Top Stories

Search here...

News

ଢିଙ୍କିଆରେ ପୋଲିସର ଲାଠିମାଡ଼; ବହୁ ଲୋକ ଆହତ, ଗିରଫ ଭୟରେ ଗାଁ ଛାଡିଲେ ପୁରୁଷ

Posted On - 4 days ago
Edited By Prabir Kumar
LAST UPDATED Jan 19, 2022 02:06 AM

ପାନବରଜକୁ ଗ୍ରାମବାସୀ ଯିବା ବେଳେ ପୋଲିସ ସହିତ ଉତେଜନା ଦେଖାଦେଇଥିଲା । ପୋଲିସ ଉପରକୁ ଗ୍ରାମବାସୀ ପରିଶ୍ରା, ବାଲି ପକାଇବାରୁ ପୋଲିସ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା । 

 

BBSR Reporters


ଢିଙ୍କିଆ: ଢିଙ୍କିଆରେ ପୋଲିସର ଲାଠିମାଡ଼ । ପାନବରଜକୁ ଗ୍ରାମବାସୀ ଯିବା ବେଳେ ପୋଲିସ ସହିତ ଉତେଜନା ଦେଖାଦେଇଥିଲା । ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଗ୍ରାମବାସୀ  । ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା । ମହିଳାମାନେ ଉଲଗ୍ନ ପ୍ରତିବାଦ କରିଥିଲେ । ଏହାପରେ ପୋଲିସ ଆନେ୍ଦାଳନକାରୀଙ୍କ ଉପରକୁ ଲାଠିମାଡ଼ କରିଥିଲା । ଏଥିରେ କିଛି ଗ୍ରାମବାସୀ ଆହତ ହୋଇଥିବା ସୂଚନା ମିଳିଛି ।

 

ଆଜି ଗ୍ରାମବାସୀମାନେ ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଅଟକାଇଥିଲା ପୋଲିସ । ପ୍ରଶାସନ ପକ୍ଷରୁ ଗାଁର ଚାରିପଟେ ମୁତୟନ ହୋଇଥିବା ପୋଲିସ ନିକଟରେ ଲୋକ ମାଡ଼ି ଆସିବାରୁ ଉତେଜନ ପ୍ରକାଶ ପାଇଥିଲା । ଜେ.ଏସ.ଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ପ୍ରଶାସନ ପାନବରଜ ଭାଙ୍ଗୁଥିବା ଅଭିଯୋଗ କରିଛନ୍ତି ଚାଷୀ । ଏନେଇ ଛୋଟ ଛୋଟ ପିଲାଙ୍କୁ ଧରି ଶତାଧିକ ଗ୍ରାମବାସୀ ପ୍ରକଳ୍ପ ନିକଟକୁ ଯାଉଥିଲେ ।

 

ଏହି ସମୟରେ ପୋଲିସ ଅଟକାଇବାରୁ ଉତେଜନା ସୃଷ୍ଟି ହୋଇଥିଲା । କିଛି ମହିଳା ସାଢି ଖୋଲି ପକାଇଥିଲେ । ପୋଲିସ ଉପରକୁ ଗ୍ରାମବାସୀ ପରିଶ୍ରା, ବାଲି ପକାଇବାରୁ ପୋଲିସ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା ବୋଲି ଜଗତସିଂହପୁର ଡିସିପି ଅଖିଳେଶ୍ୱର ସିଂ କହିଛନ୍ତିି ।


ଜଗତସିଂହପୁର ଜିଲ୍ଲା ଅତିରିକ୍ତ ଏସ୍‌ପି ଉମେଶ ପଣ୍ଡା କହିଛନ୍ତି, ଆଜି ଦିନ ପ୍ରାୟ ୧୧ଟା ବେଳେ ୫୦୦ରୁ ଅଧିକ ମହିଳା ଓ ଗ୍ରାମବାସୀ ରାଲି କରିବାକୁ ପ୍ରସ୍ତୁତ ହେଉଥିଲେ। ଉପସ୍ଥିତ ପୁଲିସ୍ ଅଧିକରୀମାନେ ସେମାନଙ୍କୁ କୋଭିଡ୍ ଗାଇଡ୍‌ଲାଇନ୍ ଅନୁଯାୟୀ ରାଲି ପାଇଁ ଲାଇସେନ୍ସ ମାଗିଥିଲେ। ସେମାନଙ୍କ ପାଖରେ ରାଲି ପାଇଁ ଅନୁମତି ନଥିଲା। ତେଣୁ ସେମାନଙ୍କୁ ଫେରି ଯିବାକୁ କୁହାଯାଇଥିଲା। ତେବେ ସେମାନେ ମାନି ନଥିଲେ ଓ ପୁଲିସ୍‌କୁ ଠେଲାଠେଲି କରିଥିଲେ। ସେମାନେ ପୁଲିସ୍ କର୍ମଚାରୀଙ୍କ ଠାରୁ ଲାଠି ଓ ବଡି ପ୍ରୋଟେକ୍ଟର ଛଡ଼ାଇ ନେଇଥିଲେ। ଲାଠିରେ ଆକ୍ରମଣ କରିବାରୁ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସେହିପରି ସେମାନେ ବ୍ଲେଡ୍‌ରେ ଆକ୍ରମଣ କରିଥିଲେ। ଏପରିକି ପୁଲିସ୍ ଉପରକୁ ପରିସ୍ରା ଫିଙ୍ଗିଥିଲେ। ଏହା ପରେ ସ୍ଥିତିକୁ ସମ୍ଭାଳିବାକୁ ପୁଲିସ୍ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା।


 

Related News
satta king tw