Top Stories

Search here...

News

ଆଲମାରି ଭିତରେ ଲକ୍ଷେ କି ୫ ଲକ୍ଷ ନୁହେଁ ୧୪୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

Posted On - 1 week ago
Edited By Team BbsrReporters
LAST UPDATED Oct 20, 2021 11:44 PM

ସମ୍ପ୍ରତି, ହେଟେରୋ ଫାର୍ମାସ୍ୟୁଟିକାଲ୍ ଗ୍ରୁପ୍ ଉପରେ ଆୟକର ବିଭାଗ ୬ ଟି ରାଜ୍ୟର ପ୍ରାୟ ୫୦ ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ (ହେଟେରୋ ଫାର୍ମା ଆଇଟି ରାଇଡ୍) କରିଥିଲା।

 

 

BBSR Reporters

 

 

ହାଇଦ୍ରାବାଦ:  ଗୋଟିଏ ଆଲମାରି ଭିତରେ ବିଡା ବିଡା ୫୦୦ ଟଙ୍କିଆ ନୋଟ ବଣ୍ଡଲ l  ଲକ୍ଷେ କି ୫ ଲକ୍ଷ ନୁହେଁ ୧୪୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଗୋଟିଏ ଆଲମାରି ଭିତରେ ରହିଛି। ଆୟକର ଚଢ଼ାଉ ବେଳେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଯିଏ ନାଇଁ ସିଏ ଆଶ୍ଚଯ୍ୟ ହେଇଯିବେ l ଏହି ଟଙ୍କା ଭର୍ତ୍ତି ଆଲମାରିର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଆୟକର ବିଭାଗ ୫୫୦ କୋଟି ଟଙ୍କାର ବେନାମି ସମ୍ପତିର ଖୁଲାସା କରିଥିବା ଦାବି କରିଛି।

 

 

ଅକ୍ଟୋବର ୬ ତାରିଖରେ ହାଇଦ୍ରାବାଦର ଏକ ପ୍ରମୁଖ ଔଷଧ କମ୍ପାନୀ ‘ହେଟେରୋ’ ଉପରେ ଆୟକର ବିଭାଗ ରେଡ୍‌ କରିଥିଲା। ଚଢ଼ାଉ ବେଳେ ଗୋଟିଏ ଆଲମାରି ଭିତରେ ବିଡା ବିଡା ଟଙ୍କା ଜବତ ହୋଇଥିଲା। ପାଖାପାଖି ୧୪୨ କୋଟିରୁ ଅଧିକ ଟଙ୍କା ଏହି ଆଲମାରି ଭତରୁ ଆୟକର ବିଭାଗ ଜବତ କରିଥିବା ସୂଚନା ମିଳିଛି। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି।

 

 

ସମ୍ପ୍ରତି, ହେଟେରୋ ଫାର୍ମାସ୍ୟୁଟିକାଲ୍ ଗ୍ରୁପ୍ ଉପରେ ଆୟକର ବିଭାଗ ୬ ଟି ରାଜ୍ୟର ପ୍ରାୟ ୫୦ ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ (ହେଟେରୋ ଫାର୍ମା ଆଇଟି ରାଇଡ୍) କରିଥିଲା। ଆୟକର ବିଭାଗ ମୁତାବକ, ନିକଟରେ ଉକ୍ତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବିଭିନ୍ନ ପ୍ରକାରର ଔଷଧ ଉତ୍ପାଦନ, ଫର୍ମୁଲେଶନର ତିଆରି ଆଦି ବ୍ୟବସାୟରେ ନିୟୋଜିତ ଅଛି। ଏହାର ଅଧିକାଂଶ ଉତ୍ପାଦ ଆମେରିକା ଏବଂ ଦୁବାଇ ଭଳି ଦେଶ ଏବଂ ଆଉ କିଛି କିଛି ଆଫ୍ରିକୀୟ ଏବଂ ୟୁରୋପୀୟ ଦେଶକୁ ରପ୍ତାନି ହୁଏ।

 

 

ହେଟେରୋ ଗ୍ରୁପ କୋଭିଡ-୧୯ ଚିକିତ୍ସା ପାଇଁ ରେମଡେସିଭିର୍ ଏବଂ ଫାଭିପିରାଭିର ଭଳି ବିଭିନ୍ନ ଔଷଧ ପାଇଁ ମଧ୍ୟ ଲାଇମ୍ ଲାଇଟକୁ ଆସିଥିଲା । ଭାରତ, ଚୀନ୍, ଋଷ, ଇଜିପ୍ଟ, ମେକ୍ସିକୋ ଏବଂ ଇରାନର ୨୫ରୁ ଅଧିକ ସ୍ଥାନରେ ଏହାର ଉତ୍ପାଦନ ସୁବିଧା ରହିଛି।

 

 

ଗତ ମାସରେ କମ୍ପାନୀ କହିଛି ଯେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବୟସ୍କମାନଙ୍କରେ କରୋନା ଚିକିତ୍ସା ପାଇଁ ଟୋକିଲିଜୁମାବର ବାୟୋସିମିଲାର ସଂସ୍କରଣ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରୁ ଜରୁରୀକାଳୀନ ବ୍ୟବହାର ଅନୁମୋଦନ ପାଇଛି। ସୂଚନାଯୋଗ୍ୟ ଯେ, ୭.୫୦୦ କୋଟି ଟଙ୍କାର ଏହି ଫାର୍ମା କମ୍ପାନୀ ସେହି ସଂସ୍ଥାଗୁଡିକ ମଧ୍ୟରୁ ଗୋଟିଏ ଯିଏକି ଭାରତରେ କରୋନା ଟିକା ସ୍ପୁଟନିକ-ଭି ଉତ୍ପାଦନ ପାଇଁ ଋଷର ପ୍ରତ୍ୟକ୍ଷ ନିବେଶ ପାଣ୍ଠି ସହ ଚୁକ୍ତି କରିଛି।

Related News
satta king tw