Top Stories

Search here...

News

ଓଡ଼ିଶାରେ ବଢୁଛି ମାଛ ଉତ୍ପାଦନ ; ଆନ୍ଧ୍ର ଉପରେ ହେଉନି ନିର୍ଭରଶୀଳ

Posted On - 1 month ago
Edited By Team BbsrReporters
LAST UPDATED Jan 18, 2022 10:40 AM

ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । ଏବେ ଆଉ ପଡ଼ିଶା ଦେଶ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ ।

 

BBSR Reporters

 


ଭୁବନେଶ୍ୱର: ଓଡ଼ିଶାରେ ବଢୁଛି ମାଛ ଉତ୍ପାଦନ  । ମାଛ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହନ ସାଙ୍ଗକୁ ସାମୁଦ୍ରିକ ମାଛ ଧରା ଉପରେ କଟକଣା କୋହଳ ଯୋଗୁ ରାଜ୍ୟରେ ମାଛ ଉତ୍ପାଦନ ଆଗକୁ ବଢିଛି । ରାଜ୍ୟ ମତ୍ସ୍ୟ ସମ୍ପଦ ବିଭାଗର ତଥ୍ୟ ଅନୁସାରେ ସାମୁଦ୍ରିକ ମାଛ ଉତ୍ପାଦନ ଠାରୁ ମାଛ ଚାଷରୁ ଅଧିକ ମାଛ ଓଡ଼ିଶାରୁ ବାହାରୁଛି । 

 

ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । ଏବେ ଆଉ ପଡ଼ିଶା ଦେଶ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ । ଦିନ ଥିଲା ଓଡ଼ିଶା ମାଛ ପାଇଁ ଆନ୍ଧ୍ର ଉପରେ ସଂପୂର୍ଣ୍ଣ ନିର୍ଭର କରିବାକୁ ପଡ଼ୁଥିଲା । ଆନ୍ଧ୍ରରୁ ମାଛ ନଆସିଲେ ଓଡ଼ିଶା ବଜାରରେ ମାଛ ମିଳୁନଥିଲା । ହେଲେ ଏବେ ମାଛ ପାଇଁ ଓଡ଼ିଶା ବ୍ୟବସାୟୀ ଆନ୍ଧ୍ର ଉପରେ ସଂପୂର୍ଣ୍ଣ ନିର୍ଭର କରୁନାହାନ୍ତି ।

 


୨୦୦୦-୨୦୦୧ ଆର୍ଥିକ ବର୍ଷରେ ଓଡ଼ିଶାରୁ ୨.୫୯ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ  କରୁୂଥିଲା ।  ୨୦୧୦-୧୧ରେ ୩.୮୬ ଲକ୍ଷ ମେଟ୍ରିକ୍ ଟନ୍ରେ ପହଂଚିଥିଲା ଉତ୍ପାଦନ  । ୨୦୨୦-୨୧ରେ ମାଛ ଉତ୍ପାଦନ  ୮.୩୧ ଲକ୍ଷ ମେଟ୍ରିକ୍ ଟନ୍ରେ ପହଂଚିଛି ।


 ୨୦୦୦-୨୦୦୧ରେ ମଧୁର ଜଳରୁ ୧.୨୫ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ  ଥିଲା । ୨୦୨୦-୨୧ରେ ମଧୁର ଜଳରୁ ୫.୭୪ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ  ହୋଇଛି । ମଧୁର ଜଳରେ ମାଛ ଉତ୍ପାଦନ  ୪ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ୨୦୧୬-୧୭ରେ ଖାରିଆ ପାଣିରେ ୬୧ ହଜାର ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହେଉଥିଲା । ୨୦୨୦-୨୧ରେ ଖାରିଆ ପାଣିରେ ୧.୨୫ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ  ହୋଇଛି ।
 

Related News
satta king tw