Top Stories

Search here...

News

ପଦ୍ମଶ୍ରୀ କିଂବଦନ୍ତି ବଙ୍ଗୀୟ ବୁଣାକାର ବୀରେନ କୁମାର ବସାକଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On - 2 hours ago
Edited By Team BbsrReporters
LAST UPDATED Nov 13, 2021 04:58 PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରି ଲେଖିଛନ୍ତି, ଶ୍ରୀ ବୀରେନ କୁମାର ବସାକ ପଶ୍ଚିମବଙ୍ଗର ନଦିଆ ଅଞ୍ଚଳର। ସେ ହେଉଛନ୍ତି ଶାଢ଼ିରେ ଭାରତୀୟ ଇତିହାସ ଏବଂ ସଂସ୍କୃତି ଚିତ୍ରଣ କରୁଥିବା ଜଣେ ଖ୍ୟାତନାମା ବୁଣାକାର। 

 

 

 

BBSR Reporters

 

 

ନୂଆଦିଲ୍ଲୀ: ଦେଶବାସୀଙ୍କୁ  ‘ମୋଦୀ ଶାଢ଼ି’ ଚିତ୍ରକଳା ଥିବା ଏକ ସ୍ବତନ୍ତ୍ର ଶାଢ଼ି ଉପହାର ପାଇବା ପରେ ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ କିଂବଦନ୍ତି ବଙ୍ଗୀୟ ବୁଣାକାର ବୀରେନ କୁମାର ବସାକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜ୍ଞାପନ କରିଛନ୍ତି।

 

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରି ଲେଖିଛନ୍ତି, ଶ୍ରୀ ବୀରେନ କୁମାର ବସାକ ପଶ୍ଚିମବଙ୍ଗର ନଦିଆ ଅଞ୍ଚଳର। ସେ ହେଉଛନ୍ତି ଶାଢ଼ିରେ ଭାରତୀୟ ଇତିହାସ ଏବଂ ସଂସ୍କୃତି ଚିତ୍ରଣ କରୁଥିବା ଜଣେ ଖ୍ୟାତନାମା ବୁଣାକାର। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତମାନଙ୍କ ସହ ଆଳାପ ବେଳେ ସେ ମତେ ଦେଇଥିବା ଉପହାରକୁ ମୁଁ ସଶ୍ରଦ୍ଧ ସ୍ମରଣ କରୁଛି।

 

 

 ଶାଢ଼ି ବିକିବାକୁ ୭୦ ଦଶକରେ ବୀରେନ କୁମାର ବସାକ ଭାଇଙ୍କ ସହ ମିଶି କୋଲ୍‌କାତାରେ ଦ୍ବାର ଦ୍ବାର ବୁଲୁଥିଲେ। ସମ୍ପ୍ରତି ୨୫ କୋଟି ଟଙ୍କାର ବ୍ୟବସାୟ ଚଳାଇଥିବା ବସାକ ତାଙ୍କ ଦରିଦ୍ର ଅତୀତକୁ ଭୁଲି ନାହାନ୍ତି। ପ୍ରତି ସକାଳେ କୋଲ୍‌କାତା ଯିବା ପାଇଁ ଟ୍ରେନ୍‌ ଧରୁଥିବା କଥା ସେ ସ୍ମରଣ କରି କହନ୍ତି, ଦୈନିକ ବଡ଼ି ସକାଳୁ ଆମେ କୋଲ୍‌କାତା ଯିବା ପାଇଁ ଟ୍ରେନ୍‌ ଧରୁ। ସହର ରାସ୍ତାରେ ମୋ ଭାଇ ଓ ମୁଁ ଶାଢ଼ି ବୁଜୁଳା ବୋହି କବାଟ ଠକ୍‌ ଠକ୍‌ କରୁଥିଲୁ। କ୍ରମଶଃ ଆମର ଗ୍ରାହକ ବଢ଼ିଲେ। ସେତେବେଳ ଶାଢ଼ି ଖଣ୍ଡକର ଦର ୧୫ ରୁ ୩୫ ଟଙ୍କା ଭିତରେ ଥିଲା। ସେମାନଙ୍କ ଗ୍ରାହକ ମଧ୍ୟରୁ ସ୍ବତନ୍ତ୍ର ଗ୍ରାହକ ହେଉଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସୌରଭ ଗାଙ୍ଗୁଲୀ, ଆଶା ଭୋଁସ୍‌ଲେ ଏବଂ ଲତା ମଙ୍ଗେସକର। ସତ୍ୟଜିତ ରାୟ ଏବଂ ହେମନ୍ତ ମୁଖୋପାଧ୍ୟାୟ ମଧ୍ୟ ତାଙ୍କର ଗ୍ରାହକ ଥିଲେ।

 

 

ପାରଦର୍ଶିତା ଏବଂ କାରିଗରୀ ପାଇଁ ୨୦୧୩ରେ ବସାକ ଜାତୀୟ ପୁରସ୍କାର ପାଇଥିଲେ। ହସ୍ତତନ୍ତ ଶାଢ଼ିରେ ରାମାୟଣ ବର୍ଣ୍ଣନା କରି ସେ ଇଂଲଣ୍ଡସ୍ଥିତ ‘ୱାର୍ଲଡ୍‌ ରେକର୍ଡ ୟୁନିଭର୍ସିଟି’ରୁ ସମ୍ମାନସୂଚକ ଡକ୍ଟରେଟ୍‌ ପାଇଥିଲେ।

 

ମାତ୍ର ୧ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିବା ବସାକଙ୍କ ପାଇଁ ଏବେ ୫୦୦୦ରୁ ଊର୍ଦ୍ଧ୍ବ ବୁଣାକାର କାର୍ଯ୍ୟ କରୁଛନ୍ତି। ସେ କହନ୍ତି, ଏବେ ମୁଁ ପ୍ରାୟ ୫୦୦୦ କାରିଗରଙ୍କ ସହ କାମ କରୁଛି। ସେମାନଙ୍କ ମଧ୍ୟରୁ ୨୦୦୦ ହେଉଛନ୍ତି ମହିଳା। ଆତ୍ମନିର୍ଭରଶୀଳା ହେବାକୁ ସେମାନେ ରୋଜଗାର କରିବାର ପନ୍ଥା ପାଇଛନ୍ତି। ଏହି ପୁରସ୍କାରର ବାସ୍ତବ ଗ୍ରହୀତା ହେଉଛନ୍ତି ସେହି ସବୁ କାରିଗର। ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।

 

Related News
satta king tw