Top Stories

Search here...

News

ନିୟନ୍ତ୍ରଣ ବାହାରେ ତେଲ ଦର; ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ୍

Posted On - 1 week ago
Edited By Team BbsrReporters
LAST UPDATED Oct 20, 2021 04:56 PM

ଆଜି ସକାଳୁ ପେଟ୍ରୋଲ ଲିଟର ପ୍ରତି ୩୦ ପଇସା ଏବଂ ଡେଜେଲ ଲିଟର ପ୍ରତି ୩୫ ପଇସା ମହଙ୍ଗା ହୋଇଛି ।

 

BBSR Reporters


ନୂଆଦିଲ୍ଲୀ: ତୈଳ ଦର କମିବାରେ ନାଁ ଧରୁନି  । ଆଜି ପୁଣି କ୍ରମାଗତ ଷଷ୍ଠ ଦିନ ପାଇଁ ବଢ଼ିଛି ତୈଳଦର । ଆଜି ସକାଳୁ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୩୦ ପଇସା ଏବଂ ଡେଜେଲ ଲିଟର ପ୍ରତି ୩୫ ପଇସା ମହଙ୍ଗା ହୋଇଛି । ଏବେ  ସେଠାରେ ପେଟ୍ରୋଲ ଲିଟର ପିଛା ୧୦୩.୮୪ ଟଙ୍କାରୁ ବଢ଼ି ୧୦୪.୧୪ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ମଧ୍ୟ ଲିଟର ପିଛା ୯୨.୮୨ଟଙ୍କାକୁ ବୃଦ୍ଧି ପାଇଛି ।


ବର୍ଦ୍ଧିତ ଦର ଲାଗୁ ହେବା ପରେ ଚାରୋଟି ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ସବୁଠୁ ମହଙ୍ଗା ହୋଇଛି ତୈଳଦର । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ଟପିଛି । ଏଠାରେ ପେଟ୍ରୋଲ ଲିଟର ପିଛା ୧୦୯.୮୩ ଟଙ୍କାରୁ ୧୧୦.୧୨ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ମଧ୍ୟ ୧୦୦.୬୬ ଟଙ୍କା ପ୍ରତି ଲିଟର ହୋଇଛି ।

 

ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୮୦ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୫ ଟଙ୍କା ୯୩ ଟଙ୍କାକୁ ବଢ଼ିଛି । ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୧ ଟଙ୍କା ୫୩ ପଇସାକୁ ବୃଦ୍ଧି ପାଇଛି । ଡିଜେଲ ୯୭ଟଙ୍କା ୨୬ ପଇସା ପ୍ରତି ଲିଟର ରହିଛି ।

 

ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡୁଛି । କେବଳ ଭାରତରେ ନୁହେଁ ବିଶ୍ୱ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଛି । ତେବେ ଏବେ ତେଳ ଦର ଉପରୁ ଟିକସ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁନଥିବା ଜଣାପଡିଛି । ଆଗାମୀ ଦିନରେ ଏହି ଆହୁରୀ ବଢିବାର ଆଶଙ୍କା ରହିଛି । 
 

Related News
satta king tw