Top Stories

Search here...

News

ଓଡ଼ଆ ବ୍ୟଞ୍ଜନକୁ ଲୋକପ୍ରିୟ କରିବାକୁ ପ୍ରୟାସ; ରାଜଧାନୀରେ ଖୋଲିଲା ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’

Posted On - 12 minutes ago
Edited By Team BbsrReporters
LAST UPDATED Sep 04, 2021 10:15 AM

ଆଗକୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଓ ସମ୍ବଲପୁରର ରାନୀ ବଖ୍ରୀଠାରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ଖୋଲିବ ।ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ଅଭିନବ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି ।

 

BBSR Reporters


ଭୁବନେଶ୍ୱର: ଓଡ଼ିଆ ବ୍ୟଞ୍ଜନକୁ ଲୋକପ୍ରିୟ କରିବା ପାଇଁ ଖୋଲିଛି ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ । ରାଜଧାନୀ ଭୁବନେଶ୍ୱରର ଜନପଥରେ ଏହି ରେଷ୍ଟୁରାଣ୍ଟ ଖୋଲିଛି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପ୍ରତିଷ୍ଠା ଦିବସ ଏହି ରେଷ୍ଟୁରାଣ୍ଟକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

 ଓଟିଡିସି ‘ନିମନ୍ତ୍ରଣ’’ର ପରିଚାଳନା କରିବ । ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରିବା ଏହାର ମୁଖ୍ୟ ଉଦେ୍ଧଶ୍ୟ । ଆଗକୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଓ ସମ୍ବଲପୁରର ରାନୀ ବଖ୍ରୀଠାରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ଖୋଲିବ ।ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପର୍ଯ୍ୟଟନ ନିଗମର ସ୍ଥପାନା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ଅଭିନବ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି । 

 

‘ନିମନ୍ତ୍ରଣ’’ ଜରିଆରେ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନର ପ୍ରୋତ୍ସାହନ ଉଦ୍ୟମର ପ୍ରଶଂସା କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ । ସେ କହିଛନ୍ତି, ସ୍ଥାନୀୟ ବ୍ୟଞ୍ଜନ ପର୍ଯ୍ୟଟକଙ୍କୁ ସ୍ଥାନ ସମ୍ବନ୍ଧରେ ଧାରଣା ଜନ୍ମାଇବାକୁ ବାଧ୍ୟ କରେ । ଓଡ଼ିଶା ପର୍ଯ୍ୟଟନର ଅଭିନବ ଉଦ୍ୟମ ‘ନିମନ୍ତ୍ରଣ’ ମାଧ୍ୟମରେ ରାଜ୍ୟର ବ୍ୟଞ୍ଜନଦ୍ଧପର୍ଯ୍ୟଟନର ବିକାଶ ଘଟିବା ସହ ପର୍ଯ୍ୟଟକଙ୍କ ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ବିବିଧତାକୁ ଜାଣିବାକୁ ସୁଯୋଗ ସୃଷ୍ଟି ହୋଇପାରିବ ଶ୍ରୀ ପାଣିଗ୍ରାହୀ କହିଥିଲେ । ଓଟିଡିସିର ସ୍ଥପାନା ଦିବସକୁ ସ୍ମରଣୀୟ କରିବା ପାଇଁ ଏକ କ୍ୱିଣ୍ଟାଲ୍ ଓଜନର ପୋଡ଼ପିଠା ପ୍ରସ୍ତୁତ କରାଯାଇଥିଲା । 


ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ ଯେ, କୋଭିଡ ମହାମାରୀ ପରବର୍ତ୍ତୀ ପର୍ଯ୍ୟଟନ ପୁନଃଉଦ୍ଧାର କାର୍ଯ୍ୟକ୍ରମରେ କଟକ ମହାନଦୀଠାରେ ଥିବା ସିଲ୍ଭର ସିଟି ବୋଟ୍ କ୍ଲବ, ପୁରୀର ବ୍ଲୁ ଫ୍ଲାଗ ବେଳାଭୂମି ଓ ଚନ୍ଦ୍ରଭାଗା ବେଳାଭୂମିରେ ଖାଦ୍ୟପାନୀୟ ବ୍ୟବସ୍ଥା କରାଯିବା ଭଳି ଅନେକ ପଦକ୍ଷେପ ନିଆଯାଇଛି । ଶୁଦ୍ଧ ଓଡ଼ିଆ ବ୍ୟଞ୍ଜନ ପ୍ରଣାଳୀକୁ ଲୋକପ୍ରିୟ କରିବା ଉଦେ୍ଧଶ୍ୟରେ ଏକ ରନ୍ଧନ ପ୍ରତିଯୋଗିତା ‘ଆମ ହାଣ୍ଡିଶାଳ’ ଆୟୋଜନ କରାଯାଇଥିଲା । ରଜ ଉପଲକ୍ଷେ ଭ୍ରାମ୍ୟମାଣ ଯାନରେ ବିଭିନ୍ନ ପ୍ରକାର ପିଠା ଲୋକଙ୍କ ନିକଟକୁ ପହଞ୍ଚା ଯାଇଥିଲା ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Related News
satta king tw