Top Stories

Search here...

News

ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି

Posted On - 1 minute ago
Edited By Team BbsrReporters
LAST UPDATED Oct 17, 2021 12:19 PM

ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୭୭ ପଇସାରେ ପହଞ୍ଚିଛି l ଡିଜେଲ ମଧ୍ୟ ଲିଟର ପିଛା ୧୦୨ ଟଙ୍କା ୫୨ ପଇସାକୁ ବୃଦ୍ଧି ହୋଇଛି।

 

 

BBSR Reporters

 

 

ନୂଆଦିଲ୍ଲୀ: ଆଜି ପୁଣି ତୈଳ ଦାମ୍‌ ବଢ଼ିଛି। ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି। କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ଉପର ମୁହାଁ ହୋଇ ଚାଲିଛି।

 

 

ଏହି ତୈଳ ଦାମ୍‌ ବଢ଼ିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୮୪ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୯୪ ଟଙ୍କା ୫୭ ପଇସା ପ୍ରତି ଲିଟର ହୋଇଛି।

ସେପଟେ ମୁମ୍ବାଇରେ ତୈଳ ଦର ରେକର୍ଡ ଭାଙ୍ଗିଛି। ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୭୭ ପଇସାରେ ପହଞ୍ଚିଛି। ଡିଜେଲ ମଧ୍ୟ ଲିଟର ପିଛା ୧୦୨ ଟଙ୍କା ୫୨ ପଇସାକୁ ବୃଦ୍ଧି ହୋଇଛି। ପୂର୍ବରୁ କେବେ ହେଲେ ତୈଳଦର ଏପରି ରେକର୍ଡ ସ୍ତରରେ ପହଞ୍ଚି ନଥିଲା।

 

 

ଅନ୍ୟପଟେ କୋଲକାତାରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୪୩ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୯୭ ଟଙ୍କା ୬୮ ପଇସାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୦୧ ପଇସା ଥିବା ବେଳେ ଡିଜେଲ ଲିଟର ୯୮ ଟଙ୍କା ୯୨ ପଇସାକୁ ବଢ଼ିଛି।

 

 

କ୍ରମାଗତ ଚତୁର୍ଥ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ୩୫ ପଇସା ଲେଖାଏ ବଢ଼ିଛି। ଚଳିତ ମାସରେ କେବଳ ୧୨ ଓ ୧୩ ତାରିଖକୁ ଛାଡ଼ି ଦେଲେ ବାକି ସବୁ ଦିନ ତୈଳଦର ମହଙ୍ଗା ହୋଇଛି।

Related News
satta king tw