Top Stories

Search here...

News

ବିଶ୍ୱ ସ୍ତରୀୟ ଷ୍ଟାର୍ଟଅପ ହବ ‘ଓ-ହବ’କୁ କଲେ ଉଦଘାଟନ ମୁଖ୍ୟମନ୍ତ୍ରୀ; ସୃଷ୍ଟି ହେବ ୧୦ ହଜାର ନିଯୁକ୍ତି

Posted On - 5 months ago
Edited By Team BbsrReporters
LAST UPDATED May 25, 2022 11:32 PM

ଗୋଟିଏ ଛାତ ତଳେ ଉଭାବକ , ମେଂଟର , କର୍ପୋରେଟ ସଂସ୍ଥା ଓ ସହାୟକ ସଂସ୍ଥା ଏକାଠି ହୋଇପାରିବେ । ପ୍ରତିବର୍ଷ ୨୦୦ ଷ୍ଟାର୍ଟଅପ୍ ଛିଡା କରିବାରେ ସହାୟକ ହୋଇପାରିବ । 

 

BBSR Reporters

 

ଭୁବନେଶ୍ୱର: ବିଶ୍ୱ ସ୍ତରୀୟ ଷ୍ଟାର୍ଟଅପ ହବ ‘ଓ-ହବ’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଏମଏସଏମଇ ବିଭାଗର ଓ-ହବ ଷ୍ଟାର୍ଟଅପ ଓଡିଶା ଇନକୁବେସନ ସେଂଟର ଉଦଘାଟିତ ହୋଇଛି । ଏହି ଇନକୁବେସନ  ସେଂଟରର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତିି, ଏହି ସେଂଟର ଉଦଭାବନ ଓ ବ୍ୟବସାୟୀ ଜଗତର ଏକ ମିଳନ ସ୍ଥଳୀ ହେବ । ଗୋଟିଏ ଛାତ ତଳେ ଉଭାବକ , ମେଂଟର , କର୍ପୋରେଟ ସଂସ୍ଥା ଓ ସହାୟକ ସଂସ୍ଥା ଏକାଠି ହୋଇପାରିବେ ।

 

ପ୍ରତିବର୍ଷ ୨୦୦ ଷ୍ଟାର୍ଟଅପ୍ ଛିଡା କରିବାରେ ସହାୟକ ହୋଇପାରିବ । ବିଭିନ୍ନ କ୍ଷେତ୍ର ଯଥା ସ୍ୱାସ୍ଥ୍ୟ, ନବୀକରଣ ଯୋଗ୍ୟ ଶକ୍ତି, ମେସିନ ଲର୍ଣ୍ଣିଂ , ହାଣ୍ଡଲୁମ୍, ଏଗ୍ରିଟେକ୍ ଆଦି କ୍ଷେତ୍ରକୁ ଆକୃଷ୍ଠ କରିପାରିବ । ଖାଲି ସେତିକି ନୁହେଁ ଏହି ସେଂଟର ମାଧ୍ୟମରେ ସିଧାସଖଳ ୧୦ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୁବ ଉଦ୍ୟୋଗୀମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ । ରାଜ୍ୟରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ବିକାଶ କ୍ଷେତ୍ରରେ ବଡ ସହାୟକ ହେବ ଏହି ‘ଓ ହବ’ ।  


 

Related News
satta king tw