Top Stories

Search here...

News

ନିବେଶ ପାଇଁ ସୁବର୍ଣ୍ଣ ସୁଯୋଗ: ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

Posted On - 1 month ago
Edited By Team BbsrReporters
LAST UPDATED Jan 18, 2022 10:39 AM

ୟୁନିଟ୍ ଗୁଡ଼ିକୁ ପୁଞ୍ଜିନିବେଶ ଆଧାରରେ ୧୦ରୁ ୨୫୦ କୋଟି ଯାଏଁ ସହାୟତା ମିଳିବ ।

 

BBSR Reporters


ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ପ୍ରଥମ ୧୦ଟି ନୂଆ ନିବେଶକୁ ଉତ୍ପାଦନ ଭିତ୍ତିକ ସହାୟତା ମିଳିବ  ବୋଲି ନିଷ୍ପତ୍ତି ହୋଇଛି । ସହାୟତା ବାବଦରେ ୫ ବର୍ଷ ଯାଏ ବାର୍ଷିକ କାରବାରର ୧% ମିଳିବ । 

 

ୟୁନିଟ୍ ଗୁଡ଼ିକୁ ପୁଞ୍ଜିନିବେଶ ଆଧାରରେ ୧୦ରୁ ୨୫୦ କୋଟି ଯାଏଁ ସହାୟତା ମିଳିବ । ଉଦ୍ୟୋଗୀଙ୍କୁ ବିଦ୍ୟୁତ ଶୁଳ୍କ ଓ ଇନ୍ସପେକ୍ସନ ଫି’ ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ ହେବ । ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ ବିଲ୍ର ୩୦% ସର୍ବାଧିକ ୫୦ ଲକ୍ଷ ଯାଏଁ ରିହାତି ମିଳିବ ବୋଲି ନଷ୍ପତ୍ତି ହୋଇଛି । ଉଦ୍ୟୋଗୀଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପଡ୍ୟୁଟି ୧୦୦% ଛାଡ଼ କରାଯିବ । ଚାଷ ଜମିକୁ ଶିଳ୍ପ ଉପଯୋଗୀ କରିବାକୁ ହେଉଥିବା ଖର୍ଚ୍ଚର ୧୦୦% ଦିଆଯିବ ।

 

ସେହିପରି ମହିଳା, ଏସି, ଏସଟି, ଭିନ୍ନକ୍ଷମଙ୍କୁ ସର୍ବାଧିକ ୧ କୋଟି ଯାଏଁ ଅତିରିକ୍ତ ସହାୟତା ମିଳିବ । ବ୍ୟାଙ୍କରୁ ଋଣ କରି ଠିକ ସମୟରେ ଶୁଝୁଥିଲେ ଋଣ ଉପରେ ୫% ସୁଧ ରିହାତି ମିଳିବ । ସଫଳ ଉଦ୍ୟୋଗୀଙ୍କୁ ଉତ୍ପାଦନ ଆରମ୍ଭର ୫ ବର୍ଷ ଯାଏଁ ଏସଜିଏଷ୍ଟି ଛାଡ଼ ହେବ ।
 

Related News
satta king tw