Top Stories

Search here...

News

ଟାଟା ପାୱାର ମନମାନି:  ଉପଭୋକ୍ତାଙ୍କୁ ଦେଉ ନାହାନ୍ତି ମିଟର ସାର୍ଟିଫିକେଟ୍

Posted On - 5 hours ago
Edited By Team BbsrReporters
LAST UPDATED Oct 03, 2021 02:08 AM

ନିୟାମକ ଆୟୋଗର ଏସବୁ ନିୟମକୁ ଜାଣିଶୁଣି କଂପାନିମାନେ ଫାଙ୍କି ଚାଲି ଥିଲେ ବି ସରକାର ଏ ଦିଗରେ ହସ୍ତକ୍ଷେପ କରୁ ନାହାନ୍ତି ।

 

BBSR Reporters


ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ନିୟମକୁ ପାଳନ କରୁନି ଘରୋଇ ବିଦ୍ୟୁତ ଯୋଗାଣ ସଂସ୍ଥା । ସଂସ୍ଥା ନିଜକୁ ସୁହାଇଲା ଭଳି ନିୟମକୁ ବିଦ୍ୟୁତ ଗ୍ରାହକଙ୍କ ଉପରେ ଲଦି ଚାଲିଥିବା ବେଳେ ଗ୍ରାହକଙ୍କ ଅଧିକାର ଓ ସୁରକ୍ଷା ପାଇଁ ରହିଥିବା ନିୟମକୁ ମାନୁ ନାହିଁ । ଗ୍ରାହକମାନେ ନିଜ ଅଧିକାର ସଂପର୍କରେ ସଚେତନ ନଥିବାରୁ ତାହାର ଫାଇଦା ବି ଘରୋଇ ସଂସ୍ଥା ନେଉଛନ୍ତି । ବିଦ୍ୟୁତ ମିଟର ଘରେ ଅଥବା ବିଭିନ୍ନ ସ୍ଥାନରେ ଲାଗିବା ପାଇଁ ସ୍ୱତନ୍ତ୍ର ନିୟମ ଆଉ ବ୍ୟବସ୍ଥା ରହିଛି । ଉପଭୋକ୍ତମାନଙ୍କ ଘରେ ଯେଉଁ ମିଟର ଲଗା ଯାଉଛି ସେ ମିଟରର ବୈଧତା, ସ୍ୱଚ୍ଛତାକୁ ନେଇ କଂପାନି ଉପଭୋକ୍ତାଙ୍କୁ ମିଟର ସାଟିଫିକେଟ ବା ପ୍ରମାଣପତ୍ର ଦେବାର ନିୟମ ରହିଛି । କିନ୍ତୁ ସଂସ୍ଥା ଜୋରଜବରଦସ୍ତ ଉପଭୋକ୍ତାଙ୍କ ଘରେ ମିଟର ଲଗାଉଥିଲେ ବି ସାର୍ଟିଫିକେଟ୍ କିନ୍ତୁ ଦେଉ ନାହିଁ । 

 

କଂପାନି ଉପଭୋକ୍ତାଙ୍କ ଘରେ ଯେଉଁ ମିଟର ଲଗାଉଛି, ସେ ମିଟର ଠିକ ଓ ଏହା ଲାବୋରେଟୋରିରେ ପରିକ୍ଷୀତ ବୋଲି ଉଲ୍ଲେଖ କରାଯାଉନାହିଁ । ପ୍ରତି ଉପଭୋକ୍ତାଙ୍କ ସହିତ ଯୋଗାଣକରୀ ସଂସ୍ଥା ଚୁକ୍ତି କରିବା ଓ ମିଟରର ପ୍ରମାଣପତ୍ର ନ ଦେଇ ମନଇଛା ବିଦ୍ୟୁତ୍ ବିଲ୍ କରାଯାଉଥିବା ଅଭିଯୋଗ ଏବେ ବଢିବାରେ ଲାଗିଛି । ଯଦି ଜଣେ ଉପଭୋକ୍ତାଙ୍କ ଘରୁ ସାଧାରଣ ଭାବେ ଫ୍ୟୁଜ୍ ଉଡ଼ିଯାଏ ବା ଲାଇନ ଚାଲିଯାଏ ଏବଂ ସହରାଞ୍ଚଳର ଉପଭୋକ୍ତା ଯଦି ଏ ସଂପର୍କରେ ଅଭିଯୋଗ କରିବାର ୬ ଘଣ୍ଟା ଯାଏ ଲାଇନ୍ ସଂଯୋଗ ନ ଆସେ ତେବେ କଂପାନି ସଂପୃକ୍ତ ଉପଭୋକ୍ତାଙ୍କୁ ୧୦୦ ଟଙ୍କା କ୍ଷତିପୂରଣ ଦେବାର ନିୟମ ରହିଛି । ଏହା ଉପଭୋକ୍ତାଙ୍କ ବିଦ୍ୟୁତ୍ ବିଲରୁ କାଟି ଦିଆଯିବାର ବ୍ୟବସ୍ଥା ରହିଛି । ସେହିପରି ଉପଭୋକ୍ତା ଯଦି ଗ୍ରାମାଞ୍ଚଳର ହୋଇଥା’ନ୍ତି ଓ ତାଙ୍କ ଘରେ ୨୪ ଘଣ୍ଟା ଲାଇନ ଯାଇଥାଏ ତେବେ କଂପାନି ସେ ଉପଭୋକ୍ତାଙ୍କୁ ୧୦୦ ଟଙ୍କା କ୍ଷତିପୂରଣ ଦେବ । ଏ ନିୟମଟି କିନ୍ତୁ କେବଳ ନିୟମ ହୋଇ ରହିଛି ।

 


ଲାଇସେନସପ୍ରାପ୍ତ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ୨୪ ଘଣ୍ଟା ପୂର୍ବରୁ ସୂଚନା ନଦେଇ ବିଜୁଳି ଯୋଗାଣ ବିଛିନ୍ନ କଲେ ଓ ଏହାକୁ ନେଇ ଯଦି ଉପଭୋକ୍ତା ଅଭିଯୋଗ କରେ ତେବେ ସେ ଉପଭାକ୍ତାଙ୍କୁ ୨୦୦ ଟଙ୍କାର କ୍ଷତିପୂରଣ ଯୋଗାଣକାରୀ ସଂସ୍ଥା ଦେବାକୁ ବାଧ୍ୟ । ଯାହା ଆପେ ଆପେ ତାଙ୍କ ବିଲ୍ରୁ କଟିବା କଥା । ମାତ୍ର ଏ ନେଇ କଂପାନି ମନମାନି କରିବା, ବିନା ଘୋଷଣାରେ ବିଦ୍ୟୁତ୍ କାଟୁଥିଲେ ବି ଉପଭୋକ୍ତାଙ୍କୁ କେବେ କ୍ଷତିପୂରଣ ମିଳେ ନାହିଁ ।

 

୨୪ ଘଣ୍ଟାରୁ ୭୨ ଘଣ୍ଟା ଲାଇନ ଯାଉଥିଲେ ବି କେବେ ଉପଭୋକ୍ତାଙ୍କୁ କୌଣସି କଂପାନି ଟଙ୍କାକର କ୍ଷତିପୂରଣ ଦେଇ ନଥାଏ । ଘରୁ ବିଜୁଳି କଟିଗଲେ, ମଟିର ପାଖରେ ତ୍ରୁଟି କିମ୍ବା ବିଦ୍ୟୁତ ଖୁଣ୍ଟି ନିକଟରୁ ଆସିଥିବା ତାରରେ ସମସ୍ୟା ଥିଲେ, ଯୋଗାଣ ତା’ର ଛିଡି ଯାଇଥିଲେ, ପ୍ରବଳ ବର୍ଷା ପବନ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହୋଇଥିଲେ, ଯୋଗାଣ ଟ୍ରାନସଫର୍ମରରେ ତ୍ରୁଟି ଥିଲେ ଓ ଏ ସମସ୍ୟା ସର୍ବାଧିକ ୨୪ ଘଣ୍ଟା ମଧ୍ୟରେ ସମାଧାନ ନ ହେଲେ ଉପଭୋକ୍ତାକୁ କଂପାନି ୧୦୦ରୁ ୨୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିୟମ ରହିଛି । ମାତ୍ର କଂପାନି କେବେ ତାହା ଦିଏ ନାହିଁ । ଉପଭୋକ୍ତା ମଧ୍ୟ ଏ ନେଇ ସଚେତନ ନଥା’ନ୍ତି ବୋଲି ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଲଢେଇ କରୁଥିବା ଚୌଧୁରୀ ପ୍ରଭାତକେଶରୀ ମିଶ୍ର କହିଛନ୍ତି । 
 

Related News
satta king tw