Top Stories

Search here...

News

ସ୍ଥାପନ ହେବ ୭ ମେଗା ଟେକ୍ସଟାଇଲ ପାର୍କ; ବିନିଯୋଗ ହେବ ୪,୪୪୫ କୋଟି

Posted On - 3 minutes ago
Edited By Team BbsrReporters
LAST UPDATED Oct 06, 2021 08:23 PM

ପିଏମ ମିତ୍ରା ଯୋଜନାରେ ଅର୍ନ୍ତଭୂକ୍ତ ଏହି ପ୍ରକଳ୍ପ ଦ୍ୱାରା ପ୍ରତ୍ୟକ୍ଷ ୭ ଲକ୍ଷ ଓ ପରୋକ୍ଷରେ ୧୪ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୁସ ଗୋଏଲ କହିଛନ୍ତି । 

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ ସ୍ଥାପନ ହେବ ୭ ମେଗା ଟେକ୍ସଟାଇଲ ପାର୍କ । ଏହାଦ୍ୱାରା ବହୁ ନିଯୁକ୍ତି ସୃଷ୍ଟି ହେବ । ପିଏମ ମିତ୍ର ଯୋଜନାରେ ଦେଶରେ ୭ଟି ମେଗା ଟେକ୍ସଟାଇଲ ପାର୍କ ସ୍ଥାପନ ହେବ । ଏଥିପାଇଁ ଆସନ୍ତା ୫ ବର୍ଷରେ ୪,୪୪୫ କୋଟି ଟଙ୍କା ବିନିଯୋଗ ହେବ । ଏନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଥିବା କେନ୍ଦ୍ର ମନ୍ତ୍ରୀ ପୀୟୁସ ଗୋଏଲ କହିଛନ୍ତି । 

 

୨୦୨୧-୨୨ ବଜେଟରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ ଏହାର କାର୍ଯ୍ୟକାରୀ ନେଇ କେନ୍ଦ୍ର ସରକାର ଏବେ ପଦକ୍ଷେପ ନେଇଛନ୍ତି । ଏହି ଯୋଜନାରେ ୫ ବର୍ଷ ମଧ୍ୟରେ ମୋଟ ୪,୪୪୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପାର୍କ ଗ୍ରୀନଫିଲ୍ଡ ଏବଂ ବ୍ରାଉନଫିଲ୍ଡ ସାଇଟରେ ସ୍ଥାପନ କରାଯିବ । ଏଥିପାଇଁ ରାଜ୍ୟ ସରକାର ୧୦୦୦ରୁ ଅଧିକ ଏକର ଜମି ଯୋଗାଇ ଦେବେ । ଯେଉଁଠି ଟେକ୍ଟଟାଇଲ ସମ୍ବନ୍ଧୀୟ ସମସ୍ତ ସୁବଧା ଥିବ । 


ପ୍ରତ୍ୟେକ ଗ୍ରୀନଫିଲଡ୍ ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଏବଂ ବ୍ରାଉନଫିଲ୍ଡ ପାର୍କ ପାଇଁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦେବେ । ଏହା ବ୍ୟତୀତ ଟେକ୍ସଟାଇଲ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ପିଏମ ପାର୍କକୁ ପ୍ରୋତ୍ସାହନ ରାଶି ଭାବରେ ୩୦୦ କୋଟି ଟଙ୍କା ପ୍ରଦାନ କରାଯିବ । 

 

ଏହି ପାର୍କରେ ଇନକ୍ୟୁବେସନ ସେଣ୍ଟର ଏବଂ ଖେଳ ପାଇଁ ସୁବିଧା ସହ ଶ୍ରମିକମାନଙ୍କ ହଷ୍ଟେଲ ଏବଂ ଗୃହ, ଲଜିଷ୍ଟିକ୍ ପାର୍କ, ଚିକିତ୍ସା ସୁବିଧା ଏବଂ ତାଲିମ ଏବଂ ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମି ତିଆରି ହେବ । ଏହି ପାର୍କଗୁଡିକରେ ଉତ୍ପାଦନ ପାଇଁ ୫୦ ପ୍ରତିଶତ, ୟୁଟିଲିଟି ପାଇଁ ୨୦ ପ୍ରତିଶତ ଏବଂ ବ୍ୟବସାୟିକ ବିକାଶ ପାଇଁ ୧୦ ପ୍ରତିଶତ କ୍ଷେତ୍ର ରହିବ । ବିଶେଷ କରି ବୁଣାକାରଙ୍କ ବ୍ୟବସାୟିକ ଲାଭ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ଏହି ପ୍ରକଳ୍ପ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ପିଏମ ମିତ୍ରା ଯୋଜନା ପ୍ରତ୍ୟକ୍ଷ ୭ ଲକ୍ଷ ଓ ପରୋକ୍ଷରେ ୧୪ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

 

ଏହି ଯୋଜନା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଛନ୍ତି । ଏନେଇ ୧୦ଟି ରାଜ୍ୟ ଆଗ୍ରହ ଦେଖାଇ ସାରିଛନ୍ତି ବୋଲି କେନ୍ଦ୍ର ବୟନ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି । ତାମିଲନାଡୁ, ପଞ୍ଜାବ, ଓଡିଶା, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ତାନ, ଆସାମ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଏହି ଯୋଜନାରେ ଆଗ୍ରହ ପ୍ରକାଶ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।


 

Related News
satta king tw