Top Stories

Search here...

News

୫ଟି  ଅଧିନରେ  ପାସପୋର୍ଟ ଭେରିଫିକେସନ୍; ୪ ଦିନରେ ମିଳିବ ପାସପୋର୍ଟ

Posted On - 2 days ago
Edited By Team BbsrReporters
LAST UPDATED Oct 05, 2021 01:33 AM

ସମଗ୍ର ଭାରତରେ ତତ୍କାଳ ପାସପୋର୍ଟ ଭେରିଫିକେସନ୍ ହେଉଥିବା ରାଜ୍ୟ ମଧ୍ୟରେ ଏବେ ଓଡ଼ିଶା ବି ସାମିଲ ହୋଇପାରିଛି ବୋଲି ପୁଲିସ୍ ଡିଜି ଶ୍ରୀ ଅଭୟ କହିଛନ୍ତି ।

 

BBSR Reporters


ଭୁବନେଶ୍ୱର: ପାସପୋର୍ଟ ଭେରିଫିକେସନ୍ ପାଇଁ ଆଉ ମାସ ମାସ ଅପେକ୍ଷା କରିବାକୁ ପଡ଼ୁନାହିଁ ।  ଏବେ ଆବେଦନର ମାତ୍ର ୪ ଦିନ ଭିତରେ ହୋଇଯାଉଛି ପାସପୋର୍ଟ ଭେରିଫିକେସନ୍  । ୫ଟି ଅଧୀନରେ ଏପରି ବୈପ୍ଳବିକ ପରିବର୍ତ୍ତନ ଅଣାଯାଇଥିବା କହିଛନ୍ତି ପୁଲିସ୍ ଡିଜି ଶ୍ରୀ ଅଭୟ । ସମଗ୍ର ଭାରତରେ ତତ୍କାଳ ପାସପୋର୍ଟ ଭେରିଫିକେସନ୍ ହେଉଥିବା ରାଜ୍ୟ ମଧ୍ୟରେ ଏବେ ଓଡ଼ିଶା ବି ସାମିଲ ହୋଇପାରିଛି ବୋଲି ପୁଲିସ୍ ଡିଜି ଶ୍ରୀ ଅଭୟ କହିଛନ୍ତି ।


ଶ୍ରୀ ଅଭୟ କହିଛନ୍ତି, ୨୦୨୧ରେ ପାସପୋର୍ଟ ଭେରିଫିକେସନ ୫ଟି ଅଧୀନକୁ ଆସିଥିଲା ।  ଏଥିନିମନ୍ତେ ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ ହୋଇଥିଲା  । ସବୁ ଥାନାକୁ ଗୋଟିଏ ଲେଖା ଟାବଲେଟ ଦିଆଯାଇଛି । ସେଥିରେ ପାସପୋର୍ଟ ଭେରିଫିକେସନ ପାଇଁ ଆପ୍ ଇନଷ୍ଟଲ କରାଗଲା । ଏହି ବର୍ଷ ଏହି କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି । ଅଗଷ୍ଟ ମାସରେ ପାସପୋର୍ଟ ଭେରିଫିକେସନ ଟାଇମ୍ ୬ ଦିନ ଥିଲା । ସେପ୍େଟମ୍ବର ପ୍ରଥମ ୧୫ ଦିନରେ ମାତ୍ର ୪ ଦିନରେ ହୋଇଯାଉଛି ଏହି କାମ  । ପୂର୍ବାପେକ୍ଷା ଏବେ ଖୁବ୍ କମ୍ ସମୟ ମଧ୍ୟରେ ପାସ୍ପୋର୍ଟ ଭେରିଫିକେସନ ହୋଇପାରୁଥିବା ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ  ।

 

ପୂର୍ବରୁ ୨୦୧୭ ମସିହାରେ ପାସ୍ପୋର୍ଟ ଭେରିଫିକେସନ ପାଇଁ ହାରାହାରି ତିନି ମାସରୁ  ଅଧିକ ସମୟ ଲାଗୁଥିଲା । ଏବେ ତାହା କମି କମି ୪ ଦିନରେ ହୋଇପାରୁଛି ।  ଏଥିନିମନ୍ତେ ରାଜ୍ୟର ସମସ୍ତ ଥାନା ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ପୁଲିସ ଡିଜି  ।
 

Related News
satta king tw