Top Stories

Search here...

News

ରାଜଧାନୀରୁ ମାସକରେ ୩ କୋଟିର ବ୍ରାଉନ ସୁଗାର ଜବତ

Posted On - 2 months ago
Edited By Team BbsrReporters
LAST UPDATED Dec 04, 2021 06:12 AM

୧୩ଟି ମାମଲାରେ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ  ।

 

BBSR Reporters


ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନିଶା ମାଫିଆଙ୍କର ଆଡ୍ଡାସ୍ଥଳି ପାଲଟିଗଲାଣି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ସେପ୍ଟେମ୍ବର ମାସର ଏନଡିପିଏସ୍ ତାଲିକା । କେବଳ ଏହି ଗୋଟିଏ ମାସରେ ପୋଲିସ ତିନି କୋଟିର ବ୍ରାଉନସୁଗାର ଜବତ କରିଛି ।

 

ଏହି ମାମଲାରେ ସମ୍ପୃକ୍ତ ଥବବା ୨୦ଜଣ ନିଶା ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କମିଶନରେଟ୍ ପୋଲିସ ଭୁବନେଶ୍ୱରରୁ ପ୍ରକାଶ ପାଇଥିବା ସେପ୍ଟେମ୍ବର ରିପୋର୍ଟ ଅନୁସାରେ ଏହି ମାସରେ ୧୩ଟି ଏନ୍ଡିପିଏସ୍ ମାମଲା ପଞ୍ଜିକୃତ ହୋଇଛି । ୧୩ଟି ମାମଲାରେ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୩୦୭.୪୦ ଗ୍ରାମ ବ୍ରାଉନସୁଗାର ସହ ୧୪୦ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି । ଏହାସହ ଅଭିଯୁକ୍ତଙ୍କ ଠାରୁ ନଗଦ ତିନି ଲକ୍ଷ ୬୪ ହଜାର ୧୫୦ ଟଙ୍କା ଜବତ କରାଯାଇଛି । ଏତଦ୍ ବ୍ୟତୀତ ଗୋଟେ ଚାରି ଚକିଆ, ଗୋଟେ ତିନି ଚକିଆ, ଗୋଟେ ବାଇକ୍, ୧୨ଟି ମୋବାଇଲ୍, ଗୋଠେ ରିଭଲଭର ଏବଂ ପାଞ୍ଚ ରାଉଣ୍ଡ ଗୁଳି ଜବତ କରାଯାଇଛି । 

Related News
satta king tw