Top Stories

Search here...

News

୬୮ ବର୍ଷ ପରେ ଏୟାର ଇଣ୍ଡିଆକୁ  ୧୮ ହଜାର କୋଟିରେ କିଣିଲା ଟାଟା ସନ୍ସ

Posted On - 1 week ago
Edited By Prabir Kumar
LAST UPDATED Oct 22, 2021 03:45 AM

ଟାଟା ସନ୍ସ ଏୟାର ଇଣ୍ଡିଆକୁ କିଣିବା ପରେ ରତନ ଟାଟା ଟ୍ୱିଟ କରି ଏୟାର ଇଣ୍ଡିଆକୁ ଘର ବାହୁଡ଼ା ପାଇଁ ସ୍ୱାଗତ କରିଛନ୍ତି ।

 

BBSR Reporters


ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିବା ତାହା ହେଲୋ ।  ସରକାରୀ ବିମାନ ସେବା ପ୍ରଦାନ କରି ସଂସ୍ଥା ଏୟାର ଇଣ୍ଡିଆକୁ ଦୀର୍ଘ ୬୮ ବର୍ଷ ପରେ କଣିଲା ଟାଟା ସନ୍ସ  । ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହାପରେ ନିଲାମ ଡକା ଯାଇଥିଲା । ଟାଟା ସନ୍ସ ୧୮ ହଜାର କୋଟି ଟଙ୍କାର ନିଲାମ ଡାକି ଏୟାର ଇଣ୍ଡିଆକୁ ନିଜ ହାତକୁ ନେଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଏକଥା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ ଘୋଷଣା କରିଛନ୍ତି । 


ଶ୍ରୀ ପାଣ୍ଡେ କହିଛନ୍ତି, ୨୦୨୧ ଅଗଷ୍ଟ ୩୧ ସୁଦ୍ଧା ଏୟାର ଇଣ୍ଡିଆ ଉପରେ ୬୧,୫୬୨ କୋଟି ଟଙ୍କାର ଋଣ ରହିଥିଲା । ଏହାର ୧୫,୩୦୦ କୋଟି ଟଙ୍କା ବିଡର ପ୍ରଦାନ କରିବେ । ତେଣୁ ବାକି ୪୬,୨୬୨ କୋଟି ଟଙ୍କାର ଋଣ ଏୟାର ଇଣ୍ଡିଆ ଆସେଟ୍ସ ହୋଲ୍ଡିଂ ଲିଃ(ଏଆଇଏଏଚଏଲ)କୁ ଟ୍ରାନ୍ସଫର କରାଯିବ । ଏଆଇଏଏଚ୍ଏଲ ହେଉଛି ସରକାରଙ୍କ ଦ୍ୱାରା ଗଠିତ ଏସିଭି । ଏହା ଅର୍ଥନୀତି ବ୍ୟାପର ସମ୍ପର୍କରେ ତଦାରଖ କରିଥାଏ । ତେବେ ଡିସେମ୍ବର ସୁଦ୍ଧା ଏୟାର ଇଣ୍ଡିଆର ସମସ୍ତ ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି ।


ଟାଟା ସନ୍ସ ଏୟାର, ଏୟାର ଇଣ୍ଡିଆ ସାଟ୍ସ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୫୦% ଶେୟାର ହାସଲ କରିଛି । ଏୟାର ଇଣ୍ଡିଆ ବିକ୍ରି କରି ସରକାର ୨,୭୦୦ କୋଟି ଟଙ୍କା ପାଇବେ । ବାକି ସବୁ ସରକାରଙ୍କ ଋଣ ଯାହାକୁ ଏୟାର ଇଣ୍ଡିଆ ଟେକ ଓଭର କରିବ । ଟାଟା ସନ୍ସ ଏୟାର ଇଣ୍ଡିଆକୁ କିଣିବା ପରେ ରତନ ଟାଟା ଟ୍ୱିଟ କରି ଏୟାର ଇଣ୍ଡିଆକୁ ଘର ବାହୁଡ଼ା ପାଇଁ ସ୍ୱାଗତ କରିଛନ୍ତି ।


ପୂର୍ବରୁ ଅକ୍ଟୋବର ୧ରେ ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ କେନ୍ଦ୍ର ସରକାର ଯେଉଁ ନିଲାମ ଡାକିଥିଲେ, ସେଥିରେ ଟାଟା ଗ୍ରୁପ୍ ବାଜିମାତ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ହେଲେ ଏହାକୁ କେନ୍ଦ୍ର ସରକାର ଭୁଲ ବୋଲି କହିବା ନିଲାମ ପ୍ରକ୍ରିୟାକୁ ଯାଞ୍ଚ କରାଯାଉଛି ଓ ଏଯାଏ ବିଡ୍ ବିଜେତାଙ୍କ ଉପରେ କୌଣସି ପ୍ରକାରର ନିଷ୍ପତ୍ତି ହୋଇନି ବୋଲି କହିଥିଲେ । ଏବେ ଟାଟା ସନ୍ସ ହିଁ ଏୟାର ଇଣ୍ଡିଆର ପରିଚାଳନା ଦାୟିତ୍ୱ ସମ୍ପାଦନ କରିବ ।

 

ସୂଚନାଯୋଗ୍ୟ, ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା । ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ଜେଆରଡି ଟାଟା ନିଜେ ଜଣେ ଦକ୍ଷ ପାଇଲଟ ଥିବା ବେଳେ ସେ ଏହାର ଆରମ୍ଭ କରିଥିଲେ । ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା । ଏବେ ପ୍ରାୟ ୬୮ ବର୍ଷ ପରେ ଟାଟା ପୁଣି ଏୟାର ଇଣ୍ଡିଆର ମାଲିକାନା ହାସଲ କରିଛି ।

 

କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ଘରୋଇକରଣ କରିବାକୁ ଦୀର୍ଘ ବର୍ଷ ହେବ ଚେଷ୍ଟା ଚଳାଇଥିଲେ । ୨୦୧୮ ମସିହାରେ କେନ୍ଦ୍ର ସରକାର ଏହି ସଂସ୍ଥାର ୭୬ ପ୍ରତିଶତ ବିକ୍ରି କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ସେତେବେଳେ ଏହାକୁ କିଣିବାକୁ କେହି ଆଗ୍ରହ ପ୍ରକାଶ କରି ନ ଥିଲେ । ଏୟାର ଇଣ୍ଡିଆ ଏୟାର ଲାଇନ୍ସ ଉପରେ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୬୦,୦୭୪ କୋଟି ବାକି ପଡ଼ିଥିଲା । ନୂଆ କ୍ରେତାଙ୍କୁ ୨୩,୨୮୬.୫ କୋଟିର କରଜ ବୋଝ ମୁଣ୍ଡାଇବାକୁ ପଡ଼ିବ । ଅବଶିଷ୍ଟ କରଜକୁ ଏୟାର ଇଣ୍ଡିଆ ଆସେଟ ହୋଲଡିଂ ଲିମିଟେଡକୁ ଟ୍ରାନ୍ସଫର କରି ଦିଆଯିବ ।
 

Related News
satta king tw