Top Stories

Search here...

News

ବିଶ୍ୱର ବଡ ଆହ୍ୱାନର ସମାଧାନ ପାଇଁ ଭାରତ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ:  ଧର୍ମେନ୍ଦ୍ର ପ୍ରଧାନ  

Posted On - 3 minutes ago
Edited By Team BbsrReporters
LAST UPDATED Oct 22, 2021 12:31 PM

ସାନମ ଏସ୍ ୪- ବାର୍ଷିକ ଏସଡ଼ିଜି କନକ୍ଲେଭରେ କଣ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଢନ୍ତୁ ।  

 

BBSR Reporters

 

ନୂଆଦିଲ୍ଲୀ: ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦(ଏନଇପି)ର ପ୍ରଣୟନ ସହିତ ଭାରତ ବିଶ୍ୱର ବଡ ଆହ୍ୱାନର ସମାଧାନ ପାଇଁ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ ରହିଛି ବୋଲି ଗୁରୁବାର ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଏସ୍ ୪-ବାର୍ଷିକ ଏସଡ଼ିଜି (ସଷ୍ଟେନେବଲ ଡେଭଲପ୍ମେଂଟ୍ ଗୋଲ) କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ତର୍ଜାତୀୟ ବ୍ୟବସାୟ ସମାଧାନ କମ୍ପାନୀ ସାନମ ଦ୍ୱାରା ଆୟୋଜିତ ଏହି କନକ୍ଲେଭରେ ଶ୍ରୀ ପ୍ରଧାନ ଭାରତର ଶିକ୍ଷା ଦୃଶ୍ୟପଟ୍ଟରେ ଅଣାଯାଇଥିବା ପରିବର୍ତନ ଉପରେ ଅଭିଭାଷଣ ପ୍ରଦାନ କରିଛନ୍ତି ।

 

ସେହିପରି ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଭାରତର ଶିକ୍ଷା ନୀତିର ଶ୍ରେଣୀବଦ୍ଧତା ଏବଂ ବିଶ୍ୱ ଦୃଷ୍ଟିକୋଣ ଏବଂ ସମ୍ବେଦନଶୀଳତାର ସହିତ ଭାରତର ଯୁବକମାନଙ୍କ ପୋଷଣ କରିବା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦(ଏନଇପି)ର ପ୍ରଣୟନ ସହିତ ଭାଗିଦାରୀରେ ପ୍ରାଥମିକତା ଉପରେ କାର୍ଯ୍ୟ କରିବା ଏବଂ ବିଶ୍ୱର କିଛି ବଡ ଆହ୍ୱାନର ସମାଧାନ ପାଇଁ ଭାରତ ସମଗ୍ର ବିଶ୍ୱର ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ, ଏକାଡେମୀ ଏବଂ ଶିଳ୍ପ ସହିତ ନେଟୱାର୍କ ନିର୍ମାଣ ପାଇଁ ପୂର୍ବ ଅପେକ୍ଷା ଅଧିକ ପ୍ରସ୍ତୁତ ଅଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଭାରତରେ ଶିକ୍ଷା, ବିଶେଷ ଭାବରେ ଯୁବକ ମାନଙ୍କୁ ଶିକ୍ଷାଦାନ ଏବଂ ଦକ୍ଷତା କ୍ଷେତ୍ରରେ ସହଭାଗିତାରେ କାମ କରିବା ଉପରେ ମତବ୍ୟକ୍ତ କରିଥିଲେ । ଏସଡ଼ିଜି ଲକ୍ଷ୍ୟକୁ ହାସଲ କରିବା ପାଇଁ ଶିଳ୍ପ ସଂସ୍ଥା, ପଲିସି ମେକର, ଏକାଡେ଼ମୀ ଏବଂ ସମାଜ ମିଳିତ ଭାବେ କାମ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

ସୂଚନଯୋଗ୍ୟ, ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନ୍ୟ ଏକ ପୃଥକ ଆଲୋଚନାରେ ଶ୍ରୀ ପ୍ରଧାନ ସାମୁଦ୍ରିକ ପରିସଂସ୍ଥାନର ସୁରକ୍ଷା ଉପରେ ଭାରତରେ ଅବସ୍ଥାପିତ ନରୱେର ରାଷ୍ଟ୍ରଦୂତ ହାନ୍ସ ଜ୍ୟାକବ ଫ୍ରାଇଡେନଲୁଣ୍ଡଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ବ୍ୟକ୍ତିବିଶେଷମାନେ ହେଲେ ଗ୍ରୀନ ବେଲ୍ଟ ଏବଂ ରୋଡ଼ ଇନଷ୍ଟିଚ୍ୟୁଟର ସଭାପତି ଇରିକ୍ ସୋଲହେମ୍, ପାରଲି ଫର୍ ଦ ଓସେନ୍ସର ପ୍ରତିଷ୍ଠାତା ସିରିଲ ଗସଚ୍ , ଗ୍ଲୋବାଲ ଆଲାଏନ୍ସ ଫର ସଷ୍ଟେନେବଲ ପ୍ଲାନେଟର ମହାସଚିବ ସତ୍ୟ ଏସ. ତ୍ରିପାଠୀ । ସାମୁଦ୍ରିକ ପରିସଂସ୍ଥାନର ସୁରକ୍ଷା ଉପରେ ସେଚତନତା ସୃଷ୍ଟି କରିବା ସହ ନିମ୍ନ ସ୍ତରରେ ଥିବା ଲୋକଙ୍କୁ ସଶକ୍ତ କରିବା ସହ ସେମାନଙ୍କର ଉନ୍ନତ ଜୀବନଜୀବିକା ପାଇଁ ସ୍ୱତନ୍ତ୍ର ସାମାଜିକ- ଆର୍ଥôକ ବ୍ୟବସ୍ଥା କରିବା ଏବଂ ପ୍ଲାଷ୍ଟିକ ବର୍ଜ୍ୟ ଆଧାରିତ ଉଦ୍ୟୋଗୀକ ମଡେ଼ଲ ଉପରେ ଫଳପ୍ରଦ ଆଲୋଚନା ହୋଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
 

Related News
satta king tw