Top Stories

Search here...

News

ଦୁଇ ଚକିଆ ଗାଡ଼ି ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼, ସରକାର ଦେବେ ସବସିଡ୍

Posted On - 5 minutes ago
Edited By Team BbsrReporters
LAST UPDATED Aug 29, 2021 06:58 PM

କେମିତି ଇ-ଭେହିକିଲ ପ୍ରତି ଲୋକଙ୍କ ମଧ୍ୟରେ ସୃଷ୍ଟି କରାଯିବ ଆଗ୍ରହ? ଇ-ଭେହିକିଲ ନିର୍ମାଣ ଲାଗି କେମିତି ଉତ୍ସାହିତ ହେବେ ନିର୍ମାତା ? ସରକାରଙ୍କ ଇ-ଭେହିକିଲ ନୀତିର ରୂପରେଖ ରଖିଛନ୍ତି ପରିବହନ ସଚିବ । 

BBSR Reporters 


ଭୁବନେଶ୍ୱର :   ପ୍ରଦୂଷଣ ରୋକିବା ଲାଗି ବିଶ୍ୱବ୍ୟାପୀ ଆରମ୍ଭ ହୋଇଛି ପ୍ରୟାସ । ଏହି ଅଭିଯାନରେ ଏକ ମୁଖ୍ୟ ବିକଳ୍ପ ଭାବେ ଠିଆ ହୋଇଛି ଇଲେକଟ୍ରିକ୍-ଭେହିକିଲ ତଥା ବିଦ୍ୟୁତ୍ ଚାଳିତ ଯାନ। ସମୟର ଆହ୍ୱାନକୁ ଦେଖି ରାଜ୍ୟ ସରକାର  ଇ-ଭେହିକିଲ ନୀତି ୨୦୨୧କୁ ମଂଜୁରୀ ଦେଇଛନ୍ତି । ଏଥିରେ ଇଲେକଟ୍ରିକ୍ ଯାନର ବ୍ୟବହାରକୁ ପ୍ରୋତ୍ସାହିତ କରାଯାଇଥିବା ବେଳେ ୨୦୨୫ ସୁଦ୍ଧ ରାଜ୍ୟରେ ବ୍ୟବହୃତ ମୋଟ୍ ଗାଡିର ୨୦ ପ୍ରତିଶତ ଇ-ଭେହିକିଲରେ ପରିଣତ କରିବାକୁ ଯୋଜନା ରଖାଯାଇଛି।

 

ବିଦ୍ୟୁତ୍ ଚାଳିତ ଯାନ ବା ଇ-ଭେହିକିଲ ନୀତି  ୨୦୨୧ରେ ବାଜିଛି ରାଜ୍ୟ କ୍ୟାବିନେଟ ମୋହର । ଏହା ଅନ୍ତର୍ଗତ ୨୦୨୫ ସୁଦ୍ଧା ରାଜ୍ୟରେ ବ୍ୟବହୃତ ମୋଟ ଯାନବାହନର ୨୦ ପ୍ରତିଶତ-ଇ ଭେହିକିଲ ହେବ ତେବେ କେମିତି ହାସଲ ହେବ ଏ ଟାର୍ଗେଟ୍ ? କେମିତି ଇ-ଭେହିକିଲ ପ୍ରତି ଲୋକଙ୍କ ମଧ୍ୟରେ ସୃଷ୍ଟି କରାଯିବ ଆଗ୍ରହ? ଇ-ଭେହିକିଲ ନିର୍ମାଣ ଲାଗି କେମିତି ଉତ୍ସାହିତ ହେବେ ନିର୍ମାତା? ସରକାରଙ୍କ ଇ-ଭେହିକିଲ ନୀତିର ରୂପରେଖ ରଖିଛନ୍ତି ପରିବହନ ସଚିବ । 

 

ତାଙ୍କ ସୂଚନା ଅନୁସାରେ ଦୁଇ ଚକିଆ ବିଦ୍ୟୁତ୍  ଚାଳିତ ଗାଡି କିଣିଲେ ଗ୍ରାହକଙ୍କୁ ମିଳିବ ୫ ହଜାର ଟଙ୍କା ଯାଏଁ ସବସିଡି ୩ ଚକିଆରେ ୧୦ ଓ ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବେ ଗ୍ରାହକ  । ଇ-ବସରେ ୪ ଲକ୍ଷ ଟଙ୍କା ଯାଏଁ ସବସିଡି ଯୋଗାଇ ଦେବେ ରାଜ୍ୟ ସରକାର।  ଇ-ଯାନ ଲାଗି ପଞ୍ଜୀକରଣ ଫି ଓ ରୋଡ୍ ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।୨୦ ହଜାର ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ଲାଗି ୫ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯିବ । ଇ-ଯାନ ନିର୍ମାତାଙ୍କୁ ଶତ ପ୍ରତିଶଥ ରାଜ୍ୟ ଜିଏସଟି ଛାଡ଼ କରାଯିବ । ଏମାନେ ଏମ୍ଏସ୍ଏମ୍ଇ ଓ ଶିଳ୍ପ ନୀତିରେ ଥିବା ଅନ୍ୟାନ୍ୟ ସୁବିଧା ପାଇବେ । ସବୁ ଅଂଶୀଦାରଙ୍କ ଲାଗି ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଥିବାରୁ ଲକ୍ଷ୍ୟ ହାସଲରେ ଅସୁବିଧା ହେବ ନାହିଁ ବୋଲି ଆଶା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ।


ରାଜ୍ୟ ସରକାରଙ୍କ ନୂଆ ଇ-ଯାନ ନୀତିକୁ ସ୍ୱାଗତ କରାଯାଇଛି । କେନ୍ଦ୍ର ସରକାର ବି ପୂର୍ବରୁ ଇ-ଭେଇକିଲରେ ସବସିଡି ଦେଉଛନ୍ତି ।  ରାଜ୍ୟ ସରକାରଙ୍କ ତରଫରୁ ଅତିରିକ୍ତ ସବ୍ସିଡି ମିଳିଲେ ଇ-ଯାନର ଚାହିଦା ବଢିବ ବୋଲି ସାଧାରଣ ମତ ପ୍ରକାଶ ପାଇଛି । ଇ-ଯାନ ନିର୍ମାତା ବି ସରକାରଙ୍କ ପଦକ୍ଷେପକୁ  ସ୍ୱାଗତ କରିଛନ୍ତି।

Related News
satta king tw