Top Stories

Search here...

News

ଜାଣନ୍ତୁ ୫ ବିପଦଜନ୍ନକ ଡ୍ରଗ୍ସ ବିଷୟରେ; ଯାହାର ସେବନ ମଣିଷ ପାଇଁ ହାନିକାରକ

Posted On - 6 minutes ago
Edited By Team BbsrReporters
LAST UPDATED Oct 15, 2021 07:12 PM

ନିକଟରେ ମୁମ୍ବାଇର ଏକ କ୍ରୁଜ୍ ଭିତରେ ଚାଲିଥିବା ରେଭ ପାର୍ଟିରୁ ଏମଡିମଏ୍ ଡ୍ରଗ୍ସ ଜବତ କରାଯାଇଥିଲା ।  ମଲି ଭାବରେ ଜଣାଶୁଣା ଏହି ଡ୍ରଗ୍ସକୁ ସୁପରମ୍ୟାନ୍, ରୋଲକ୍ସ ପିଙ୍କ ସୁପରମ୍ୟାନ୍ ଭାବରେ ମଧ୍ୟ ଜଣାଯାଇଥାଏ  ।

 

BBSR Reporters


ମୁମ୍ବାଇ: ଏବେ ସାରା ଦେଶରେ ଡ୍ରଗ୍ସ ସେବନ ବୃଦ୍ଧି ପାଇଛି । ନିକଟରେ ଗୁଜୁରାଟର ଆଦାନୀ ପୋର୍ଟରୁ ୨ କୁଇଣ୍ଟାଲରୁ ଅଧିକ ମାତ୍ରାରେ ବ୍ରାଉନସୁଗାର ଜବତ କରାଯାଇଥିଲା । ଯୁବପିଢି ଏବେ ଡ୍ରଗ୍ସ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି । ତେବେ ଏବେ ପାଞ୍ଚଟି ବିପଜ୍ଜନକ ଡ୍ରଗ୍ସ ବିଷୟରେ କହିବାକୁ ଯାଉଛୁ, ଯାହାର ବାରମ୍ବାର ସେବନ ଜଣେ ମଷିଣ ପାଇଁ କ୍ଷତିକାରକ ସାବସ୍ତ ହୋଇଥାଏ ।

 

ଡ୍ରଗ୍ସ ଦୁନିଆରେ କୋକେନ୍ ଏକ ଜଣାଶୁଣା ନାମ  । ଲୋକମାନେ ଏହାକୁ ପାଉଡର ଏବଂ ଇଞ୍ଜେକ୍ସନ ଆକାରରେ ନେଇଥାନ୍ତି  । ଏହାକୁ ନେବା ଦ୍ୱାରା ମସ୍ତିଷ୍କରେ ଡୋପାମାଇନ୍ ନାମକ ରାସାୟନିକ ବୃଦ୍ଧି ହୁଏ  । ଦୀର୍ଘ ସମୟ ଧରି କୋକେନ୍ ବ୍ୟବହାର କରିବା ଦ୍ୱାରା ହୃଦରୋଗ ଏବଂ ଉଚ୍ଚ ରକ୍ତଚାପର ଆଶଙ୍କା ବଢିଯାଏ  । ଅତ୍ୟଧିକ ବ୍ୟବହାର ଦ୍ୱାରା ଅଙ୍ଗ ବିଫଳତା ବା ଅର୍ଗାନ ଫେଲ୍ୟୁୟର ମଧ୍ୟ ହୋଇପାରେ  । ଡ୍ରଗ୍ସ ପାର୍ଟିରେ ସାଧାରଣତଃ ମେଫେଡ୍ରନ୍ ବା ମିଆଉ-ମିଆଉ ଡ୍ରଗ୍ସର ବହୁଳ ବ୍ୟବହାର ହୋଇଥାଏ  । ଏହାକୁ କ୍ୟାପସୁଲ ଏବଂ ପାଉଡର ଆକାରରେ ସେବନ କରାଯାଇଥାଏ  । ଏହି ଡ୍ରଗ୍ସ ସେବନ କଲେ ଜଣଙ୍କର ଶରୀରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥାଏ  । ଏହି ଡ୍ରଗ୍ସ ସେବନ ଦ୍ୱାରା ଆଙ୍ଗୁଠି ଥଣ୍ଡା ଏବଂ ନୀଳ ହୋଇଯାଏ, ନାକରୁ ରକ୍ତସ୍ରାବ ମଧ୍ୟ ହୋଇପାରେ  । ଅତ୍ୟଧିକ ବ୍ୟବହାର ଦ୍ୱାରା ମୃତ୍ୟୁ ଆଶଙ୍କା ବଢିଯାଏ  ।

 

ନିକଟରେ ମୁମ୍ବାଇର ଏକ କ୍ରୁଜ୍ ଭିତରେ ଚାଲିଥିବା ରେଭ ପାର୍ଟିରୁ ଏମଡିମଏ୍ ଡ୍ରଗ୍ସ ଜବତ କରାଯାଇଥିଲା ।  ମଲି ଭାବରେ ଜଣାଶୁଣା ଏହି ଡ୍ରଗ୍ସକୁ ସୁପରମ୍ୟାନ୍, ରୋଲକ୍ସ ପିଙ୍କ ସୁପରମ୍ୟାନ୍ ଭାବରେ ମଧ୍ୟ ଜଣାଯାଇଥାଏ  । କ୍ୟାପସୁଲ, ଟାବଲେଟ୍ ଭାବରେ ଏହା ଉପଲବ୍ଧ ହୋଇଥାଏ  । ଏହାର ବ୍ୟବହାର କରିବା ପରେ ବାନ୍ତି, ଶରୀରର କଷ୍ଟ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଭଳି ସମସ୍ୟା ଆସେ  । 


କେଟାମାଇନ୍ ଡ୍ରଗ୍ସ ଭିଟାମିନ୍ କେ, ସୁପର କେ, ସ୍ପେଶାଲ୍ କେ ନାମରେ ମଧ୍ୟ ଜଣାଶୁଣା  । ଏହା ଟାବଲେଟ୍ ଏବଂ ପାଉଡର ଭାବରେ ଉପଲବ୍ଧ ହୋଇଥାଏ  । ଏହି ଡ୍ରଗ୍ସ ବ୍ୟବହାର ଦ୍ୱାରା ହୃତପିଣ୍ଡରେ ରକ୍ତର ଗତି ବଢ଼ିଯାଇଥାଏ  । ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥାଏ  । ମିଥାମଫେଟାମାଇନ୍ ନାମକ ଡ୍ରଗ୍ସ ଟାବଲେଟ୍, ପାଉଡର ଏବଂ କ୍ରିଷ୍ଟାଲ୍ ଫର୍ମରେ ମଧ୍ୟ ଉପଲବ୍ଧ ହୋଇଥାଏ  । ଏହାର ବ୍ୟବହାର କଲେ ଫୁସଫୁସ, କିଡନୀ ଏବଂ ମସ୍ତିଷ୍କ ଉପରେ ବହୁତ ନକାରାତ୍ମକ ପ୍ରଭାବ ପଡିଥାଏ  । ଏହା ଛଡା ବ୍ରାଉନସୁଗାର ଏବେ ବହୁଳ ମାତ୍ରାରେ ସାରା ଦେଶରେ ବ୍ୟାପିବାରେ ଲାଗିଛି ।
 

Related News
satta king tw