Top Stories

Search here...

News

ହଟିଲା କୋଭିଡ କଟକଣା;  ସମସ୍ତ ଘରୋଇ ବିମାନ କ୍ଷମତା ଅନୁଯାୟୀ ଯାତ୍ରୀଙ୍କୁ ନେଇପାରିବେ

Posted On - 1 week ago
Edited By Team BbsrReporters
LAST UPDATED Oct 22, 2021 03:22 AM

କୋଭିଡ୍ ସଂକ୍ରମଣ ଯୋଗୁ ଘରୋଇ ବିମାନ ପାଇଁ ୮୫ ପ୍ରତିଶତ କଟକଣା ଲାଗୁ ହୋଇଥିଲା ।

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମୁଥିବାରୁ  ବିମାନରେ ଯାତ୍ରୀ ଚଳାଚଳକୁ ନେଇ ଥିବା କଟକଣାକୁ ହଟାଇ ଦେଇଛି ମନ୍ତ୍ରଣାଳୟ । ଅକ୍ଟୋବର ୧୮ରୁ ସମସ୍ତ ଘରୋଇ ବିମାନ ନିଜର କ୍ଷମତା ଅନୁଯାୟୀ ଯାତ୍ରୀଙ୍କୁ ନେଇପାରିବେ । କୋଭିଡ୍ ସଂକ୍ରମଣ ଯୋଗୁ ଘରୋଇ ବିମାନ ପାଇଁ ୮୫ ପ୍ରତିଶତ କଟକଣା ଲାଗୁ ହୋଇଥିଲା ।

 

ଘରୋଇ ବିମାନ ଗୁଡ଼ିକ ସେମାନଙ୍କ କ୍ଷମତା ଅନୁଯାୟୀ ଯାତ୍ରୀ ନେଇପାରିବେ ବୋଲି କୁହାଯାଇଛି । ତେବେ କୋଭିଡ୍ ଗାଇଡଲଲାଇନକୁ ମାନିବାକୁ ବିମାନ ଅପରେଟରମାନଙ୍କୁ କୁହାଯାଇଛି । ବିଶେଷ କରି ଜୁଲାଇ ୫ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଏହି କେପାସିଟି ୬୫ ପ୍ରତିଶତ ଥିଲା । ଜୁନ୍ ୧ରୁ ଜୁଲାଇ ୫ମଧ୍ୟରେ ଏହି କେପାସିଟି ୫୦ ପ୍ରତିଶତ ଥିଲା । ଡିସେମ୍ବର ୨୦୨୦ରୁ ଏହି କ୍ଷମତାକୁ ଧିରେ ଧିରେ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ।
 

Related News
satta king tw