Top Stories

Search here...

News

ତେଲ ଦର କମିବା ପରେ କମିଲା ବସ୍ ଭଡ଼ା

Posted On - 2 minutes ago
Edited By Team BbsrReporters
LAST UPDATED Nov 06, 2021 04:15 PM

ଏସି ଡିଲକ୍ସର ଭଡ଼ା କିମି ପିଛା ୧ଟଙ୍କା ୬୩ ପଇସାରୁ କମି ୧ ଟଙ୍କା ୫୩ ପଇସା ହୋଇଛି ।

 

BBSR Reporters

 

ଭୁବନେଶ୍ୱର : ତେଲ ଦର କମିବା ପରେ କମିଛି ବସ୍ ଭଡ଼ା । ବିଭିନ୍ନ ବସ୍ ସେବା ପାଇଁ ଭଡ଼ା ହ୍ରାସ କରାଯାଇଛି । ଅର୍ଡିନାରୀ ବସ୍ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିଲା । ଏବେ ଏହା ହ୍ରାସ ପାଇ ୮୭ ପଇସା ହୋଇଛି । ଏକ୍ସପ୍ରେସ ବସ୍ର ଭଡ଼ା କିଲୋମିଟର ପିଛା ୯୬ ପଇସା ଥିବା ବେଳେ ଏବେ ଏହା ୯୧ ପଇସାକୁ ଖସିଛି ।

 

ପୂର୍ବରୁ ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୧ଟଙ୍କା ୩୫ ପଇସା ଥିବା ବେଳେ ଏବେ ଏହା ୧ ଟଙ୍କା ୨୫ ପଇସା ହୋଇଛି । ଏସି ଡିଲକ୍ସର ଭଡ଼ା କିମି ପିଛା ୧ଟଙ୍କା ୬୩ ପଇସାରୁ କମି ୧ ଟଙ୍କା ୫୩ ପଇସା ହୋଇଛି । ସୁପର ପ୍ରିମିୟମ ବସ୍ର ଭଡ଼ା କିମି ପିଛା ୨ ଟଙ୍କା ୫୩ ପଇସା ଥିବା ବେଳେ ଏହା ୨ ଟଙ୍କା ୩୮ ପଇସାକୁ ଖସିଛି ।
 

Related News
satta king tw