Top Stories

Search here...

News

୪୪ ହଜାର କୋଟିର ଜିଏସଟି କ୍ଷତିପୂରଣ ରାଶି ପ୍ରଦାନ କଲେ କେନ୍ଦ୍ର ସରକାର, ଓଡ଼ିଶା ପାଇଲା ୧୭୭୯ କୋଟି

Posted On - 3 minutes ago
Edited By Team BbsrReporters
LAST UPDATED Oct 28, 2021 07:52 PM

ଏହାକୁ ମିଶାଇ ଚଳିତ ଆର୍ଥକ ବର୍ଷରେ କେନ୍ଦ୍ର ସରକାର ମୋଟ ୧ ଲକ୍ଷ ୫୯ ହଜାର କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିସାରିଲେଣି  ।

 

BBSR Reporters


ନୂଆଦିଲ୍ଲୀ : ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୪୪ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି  । ଏହାକୁ ମିଶାଇ ଚଳିତ ଆର୍ଥôକ ବର୍ଷରେ କେନ୍ଦ୍ର ସରକାର ମୋଟ ୧ ଲକ୍ଷ ୫୯ ହଜାର କୋଟି ଟଙ୍କାର କ୍ଷତିପୂରଣ କରିଛନ୍ତିି  । ପୂର୍ବରୁ ୧୫ ଜୁଲାଇରେ ୭୫ ହଜାର କୋଟି ଓ ୭ ଅକ୍ଟୋବରରେ ୪୦ ହଜାର କୋଟିର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା  । 

 

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଆଜି ଦିଆଯାଇଥିବା ୪୪ ହଜାର କୋଟି ମଧ୍ୟରୁ ଓଡ଼ିଶା ସରକାର ପ୍ରାୟ ୧୭୭୯ କୋଟି ଟଙ୍କାର କ୍ଷତିପୂରଣ ପାଇଛନ୍ତି  । ଏହି କ୍ଷତିପୂରଣ ‘ବ୍ୟାକ୍ ଟୁ ବ୍ୟାକ ଲୋନ’ ଫାସିଲିଟି ଅଧିନରେ ଦିଆଯାଇଛି  ।


ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଦିଆଯାଇଥିବା ଏହି କ୍ଷତିପୂରଣ ରାଶି ନିୟମିତ ଭାବେ ପ୍ରତି ୨ ମାସରେ ଦିଆଯାଉଥିବା ଜିଏସଟି କ୍ଷତିପୂରଣଠାରୁ ଅଲଗା ଭାବେ ଦିଆଯାଇଛି  । ଚଳିତ ବର୍ଷ ମେ ୨୮ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ରାଜ୍ୟମାନଙ୍କୁ ୧.୫୯ ଲକ୍ଷ କୋଟିର ଜିଏସଟି କ୍ଷତିପୂରଣ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା  ।


 

Related News
satta king tw