Top Stories

Search here...

News

 ଘରେ ବସିବ ପ୍ରିପେଡ୍ ସ୍ମାର୍ଟ ମିଟର; ସିମ୍ କାର୍ଡ ଜରିଆରେ ହେବ ବିଲ୍ ପେମେଣ୍ଟ

Posted On - 2 minutes ago
Edited By Team BbsrReporters
LAST UPDATED Oct 06, 2021 11:27 AM

ସ୍ୱୟଂସହାୟିକା ଗୋଷ୍ଠୀ ଆଦାୟ କରିବେ ବିଲ ଆଦାୟ କରିବେ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

 

BBSR Reporters

 

ଭୁବନେଶ୍ୱର : ବିଦୁ୍ୟତ୍ ବିଲ ସମସ୍ୟାର ସମାଧାନ ହେବ । ସିମ କାର୍ଡ ଭଳି ଏଣିକି ବିଦ୍ୟୁତ ପାଇଁ ଘରେ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର । ସିମ୍ କାର୍ଡ ଜରିଆରେ କରିବାକୁ ହେବ ବିଲ୍ ପେମେଣ୍ଟ । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

 

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଯେଉଁ ଗାଁକୁ ବିଦ୍ୟୁତ ଯୋଗାଣ ହୋଇନି ବା ଯେଉଁ ଘରକୁ ବିଦ୍ୟୁତ ସଂଯୋଗ କରାଯାଇନି, ସେସବୁକୁ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ସେ କହିଛନ୍ତି । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ନିଷ୍ପତ୍ତି ଅନୁସାରେ ଏଣିକି ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଦ୍ୟୁତ ବିଲ୍ ଆଦାୟ କରାଯିବ । ଏସ୍ଏଚ୍ଜି ମହିଳାମାନେ ଘରକୁ ଘର ବୁଲି ବିଦ୍ୟୁତ ବିଲ୍ ଆଦାୟ କରିବେ । ଜଣେ ଯେତିକି ଟଙ୍କା ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ । ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ୍ ଦେବାକୁ ପଡ଼ିବ ।

 

ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ୍ କମିଟି ବୈଠକରେ ଟାଟା ପାୱାର ଓ ଶକ୍ତି ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ । ଯେଉଁ ଅଞ୍ଚଳରେ ଠିକ୍ ଭାବେ ପାୱାର ସପ୍ଲାଏ ହୋଇପାରିନି, ସେଠି କେମିତି ପାୱାର ସପ୍ଲାଏ ହେବ । ଯେଉଁ ଘରକୁ ବିଜୁଳି ସଂଯୋଗ ହୋଇନି, ସେଠାକୁ ଯେପରି ତୁରନ୍ତ ବିଜୁଳି ଯୋଗାଇ ଦିଆଯିବ ବୈଠକରେ ତା’ ଉପରେ ଆଲୋଚନା ହୋଇଛି ।
 

Related News
satta king tw