Top Stories

Search here...

News

୧୦ ଦିନରେ କମିବ ପେଟ୍ରୋଲ-ଡିଜେଲ ଦର; କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି

Posted On - 1 month ago
Edited By Team BbsrReporters
LAST UPDATED Jan 19, 2022 06:23 AM

ଭାରତ ସରକାର ଜରୁରୀକାଳୀନ ଭଣ୍ଡାରରୁ ୫୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ବାହାର କରିବେ ବୋଲି ଜଣାପଡ଼ିଛି ।

 

BBSR Reporters

 

ନୂଆଦିଲ୍ଲୀ: ୧୦ଦିନ ମଧ୍ୟରେ କମିପାରେ ପେଟ୍ରୋଲ-ଡିଜେଲ ଦର । ପେଟ୍ରୋଲ-ଡିଜେଲ ଏବଂ ଅନ୍ୟାନ୍ୟ ଇନ୍ଧନର ମୂଲ୍ୟକୁ କମ କରିବା ପାଇଁ ଭାରତ, ଜାପାନ ଏବଂ ଆମେରିକା ସହିତ ମିଶି ଏକ ନିଆରା ରାସ୍ତା ଆପଣାଇବାକୁ ପ୍ରସ୍ତୁତ ହୋଇଛି । ଭାରତ ସରକାର ଜରୁରୀକାଳୀନ ଭଣ୍ଡାରରୁ ୫୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ବାହାର କରିବେ ବୋଲି ଜଣାପଡ଼ିଛି । 

 

ଭାରତ, ଜାପାନ ଏବଂ ଆମେରିକା ଜରୁରୀକାଳୀନ ଭଣ୍ଡାରରୁ ଅଶୋଧିତ ତୈଳ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।  ସୂଚନା ଅନୁଯାୟୀ, ୭ ରୁ ୧୦ଦିନ ମଧ୍ୟରେ ୫୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ବାହାର କରାଯାଇପାରେ ବୋଲି ଆଶା କରାଯାଉଛି । ଏହି ପ୍ରସଙ୍ଗରେ ସରକାର ଖୁବ ଶୀଘ୍ର ଘୋଷଣା କରିବେ ବୋଲି ଜଣାପଡ଼ିଛି ।

 


ଭାରତ ନିକଟ ପୂର୍ବ ଏବଂ ପଶ୍ଚିମ ଉପକୂଳରେ ତିନୋଟି ସ୍ଥାନରେ ନିର୍ମିତ ଭୂତଳ ଗୁମ୍ଫାରେ ୩.୮କୋଟି ବ୍ୟାରେଲ ଅଶୋଧିତ ତୈଳକୁ ଗଚ୍ଛିତ କରି ରଖାଯାଇଛି । ସେଥିରୁ ପ୍ରାୟ ୫୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ବାହାର କରାଯିବ । ଏହା ପରେ ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋ-କେମିକାଲ୍ସ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପ ଲିମିଟେଡ୍ (ଏଚପିସିଏଲ) ମାଧ୍ୟମରେ ଏହି ତୈଳ ବିକ୍ରି ଆରମ୍ଭ ହେବ । ଏହି ଅଶୋଧିତ ତୈଳ ଆସିବା ଦ୍ୱାରା ବଜାରରେ ପେଟ୍ରୋଲ-ଡିଜେଲ ଦାମ କମିବ ବୋଲି ଆଶା କରାଯାଉଛି ।
 

Related News
satta king tw