Top Stories

Search here...

News

୨୦୨୨ ଏପ୍ରିଲ-ମେ’ ମାସରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ ପ୍ରକିୟା କରାଯିବ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Posted On - 4 minutes ago
Edited By Team BbsrReporters
LAST UPDATED Nov 11, 2021 05:48 PM

ସେ କହିଛନ୍ତି, ଟେଲିକମ କ୍ଷେତ୍ରରେ ସଂସ୍କାର ପାଇଁ ଭାରତ ସରକାର ସେପ୍ଟେମ୍ବର ମାସରେ ପ୍ରଥମ ପଦକ୍ଷେପ ନେଇଥିଲେ। ଆଗକୁ ସରକାର ଆହୁରି ଅନେକ କିଛି ସଂସ୍କାର ସମ୍ପର୍କିତ ଯୋଜନା ଆଣିବେ।

 

 

BBSR Reporters

 

 

ନୂଆଦିଲ୍ଲୀ: ୨୦୨୨ ଏପ୍ରିଲ-ମେ’ ମାସରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ ପ୍ରକିୟା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟେଲିକମ କ୍ଷେତ୍ରରେ ସଂସ୍କାର ପାଇଁ ଭାରତ ସରକାର ସେପ୍ଟେମ୍ବର ମାସରେ ପ୍ରଥମ ପଦକ୍ଷେପ ନେଇଥିଲେ। ଆଗକୁ ସରକାର ଆହୁରି ଅନେକ କିଛି ସଂସ୍କାର ସମ୍ପର୍କିତ ଯୋଜନା ଆଣିବେ।

 

 

 

ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ଟେଲିକମ ରେଗୁଲେଟୋରି ଷ୍ଟ୍ରକଚରରେ ପରିବର୍ତ୍ତନ ଆସିବ। ଭାରତୀୟ ଟେଲିକମ ସେକ୍ଟର ରେଗୁଲେସନକୁ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ କରାଯାଉଛି। ଏଥିପାଇଁ କିଛି ସଂସ୍କାରମୂଳକ ପଦକ୍ଷେପ ନିଆ ଯାଇଛି। ଆଗକୁ ମଧ୍ୟ ଅନେକ ଯୋଜନା ପ୍ରସ୍ତୁତ କରାଯିବ। ଭାରତରେ ଲୋକମାନଙ୍କୁ ବିଶ୍ୱସ୍ତରୀୟ ଟେଲିକମ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

 

 

 

୫ଜି ନେଟୱର୍କ ଆରମ୍ଭ ହେବା ସମ୍ପର୍କରେ ମଧ୍ୟ ଶ୍ରୀ ବୈଷ୍ଣବ ମତ ରଖିଛନ୍ତି। ସେ କହିଛନ୍ତି, ୫ଜି ସ୍ପେକ୍ଟ୍ରମ ନିଲାମ ଉପରେ ବର୍ତ୍ତମାନ ଟ୍ରାଇ ବିଭିନ୍ନ ବିଚାରବିମର୍ଶ କରୁଛି। କାରଣ ଟ୍ରାଇ ହିଁ ନିଲାମ ବ୍ୟବସ୍ଥାକୁ ଦେଖାଶୁଣା କରେ। ମୁଁ ଭାବୁଛି ସେମାନେ ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ରିପୋର୍ଟ ଦେବେ। ଅତି ବେଶୀରେ ରିପୋର୍ଟ ମାର୍ଚ୍ଚ ସୁଦ୍ଧା ଆସିଯିବ। ଏହାପରେ ହିଁ  ନିଲାମ ପ୍ରକ୍ରିୟା ଆରମ୍ଭ କରିବୁ l  ଆଗାମୀ ସ୍ପେକ୍ଟ୍ରମ ନିଲାମ କେବେ ହେବ, ତା’ର ନିର୍ଦ୍ଦିଷ୍ଟ ତାରିଖ କହିବା କଷ୍ଟକର। ଟ୍ରାଇର ରିପୋର୍ଟ ଉପରେ ସବୁ କିଛି ନିର୍ଭର କରୁଛି। କିନ୍ତୁ ଆମେ ଏପ୍ରିଲ-ମେ’ ମାସରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ ଡାକିବୁ ବୋଲି ଯୋଜନା କରିଛୁ ବୋଲି ସେ କହିଛନ୍ତି।

Related News
satta king tw