତଃ କେମିକାଲ, ପେଟ୍ରୋକେମିକାଲ, ଆଇନସ୍ଲିଆରି, ସୂତା ଓ ବସ୍ତ୍ର କାରଖାନା, ଖାଦ୍ୟ ପ୍ରକି୍ରୟାକରଣ ଶିଳ୍ପ ଓ ସାମୁଦ୍ରିକ ଖାଦ୍ୟ ପ୍ରକି୍ରୟାକରଣ, ପର୍ଯ୍ୟଟନ ଶିଳ୍ପ ଏବଂ ବିଦୁ୍ୟତ ସଂରଞ୍ଜାମ ଓ ଇନଫରମେସନ ଟେକ୍ନୋଲୋଜି ଆଜି ସୁଦ୍ଧା ରାଜ୍ୟ ସରକାର ମେକଇନ କନକ୍ଲେବର ତୃତୀୟ ସଂସ୍କରଣ ସମାପ୍ତି ହୋଇଯାଇଛି ।


  ପ୍ରଥମର ସଂସ୍କରଣରେ ୨ଲକ୍ଷ କୋଟିି ଓ ଦ୍ୱିତୀୟ ସଂସ୍କରଣରେ ୪ଲକ୍ଷ ୫୧୯ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଏବଂ ତୃତୀୟ ସଂସ୍କରଣରେ ପାଖାପାଖି ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବାର କଥା କୁହାଯାଇଥିଲା । ତେଣୁ ସମୁଦାୟ ୮ଲକ୍ଷ ୧୯ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଥିଲା ବେଳେ ରାଜ୍ୟ ସରକାର ପାଖାପାଖି ୯ଲକ୍ଷ ସିଧାସଳଖ ନିଯୁକ୍ତି ଓ ତଦ୍ୱାରା ବହୁ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ ବୋଲି କୁହାଯାଇଥିଲା । ଆଜି ପ୍ରଦେଶ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସର ବରିଷ୍ଠ ବିଧାକୟ ତଥା ମୁଖପାତ୍ର ସୁରେଶ କୁମାର ରାଉତରାୟ ଓ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏହାକୁ ଦୃଢ଼ଭାବରେ ସମାଲୋଚନା କରିଥିଲେ । 

 

ରାଜ୍ୟରେ ୪୩ଲକ୍ଷରୁ ଅଧିକ ଯୁବକଯୁବତୀ ୨୦୨୧ ମସିହା ମେ ମାସ ଶେଷସୁଦ୍ଧା ବେରୋଜଗାର ହୋଇ ବୁଲୁଛନ୍ତି । ୨୦୧୫ ମସିହାରେ ଗ୍ରାମାଂଚଳରେ ରୁରାଲ ବିଜିନେସ ହାଉସିଂ ସେଂଟର ହେବ ବୋଲି କୁହାଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ କେତୋଟି ବିପିଓ ହୋଇଛି ଏବଂ ଏଥିରେ କେତେ ନିଯୁକ୍ତି ହୋଇଛନ୍ତି । ୨୦୧୭ ମସିହାରେ ୧୦୦ ଷ୍ଟାଟ ଅଫ କମ୍ପାନୀ ୫ ବର୍ଷ ମଧ୍ୟରେ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ ଏବଂ ୨୦୨୦ ମସିହା ଭିତରେ ଷ୍ଟାଟ ଅଫ ହବ କରିବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ ଆଜି ସୁଦ୍ଧା କେତେଟି ଷ୍ଟାଟଅଫ କମ୍ପାନୀ ହୋଇଛି । ଖାଦ୍ୟ ପ୍ରକ୍ରିୟା କରଣ ଓ ସାମୁଦି୍ରକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓଡ଼ିଶାରେ ସୃଷ୍ଟି କରିବା ପାଇଁ ୨୦୧୬ ମସିହାରୁ ନିଷ୍ପତି ନେଇ ମେଗାଫୁଡପାର୍କ ରାଜ୍ୟରେ ବିଭିନ୍ନ କ୍ଲଷ୍ଟରେ କରାଯିବା ପାଇଁ ନିଷ୍ପତି ହୋଇଥିଲା । ଆଜି ପର୍ଯ୍ୟନ୍ତ ରାଜ୍ୟରେ କେତୋଟି ଖାଦ୍ୟପ୍ରକି୍ରୟା ଶିଳ୍ପ ହୋଇଛି ଏବଂ କେତେ ନିଯୁକ୍ତି  ପାଇଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।  
 

Related News
satta king tw