Top Stories

Search here...

News

୨୨ ଜିଲ୍ଲାରେ ନିର୍ମାଣ ହେବ ୫୫ ବସଷ୍ଟାଣ୍ଡ; ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ 

Posted On - 5 months ago
Edited By Team BbsrReporters
LAST UPDATED May 24, 2022 11:23 PM

କଟକ, ଗଜପତି, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଂଜରେ ସର୍ବନିମ୍ନ ଗୋଟିଏ ଲେଖାଏଁ ବସଷ୍ଟାଣ୍ଡ ନିର୍ମାଣ ହେବ ।

 

BBSR Reporters


ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ  ଉନ୍ନତି ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଗାଁ ଓ  ସହରକୁ ଯୋଡିବାକୁ ସହଜ, ସୁବିଧା ଓ ସୁରକ୍ଷିତ ଭାବରେ ଯାତାୟତ କରିବା ପାଇଁ ସରକାର ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୨୨ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୫ଟି ବ୍ଲକ୍ ସ୍ତରୀୟ ବସ୍ଷ୍ଟାଣ୍ଡର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । 

 

କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୯ଟି ବ୍ଲକ ସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ ହେବ । କଟକ, ଗଜପତି, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଂଜରେ ସର୍ବନିମ୍ନ ଗୋଟିଏ ଲେଖାଏଁ ବସ୍ଷ୍ଟାଣ୍ଡ ନିର୍ମାଣ ହେବ ।

 

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଅନୁଗୁଳ ଜିଲ୍ଲାର ଭୀମକନ୍ଦା, ପାଳଲହଡ଼ା, ବାଲେଶ୍ୱର ଜିଲ୍ଲାର ରିଆ, ମଥାନି, କାଚୁଆପଡ଼ା, ଦେହୁଡା, ଭଦ୍ରକ ଜିଲ୍ଲାର ଦକ୍ଷିଣ ଧାମରା, ବାସୁଦେବପୁର, ବଲାଙ୍ଗୀର ଜିଲ୍ଲାର ଲୋଇସିଂହା, ବଙ୍ଗୋମୁଣ୍ଡା, ବୌଦ୍ଧ ଜିଲ୍ଲାର ପୁରୁଣାକଟକ, କଣ୍ଟାମାଳ, କଟକ ଜିଲ୍ଲାର କୁନେଇପଡ଼ା, ଢେଙ୍କାନାଳ ଜିଲ୍ଲାର ନିଜିଗ୍ରହ, ଢେଙ୍କାନାଳ ସହର, ଗଜପତି ଜିଲ୍ଲାର ଆର୍.ଉଦୟଗିରି, ନୂଆଗଡ଼, ଗୁମ୍ମା, ଝାରସୁଗୁଡ଼ାର କୋଲାବିରା, କଳାହାଣ୍ଡିର ଧରମଗଡ଼, ଜୁନାଗଡ଼, କନ୍ଧମାଳର ତିପାରିଗାଁ, କେନ୍ଦ୍ରାପଡ଼ାର ନଦୀଆବରେଇ, ମାର୍ଶାଘାଇ, ନିଆଳ, ବାଘବୁଡ଼ା ଓ ସାନବେଡ଼ା (ଗୋପାଳପୁର)ରେ ବସ୍ଷ୍ଟାଣ୍ଡ ହେବ ।

 

ସେହିପରି କେନ୍ଦୁଝର ଜିଲ୍ଲାର ଖପରାଖାଇ, ଆନନ୍ଦପୁର, ଉପରଡିହ, ହିରଚନ୍ଦନପୁର, ସାହରପୁର, ଗୋରଣ୍ଡିଯୋଡ଼ି, ସଢୁଆପଡ଼ା, କାଲିକୁଦର, ଝୁମ୍ପୁରା, କୋରାପୁଟର କାକି, କୋଟପାଡ଼, ମୟୂରଭଂଜର ବେତନଟୀ, ନବରଂଗପୁରର ଦାଙ୍ଗିରିଗୋଡ଼, କୋଡ଼ିଙ୍ଗା, ନୟାଗଡ଼ର ରଣପୁରଘା, ଖଣ୍ଡପଡ଼ା, ପାତଣ୍ଡା, ନୂଆପଡ଼ା ଜିଲ୍ଲାର ରାଜପୁରା, ପୁରୀର ବଲରା, ଗୋପ, ରାୟଗଡ଼ାର କୋଲନରା, ଟିକରପଡ଼ା, ସମ୍ବଲପୁର ଜିଲ୍ଲାର ଯୁଯୁମୁରା, ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସହର, ଝାରକୁମୁଡ଼ା (ବୀରମହାରାଜପୁର), ବିନିକା ଓ ଉଲୁଣ୍ଡାରେ ବସ୍ଷ୍ଟାଣ୍ଡ ହେବ । 

Related News
satta king tw