Top Stories

Search here...

News

କୋରାପୁଟରେ  କଫି କାଫେ ସହିତ ଇ-କମର୍ସ ପ୍ଲାଟଫର୍ମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ

Posted On - 2 months ago
Edited By Team BbsrReporters
LAST UPDATED Dec 03, 2021 10:10 AM

କୋରାପୁଟ କଫି କ୍ୟାଫେର ଉଦଘାଟନ କରିବା ସହ Koraputcoffee.org ନାମକ ଏକ -କମର୍ସ ପ୍ଲାଟଫର୍ମର ଶୁଭାରମ୍ଭ କରି କୋରାପୁଟ କଫିର ଉତ୍କୃଷ୍ଟତାକୁ ସମଗ୍ର ବିଶ୍ୱରେ ପରିଚିତ କରିବାର ବ୍ୟବସ୍ଥା କରିଛନ୍ତି।

 

BBSR Reporters

 

ଭୁବନେଶ୍ୱର: ଅନ୍ତର୍ଜାତୀୟ କଫି ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ କଫି କ୍ୟାଫେର ଉଦଘାଟନ କରିବା ସହ Koraputcoffee.org ନାମକ ଏକ -କମର୍ସ ପ୍ଲାଟଫର୍ମର ଶୁଭାରମ୍ଭ କରି କୋରାପୁଟ କଫିର ଉତ୍କୃଷ୍ଟତାକୁ ସମଗ୍ର ବିଶ୍ୱରେ ପରିଚିତ କରିବାର ବ୍ୟବସ୍ଥା କରିଛନ୍ତି। ଏହିଭଳି ଅନେକ କଫି କ୍ୟାଫେ ଭାରତର ଅନ୍ୟ ସ୍ଥାନରେ ମଧ୍ୟ କରି କୋରାପୁଟ କଫିକୁ ଏକ ବ୍ରାଣ୍ଡରେ ରୂପାନ୍ତରିତ କରିବାର ଯୋଜନା ରହିଛି ଯାହା କଫି ଚାଷୀ ମାନଙ୍କ ଜୀବନର ମାନରେ ଅନେକ ଉନ୍ନତି ଆଣିପାରିବ।

 

କୋରାପୁଟ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହେଉଥିବା କଫି ଚାଷ ପଛୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି। ସମୁଦ୍ର ପତ୍ତନଠାରୁ ୩୦୦୦ ଫିଟ ଉପରେ ଅବସ୍ଥିତ କୋରାପୁଟ ଜିଲ୍ଲାର ଶୀତଳ ଜଳବାୟୁ ସାଙ୍ଗକୁ ପର୍ଯ୍ୟାପ୍ତ ବୃଷ୍ଟିପାତ କଫି ଚାଷ ପାଇଁ ଅନୁକୁଳ ଅଟେ। ଏହି ଦେଶଜ କଫି ଶତପ୍ରତିଶତ ଆରବିକା କଫି ଅଟେ ଯାହା ନିକଟ ଭବିଷ୍ୟତରେ ବଜାରରେ ଉପଲବ୍ଧ ଥିବା ସ୍ୱତନ୍ତ୍ର କଫି ସହ ପ୍ରତିଦ୍ବନ୍ଦିତା କରିବ।

 

ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି " ମାତ୍ର ଦୁଇ ବର୍ଷ ଭିତରେ କୋରାପୁଟ କଫି ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଆଦିବାସୀ ଜୀବିକାର ଉନ୍ନତ ନିର୍ବାହନ ନିମନ୍ତେ ମୋ ସରକାର ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। କୋରାପୁଟ କଫିକୁ ସୁଦୂର ପ୍ରସାରି କରିବା ପାଇଁ ଓଡିଶା ଆଦିବାସୀ ବିକାଶ ସମବାୟ ସମିତି ପକ୍ଷରୁ ବିଭିନ୍ନ ପରିକଳ୍ପନା ସହିତ କୋରାପୁଟ କଫି ବିକାଶ ଟ୍ରଷ୍ଟ ନୂଆ ପୁରୁଣା ମିଶାଇ ୩୦୦ ହେକ୍ଟର ପରିମିତ ଜାଗାରେ କଫି ଚାଷକୁ ତ୍ୱରାନ୍ୱିତ କରିଛି। ଆନ୍ତର୍ଜାତୀୟ କଫି ଦିବସରେ ଏକ କ୍ୟାଫେ ସହ ଦେଶ ବିଦେଶର ଲୋକଙ୍କୁ କୋରାପୁଟ କଫିର ବିଶେଷତ୍ୱ ବିଷୟରେ ଅଧିକ ସୂଚନା ପ୍ରଦାନ ନିମନ୍ତେ Koraputcoffee.org ନାମକ ଏକ -କମର୍ସ ପୋର୍ଟାଲ ଉଦଘାଟନ କରି ମୁଁ ଅତ୍ୟନ୍ତ ଖୁସି ଏହା କୋରାପୁଟ କଫିକୁ ଏକ ବିଶେଷ ବ୍ରାଣ୍ଡ ଭାବେ ଗଢି ତୋଳିବ ବୋଲି ମୋର ଦୃଢ଼ ବିଶ୍ୱାସ"

 

ଏହି ଅବସରରେ ଆଦିବାସୀ ବିକାଶ ସମବାୟ ସମିତି ଲିଃ (TDCCOL) କାର୍ଯ୍ୟନିର୍ବାହୀ ଅଧିକାରୀ ମାନସୀ ନିମ୍ଭଲ (ଭା.ପ୍ର.ସେ) ୨୦୧୯ରୁ ଆରମ୍ଭ ହେଇଥିବା ଏହି ଯୋଜନା ସହ ଜଡିତ ଥିବାରୁ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ। ଟାଇଗର ବ୍ରାଇଟ ନାମକ ନୂତନ ଉତ୍ପାଦର ବହୁଳ କ୍ରୟ ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି ଏହା ଆଦିବାସୀ କୃଷକଙ୍କୁ ପ୍ରତିଯୋଗୀତାମୂଳକ ରାଶି ପ୍ରଦାନ ଦିଗରେ ସହାୟକ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।

 

ନିକଟରେ ଟାଟା କଫି କୋରାପୁଟରେ ଉତ୍ପାଦିତ ଘରୋଇ କଫିକୁ ଜାତୀୟ ତଥା ଆନ୍ତର୍ଜାତୀୟ ବଜାରରେ ମାର୍କେଟିଂ କରିବା ପାଇଁ ଉତ୍ସାହ ପ୍ରଦର୍ଶନ କରିଛି।କୋରାପୁଟ ଜିଲ୍ଲା ଦାସମନ୍ତପୁର ବ୍ଲକର ଆଗଦେବୀ ଉତ୍ପାଦକ ଗୋଷ୍ଠୀର ସଦସ୍ୟା ସଂଯୁକ୍ତା ମୁଦୁଲି କହିଛନ୍ତି, "ଆମେ ଏକର ଜମିରେ କଫି ଚାଷ କରୁଛୁ। ଆମର ପାରିବାରିକ ଆୟ କେବଳ କଫିରୁ ଆସିଥାଏ, ଆମେ ଆମ କଫିର ଯେତେ ଭଲ ଯତ୍ନ ନବୁ, ଆମେ ସେତେ ଭଲ ଫଳ ପାଇବୁ।

 

କଫି ଡେଭଲପମେଣ୍ଟ ଟ୍ରଷ୍ଟ କୋରାପୁଟ ଜିଲ୍ଲାପାଳଙ୍କ ଅଧୀନତ୍ଵରେ କାର୍ଯ୍ୟକାରୀ ସେ କୁହନ୍ତି,“କୋରାପୁଟ କଫି ଭାରତର ଅଣପାରମ୍ପରିକ କଫି ମଧ୍ୟରେ ଏକ ଜଣାଶୁଣା ବ୍ରାଣ୍ଡ ଭାବରେ ଦ୍ରୁତ ଗତିରେ ଉଭା ହେଉଛି ଏବଂ ଏହାର ପୁଷ୍ପର ମହକ ଏହି ବ୍ରାଣ୍ଡକୁ ଅନ୍ୟ କଫି ଠାରୁ ଅଲଗା କରିଛି ଏହା କେବଳ ପରିବେଶ ପାଇଁ ନୁହଁ ବରଂ ଏହା ଆଦିବାସୀ ସଶକ୍ତିକରଣ କ୍ଷେତ୍ରରେ କାମ କରୁଛି ଏହି କାଫେ କୋରାପୁଟରେ ଏକ କଫି ସଂସ୍କୃତି ସୃଷ୍ଟି କରିବାରେ ବହୁ ମାତ୍ରାରେ ସାହାଯ୍ୟ କରିବା ଯାହା ଉଭୟ ସ୍ଥାନୀୟ ଜନତା ତଥା ପର୍ଯ୍ୟଟକଙ୍କୁ କଫି ଯୋଗାଇବ ଏବଂ କଫି ପ୍ରେମୀଙ୍କ ପାଇଁ ଏକ ଗନ୍ତବ୍ୟସ୍ଥଳ ଭାବରେ କୋରାପୁଟକୁ ଅଧିଷ୍ଠିତ କରିବାଦିଗରେ ରେ ଏହା ହେଉଛି ପ୍ରଥମ ପଦକ୍ଷେପ।

 

ଓଡିଶା ରାଜ୍ୟ ଆଦିବାସୀ ବିକାଶ ସୋସାଇଟି ଭାବରେ ପ୍ରତିଷ୍ଠିତ ଏବଂ ଏସ.ଟି ଏବଂ ଏସ.ସି  ପ୍ରଶାସନିକ ନିୟନ୍ତ୍ରଣରେ ନିଗମ ଭାବରେ ପଞ୍ଜିକୃତ ଆଦିବାସୀ ବିକାଶ ସମବାୟ ସମିତି ଓଡିଶା ଲିଃ (TDCCOL) ଓଡିଶାର ଆଦିବାସୀ ଉତ୍ପାଦକ / ସଂଗ୍ରହକାରୀ ମାନଙ୍କ ଉତ୍ପାଦିତ ସାମଗ୍ରୀର ବିତରଣ ତଥା ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ କାର୍ଯ୍ୟରତ ଟିଡିସିସି ଏହି ଉତ୍ପାଦଗୁଡିକୁ ନିଜର ସ୍ୱତନ୍ତ୍ର ଆଉଟଲେଟ୍ ମାଧ୍ୟମରେଆଦିବାସୀ ଜଗତନାମରେ ବିକ୍ରୟ କରିଥାଏ

 

TDCCOL ଲକ୍ଷ ଲକ୍ଷ ଚାଷୀଙ୍କୁ ସହାୟତା କରି ଆସୁଛି ଏବଂ ୨୦୨୦-୨୧ ବର୍ଷରେ ୧୯୩ କଫି ଚାଷୀ ମାନଙ୍କଠାରୁ ୨୮,୭୯୦ କେଜି କଫି ବିନ କ୍ରୟ କରିଥିଲା ବେଳେ ଚଳିତ ବର୍ଷ କୋରାପୁଟ କଫି ଡେଭେଲପମେଣ୍ଟ ଟ୍ରଷ୍ଟ ୩୦୦ ହେକ୍ଟର ଜମିରେ ନୂତନ ପୁରୁଣା ମିଶାଇ କଫି ବୃକ୍ଷରୋପଣ କରିଛି।

 

 

Related News
satta king tw