Top Stories

Search here...

News

ଅକ୍ଟୋବର ୧ରୁ ଲାଗୁ ହେବ ନୂଆ ନିୟମ; ଏଟିଏମରେ ଟଙ୍କା ନଥିଲେ ଜୋରିମାନା ଦେବ ବ୍ୟାଙ୍କ

Posted On - 1 minute ago
Edited By Team BbsrReporters
LAST UPDATED Aug 11, 2021 06:30 PM

ଆରବିଆଇର ଘୋଷଣା ଅନୁଯାୟୀ,  ଯଦି ମାସକରେ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଏଟିଏମ୍ରେ ଟଙ୍କା ନଥିବ, ତା’ହେଲେ ବ୍ୟାଙ୍କଗୁଡ଼ିକ ଉପରେ ଜୋରିମାନା ଲାଗୁ କରାଯିବ ।

 

BBSR Reporters

 

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଏଟିଏମରେ ଟଙ୍କା ନଥିବାରୁ ଲୋକମାନେ ସମସ୍ୟାରେ ପଡ଼ୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆରବିଆଇ ନୂଆ ନିୟମ ଘୋଷଣା କରିଛି  । ଯଦି କୌଣସି ଏଟିଏମରେ ଟଙ୍କା ନଥିବ, ତା’ହେଲେ ଆରବିଆଇ ଉକ୍ତ ବ୍ୟାଙ୍କ ଉପରେ ଜୋରିମାନା ଲାଗୁ କରିବ । ଅକ୍ଟୋବର ୧ରୁ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି ।


ଏହି ନିୟମ ଲାଗୁ କରିବା ପୂର୍ବରୁ ଟଙ୍କା ଅଭାବ ସମସ୍ୟାକୁ ଦୂର କରିବା ପାଇଁ ଆରବିଆଇ ସମସ୍ତ ବ୍ୟାଙ୍କ ଓ ଘରୋଇ ଏଟିଏମ ଅପରେଟରମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କହିଛି । ଏଟିଏମରେ କେତେ ପରିମାଣର ଟଙ୍କା ରହିଛି ଓ ଏହା କେବେ ଖାଲି ହେବ, ତା’କୁ ଆକଳନ କରି ସମସ୍ୟା ସୃଷ୍ଟି ହେବା ପୂର୍ବରୁ ସାମାଧାନ କରିବାକୁ ନୂଆ ମେକାନିଜିମ ଆପଣାଇବାକୁ ଆରବିଆଇ ପରାମର୍ଶ ଦେଇଛି ।

 

ଆରବିଆଇର ଘୋଷଣା ଅନୁଯାୟୀ,  ଯଦି ମାସକରେ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଏଟିଏମ୍ରେ ଟଙ୍କା ନଥିବ, ତା’ହେଲେ ବ୍ୟାଙ୍କଗୁଡ଼ିକ ଉପରେ ଜୋରିମାନା ଲାଗୁ କରାଯିବ । ପ୍ରତି ଏଟିଏମ୍ ପାଇଁ ବ୍ୟାଙ୍କକୁ ୧୦ ହଜାର ଟଙ୍କା ଲେଖାଏ ଫାଇନ ଦେବାକୁ ପଡ଼ିବ ।

 

ଘରୋଇ ଏଟିଏମ୍ ଅପରେଟର ବା ହ୍ୱାଇଟ୍ ଲାବେଲ୍ ଏଟିଏମ୍ ଯଦି ଠିକଣା ସମୟରେ ଟଙ୍କା ଭର୍ତ୍ତି କରିବାରେ ବିଫଳ ହୁଅନ୍ତି, ତା’ହେଲେ ବି ବ୍ୟାଙ୍କ ଉପରେ ଫାଇନ ଲାଗିବ । ଏହି ଫାଇନ ଅର୍ଥକୁ ବ୍ୟାଙ୍କ ପକ୍ଷରୁ ଘରୋଇ ଏଟିଏମ ଅପରେଟରମାନଙ୍କ ଠାରୁ ଆଦାୟ କରାଯିବ ।

 

ଆରବିଆଇ କହିଛି, କେନ୍ଦ୍ରୀୟ ବ୍ୟାଙ୍କର ଇସ୍ୟୁ ବିଭାଗକୁ ଟଙ୍କା ନଥିବାରୁ ଏଟିଏମ କେତେ ସମୟ ବନ୍ଦ ହୋଇ ରହୁଛି, ତା’ର ତଥ୍ୟ ବ୍ୟାଙ୍କଗୁଡ଼ିକ ପ୍ରଦାନ କରିବେ । ଏଥିପାଇଁ ଏକ ସିଷ୍ଟମ ଜେନେରେଟଡେ ଷ୍ଟେଟମେଣ୍ଟର ବ୍ୟବସ୍ଥା କରିବେ ।

Related News
satta king tw