Top Stories

Search here...

News

ପେଟ୍ରୋଲ ଡିଜେଲ ପରେ ଶସ୍ତା ହେଲା ଖାଇବା ତେଲ

Posted On - 2 months ago
Edited By Team BbsrReporters
LAST UPDATED Jan 14, 2022 03:22 AM

ପାମ୍ ତେଲ, ସୋୟାବିନ୍ ଓ ସୂର୍ଯ୍ୟମୁଖୀର ଦର କମ୍ ହୋଇଛି ।

 

BBSR Reporters

 

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ପରେ ଶସ୍ତା ହେଲା ଖାଇବା ତେଲ । ପାମ୍ ତେଲ, ସୋୟାବିନ୍ ଓ ସୂର୍ଯ୍ୟମୁଖୀର ଦର କମ୍ ହୋଇଛି । ପାମ୍ ତେଲ ଉପରେ କୃଷି ସେସ୍ ୨୦ ପ୍ରତିଶତରୁ କମାଇ ୭.୫ ପ୍ରତିଶତ କରିଛନ୍ତି କେନ୍ଦ୍ର ସରକାର  । ସେହିପରି ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଉପରେ ୫ ପ୍ରତିଶତକୁ କମିଛି କୃଷି ସେସ୍  । କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ଯୋଗାଣ ମନ୍ତ୍ରାଳୟ ଏହା ଘୋଷଣା କରିଛି  । ଏହି ଘୋଷଣା ପରେ ଖାଇବା ତେଲର ଦାମ ଲିଟର ପିଛା ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ କମିଛି  ।

 


ବିଭିନ୍ନ ଜାଗାରେ ଅଲଗା ହାରରେ ଏହି ମୂଲ୍ୟ ହ୍ରାସ ଘଟିଛି  । ଦିଲ୍ଲୀରେ ପାମ୍ ତେଲ ଲିଟର ପିଛା ୬ ଟଙ୍କା, ବାଦାମ ତେଲ ୭ଟଙ୍କା, ସୋୟାବିନ ତେଲ ଲିଟର ପିଛା ୫ଟଙ୍କା, ସୂର୍ଯ୍ୟମୁଖୀ ତେଲ ୧୦ଟଙ୍କା କମିଛି  । ତେବେ ଅନ୍ୟ କେତେ ଜାଗାରେ ଏହି ଦର ୨୦ ଟଙ୍କା ପର୍ଯ୍ୟନ୍ତ କମିଛି  । ଉତର ପ୍ରଦେଶର ଆଲିଗଡ଼ରେ ପାମ ତେଲ ଲିଟର ପିଛା ୧୮ ଟଙ୍କା କମିଛି  । ସେହିପରି ମେଘାଳୟର ଜୱାଇରେ ସୂର୍ଯ୍ୟମୁଖୀ ତେଲ ଦର ଲିଟର ପ୍ରତି ୨୦ ଟଙ୍କା ପର୍ଯ୍ୟନ୍ତ କମିଛି  । 

 

 ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣକୁ ଆଣିବାକୁ ଆମଦାନୀ ଶୁଳ୍କକୁ ସନ୍ତୁଳିତ ସ୍ତରକୁ ଆଣିଛି  । ବିଭିନ୍ନ ଖାଇବା ତେଲ କମ୍ପାନୀ ମଧ୍ୟ ହୋଲସେଲ ଦର ଲିଟର ପିଛା ୪ରୁ ୭ଟଙ୍କା କମାଇଛନ୍ତି । କେନ୍ଦ୍ର ସରକାରଙ୍କ ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି ଯେ, ସେ ଖାଇବା ତେଲ କମ୍ପାନୀମାନଙ୍କ ସହ କଥା ହୋଇଛନ୍ତି ଓ ଏବଂ କମ୍ପାନୀମାନଙ୍କୁ ଦର କମାଇବାକୁ ନିଦେ୍ର୍ଧଶ ଦିଆଯାଇଛି  । ସୋରିଷ ତେଲର ଦର ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ, ଏହାର ଦର କମିନାହିଁ, ହେଲେ ଖୁବ ଶୀଘ୍ର କମିବ ବୋଲି ସେ ସଙ୍କେତ ଦେଇଛନ୍ତି ।
 

Related News
satta king tw